ETV Bharat / sports

Ind vs WI 3rd t-20: ସୂର୍ଯ୍ୟଙ୍କ ତେଜରେ ଫିକା ଇଣ୍ଡିଜ,7 ୱିକେଟରେ ଜିତିଲା ଇଣ୍ଡିଆ

author img

By

Published : Aug 3, 2022, 10:32 AM IST

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିକୁ 7 ୱିକେଟରେ ଜିତି ନେଇଛି ଭାରତ । ଅଧିକ ପଢନ୍ତୁ

ସୂର୍ଯ୍ୟଙ୍କ ତେଜରେ ଫିକା ଇଣ୍ଡିଜ
ସୂର୍ଯ୍ୟଙ୍କ ତେଜରେ ଫିକା ଇଣ୍ଡିଜ

ସେଣ୍ଟ କିଟ୍ସ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିକୁ 7 ୱିକେଟରେ ଜିତି ନେଇଛି ଭାରତ । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ତୃତୀୟ ଟି20 ଜିତି 2-1ରେ ଆଗୁଆ ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ଭାରତର ବିଜୟକୁ ସହଜ କରିଥିଲା । 19 ଓଭରରେ 3 ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରିିଥିଲା ଭାରତ । ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ କରି 5 ୱିକେଟ ହରାଇ ଇଣ୍ଡିଜ ଦଳ 164 ରନ କରିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ ଓ କେଲି ମେୟର୍ସ ଆକ୍ରଣାତ୍ମକ ସଟ ଖେଳିଥିଲେ । ବ୍ୟକ୍ତିଗତ 20 ରନ କରି କିଙ୍ଗ ଆଉଟ ହୋଇଥିଲେ । ଏହାପରେ ଆସିଥିଲେ ଅଧିନାୟକ ନିକୋଲାସ ପୂରନ । ଅପରାଜିତ ମେୟର୍ସ ଓ ପୂରନ ମିଶି 50 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 107 ବେଳକୁ ବ୍ୟକ୍ତିଗତ 22 (2ଚୌକା,1ଛକା) କରି ପାଭିଲିୟନ ଫେରିଥିଲେ ପୂରନ । ମେୟର୍ସ 8 ଚୌକା ଓ 4 ଛକା ମାରି 73 ରନ କରି ଆଉଟ ହୋଇ ଦଳୀୟ ସ୍କୋରକୁ 128ରେ ପହଞ୍ଚାଇଥିଲେ । ଅନ୍ତିମ ଭାଗରେ ରୋଭମାନ ପାୱେଲ ଓ ସିମରନ ହେତମେୟର ଉପଯୋଗୀ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ 164ରେ ପହଞ୍ଚାଇଥିଲେ । ଭାରତକୁ 165 ରନ ଟାର୍ଗେଟ ଦେଇଥିଲା ଭାରତ ।

165 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ରୋହିତ ବାହିନୀ । ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଭାରତ । ରୋହିତ ଶର୍ମା 11 ରନ କରି ଆହତ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟାସ ଆୟର ଓ ସୂର୍ଯ୍ୟକୁମାର ଯାଦବ ସ୍ଥିତି ସୁଧାରିଥିଲେ । ସୂର୍ଯ୍ୟଙ୍କ ବ୍ୟାଟିଂରେ ବ୍ରେକ ଦେବା ଇଣ୍ଡିଜ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା। ଦର୍ଶକୀୟ ସଟ ଖେଳି 26 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ସୂର୍ଯ୍ୟ। ଦଳୀୟ ସ୍କୋର 105ରେ ପ୍ରଥମ ୱିକେଟ ପତନ ହୋଇଥିଲା । ଆୟର 24 (2ଚୌକା) ମାରି ଆଉଟ ହୋଇଥିଲେ । ଏହାପରେ ଋଷବ ପନ୍ତ ଆସିଥିଲେ । ପନ୍ତ ଓ ସୂର୍ଯ୍ୟ ମିଶି ଦଳୀୟ ସ୍କୋରକୁ 135ରେ ପହଞ୍ଚାଇଥିଲେ । ସୂର୍ଯ୍ୟକୁମାର 44 ବଲରୁ 76 (8ଚୌକା 4 ଛକା) ରନ କରି ଆଉଟ ହୋଇଥିଲେ । ପନ୍ତ ଅପରାଜିତ ରହି 26 ବଲରୁ 33 ରନ କରି ଦଳକୁ ବିଜୟୀ କରାଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର 2, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.