ETV Bharat / sports

India vs West Indies 4th T20: ଆଗୁଆ ସିରିଜ ଜିତିଲା ଭାରତ - ଭାରତ ବନାମ ୱେଷ୍ଟଇଣ୍ଡିଜ ଚତୁର୍ଥ ଟିଟ୍ବେଣ୍ଟି ମ୍ୟାଚ

ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-ଟେଣ୍ଟିକୁ 59 ରନରେ ଜିତି ନେଇଛି ଭାରତ । ଅଧିକ ପଢନ୍ତୁ

India vs West Indies 4th T20
India vs West Indies 4th T20
author img

By

Published : Aug 7, 2022, 7:18 AM IST

ଫ୍ଲୋରିଡା: ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-ଟେଣ୍ଟିକୁ ଜିତି ନେଇଛି ଭାରତ । 59 ରନରେ ମ୍ୟାଚକୁ ଜିତିବା ସହ 3-1ରେ ଆଗୁଆ ସିରିଜ କବଜା କରି ନେଇଛି ଟିମ ଇଣ୍ଡିଆ । ଦଳଗତ ପ୍ରଦର୍ଶନ ସହ ଅର୍ଶଦୀପ ସିଂହଙ୍କ 3 ୱିକେଟ ଏବଂ ଅଭେଶ ଖାନ, ରବି ବିଷ୍ଣୋଇ, ଅକ୍ଷର ପଟେଲଙ୍କ 2ଟି ଲେଖାଏଁ ୱିକେଟ ଦଳ ପାଇଁ ବିଜୟ ସହଜ ହୋଇଥିଲା । ଅଭେଶ ଖାନ ମାତ୍ର 14 ରନ ଦେଇ 2 ୱିକେଟ ନେଇଥିଲେ । ତେଣୁ ସେ ପ୍ଲେୟାର ଅଫ ମ୍ୟାଚ ବିବେଚିତ ହୋଇଥିଲେ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ 3-1ରେ ଶୃଙ୍ଖଳା ଜିତି ନେଇଛି । ଆଜି (ରବିବାର) ପଞ୍ଚମ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।

ୱେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଥିଲା । ପ୍ରଥମରୁ ବିସ୍ଫୋରକ ଆରମ୍ଭ କରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୬ ବଲରୁ ୩୩ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ଉପ ଅଧିନାୟକ ଋଷଭ ପନ୍ତ ୩୧ ବଲରୁ ୪୪ କରି ଫେରିଥିବା ବେଳେ ସଞ୍ଜୁ ସାମସନ ୨୩ ବଲରୁ ୩୦ ରନ କରି ନଟ ଆଉଟ ରହିଥିଲେ । ସୂର୍ଯ୍ୟକୁମାର ଯାଦବ 14 ବଲରୁ 2ଟି ଛକା ଓ 2ଟି ଚୌକା ସହ 24 ରନ କରିଥିଲେ । ଅକ୍ଷର ପଟେଲ 8ଟି ବଲରୁ 2ଟି ଛକା ଓ ଗୋଟିଏ ଚୌକା ସହ 20 ରନ କରି ଅପରାଜିତ ରହିଥିଲେ । ଇଣ୍ଡିଜକୁ 192 ରନ ଟାର୍ଗେଟ ଦେଇଥିଲା ଭାରତ । ଇଣ୍ଡିଜ ପକ୍ଷରୁ ଓବେଡ ମ୍ୟାକକୟ ୬୬ ରନ ଦେଇ ଓ ଆଲଜାରି ଜୋସେଫ ୨୯ ରନ ଦେଇ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...CWG 2022: ଦେଶକୁ ପୁଣି ୨ଟି ସ୍ୱର୍ଣ୍ଣ, ରବି ଓ ବିନେଶ ଜିଣିଲେ ଗୋଲ୍ଡ ମେଡାଲ

192 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରଥିଲା ୱେଷ୍ଟ ଇଣ୍ଡିଜ । 18ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା । ବ୍ରେଣ୍ଡନ୍ କିଙ୍ଗ 13 ରନ କରି ଅଭେଶ ଖାନଙ୍କ ଶିକାର ହୋଇଥିଲେ । ପରେ ପରେ ଡେଭନ୍ ଥୋମାସ ଅଭେଶ ଖାନଙ୍କ ବଲରେ ଆଉଟ ହୋଇ ସଅଳ ପାଭିଲିୟନ ଫେରିଥିଲେ । ଅଧିନାୟକ ନିକୋଲାସ ପୂରନ ଓ କେଲ୍ ମେୟର୍ସ ସ୍ଥିତି ସମ୍ଭାଳି ଖେଳିଥିଲେ । ନିକୋଲାସ ପୂରନ 8 ବଲରୁ 24 ରନ କରି ରନ ଆଉଟ ହୋଇଥିଲେ । ଦଳୀୟ ସ୍କୋର 49ରେ ଦଳର 3 ୱିକେଟ ପତନ ହୋଇଥିଲା । ଏହାପରେ ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ କେଲ୍ ମେୟର୍ସ। ପୁଣି ରୋଭମାନ୍ ପାଓ୍ବେଲଙ୍କୁ ଆଉଟ କରିଥିଲେ ଅକ୍ଷର । ଦଳୀୟ ସ୍କୋର 100ରେ ଦଳ 5ଟି ୱିକେଟ ହରାଇଥିଲା । ଅର୍ଶଦୀପ ସିଂହଙ୍କ ଶିକାର ହୋଇଥିଲେ ଜସନ ହୋଲ୍ଡର । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ ଇଣ୍ଡିଜ ବ୍ୟାଟର । ଅକେଏଲ୍ ହୋସେଇନ୍ 3, ସିମରନ୍ ହିଟମେୟର 19, ଡୋମନିକ୍ ଡ୍ରେକେସ୍ 5, ଓବେଡ୍ ମକାଏ 2 ରନ କରି ଆଉଟ ହୋଇଥିଲେ। 5ଟି ବଲ ବାକି ଥାଇ ଅଲଆଉଟ ହୋଇଥିଲା ଇଣ୍ଡିଜ ଫଳରେ ଭାରତ ଚତୁର୍ଥ ଟି-ଟେଣ୍ଟିକୁ ଜିତି ନେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.