ETV Bharat / sports

IndW vs BanW 1st T20: ହରମନପ୍ରୀତଙ୍କ ମ୍ୟାଚ୍‌ ବିଜୟୀ ପାଳି, ୭ ୱିକେଟ୍‌ରେ ହାରିଲା ବାଂଲାଦେଶ - ବିଜୟରୁ ଟି୨୦ ଅଭିଯାନ ଆରମ୍ଭ କରିଛି ଭାରତ

ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ରେ ଭାରତର ଦମଦାର ବିଜୟ । ଘରୋଇ ଦଳକୁ ୭ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

IndW vs BanW 1st T20
IndW vs BanW 1st T20
author img

By

Published : Jul 9, 2023, 7:26 PM IST

Updated : Jul 9, 2023, 7:59 PM IST

ଢାକା: ବାଂଲାଦେଶ ବିପକ୍ଷରେ ବିଜୟରୁ ଟି୨୦ ଅଭିଯାନ ଆରମ୍ଭ କରିଛି ଭାରତ । ଢାକାସ୍ଥିତ ଶେର-ଏ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଭାରତୀୟ ଦଳ ମଧ୍ୟ ଏହି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ଭାରତ ସମ୍ମୁଖରେ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ମାତ୍ର ୩ ୱିକେଟ୍ ବିନିମୟରେ ୧୬.୨ ଓଭରରେ ବିଜୟ ହାସଲ କରିନେଇଛି ଭାରତୀୟ ମହିଳା ଦଳ । ଅଧିନାୟକ ହରମନପ୍ରୀତ କୌର ମାତ୍ର ୩୫ ବଲରୁ ୪ ଚୌକା ଓ ୬ ଛକା ସହିତ ଅପରାଜିତ ୫୪ର ମ୍ୟାଚ୍ ବିଜୟୀ ପାଳି ଖେଳି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଛନ୍ତି ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଘରୋଇ ବାଂଲାଦେଶ ଦଳୀୟ ସ୍କୋର୍‌ ୨୭ ରନ୍‌ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ ଭାବେ ଓପନର ସମିମା ସୁଲତାନାଙ୍କୁ ହରାଇଥିଲା । ସେ କେବଳ ୧୭ ରନ୍‌ କରି ପାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ସାଥି ରାନୀ ୨୨ ରନର ପାଳି ଖେଳି ପାଭିଲିୟନ ଫେରିଥିଲେ । ଏହାପରେ କିଛି ସମୟ ପାଳି ସମ୍ଭାଳୁଥିବା ଶୋଭନା ମୋସ୍ତାରୀ ୨୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ନିଗାର ସୁଲତାନା କେବଳ ୨ ରନ କରି ରନ୍‌ ଆଉଟ୍‌ ହୋଇଥିଲେ । ସେହିଭଳି ରିତୁ ମୋନୀ ମଧ୍ୟ ୧୧ ରନ କରି ରନ୍‌ ଆଉଟ୍‌ ହୋଇଥିଲେ । ଅନ୍ୟପଟେ ୨୮ ବଲରୁ ୨୮ ରନର ଅପରାଜିତ ପାଳି ଖେଳି ଦଳୀୟ ସ୍କୋର୍‌କୁ ୧୧୪ ରନରେ ପହଞ୍ଚାଇଥିଲେ ସୋର୍ନା ଅଖ୍‌ତର । ଭାରତ ପକ୍ଷରୁ ପୂଜା ବସ୍ତ୍ରକର, ମିନ୍ନୁ ମାନି ଓ ଶେଫାଳୀ ବର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...India vs Bangladesh 1st T20: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି, ଅନୁଷା-ମିନ୍ନୁଙ୍କ ଡେବ୍ୟୁ

ଏହାପରେ ପ୍ରଥମ ଶୃଙ୍ଖଳା ଜିତିବା ପାଇଁ କେବଳ ୧୧୫ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ୍‌ ହରମନପ୍ରୀତ୍‌ । ହେଲେ ଶେଫାଳୀ ପ୍ରଥମ ଓଭରରେ ହିଁ ମାରୁଫା ଅଖ୍‌ତରଙ୍କ ଶିକାର ହୋଇଥିଲେ । ଏହାପରେ ଦଳୀୟ ସ୍କୋର ୧୧ ରନ କରି ଦଳକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ ଜେମିମା ରୋଡ୍ରିଗ୍ସ । ହେଲେ ଅନ୍ୟପଟେ ଆଟାକିଂ ଖେଳ ଜାରି ରଖିଥିଲେ ସ୍ମୃତି ମାନ୍ଧାନା । ସେ ୩୪ ବଲରୁ ୫ ଚୌକା ସହିତ ୩୮ ରନ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲେ । ୱିକେଟ୍‌ କିପର ୟାସ୍ତିକା ଭାଟିଆ ଅପରାଜିତ ୯ ରନ କରିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ୩୫ ବଲରୁ ୫୪ ରନ କରି ଦଳକୁ ବିଜୟୀ କରାଇଥିଲେ । ସେପଟେ ବାଂଲାଦେଶ ପକ୍ଷରୁ ସୁଲତାନା ଖାତୁନ ୨ଟି ୱିକେଟ ନେଇଥିବା ବେଳେ ମୁରାଫା ଅଖ୍‌ତର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 9, 2023, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.