ETV Bharat / sports

Asia Cup 2023 Ind vs Pak: ଟିମ୍‌ ଇଣ୍ଡିଆ ବ୍ୟାଟିଂ-ବୋଲିଂରେ ଚିତ୍‌ପଟାଙ୍ଗ ପାକିସ୍ତାନ, ୨୨୮ ରନରେ ଭାରତର ବିରାଟ ବିଜୟ - ଟିମ୍‌ ଇଣ୍ଡିଆ ବୋଲିଂରେ ଚିତ୍‌ପଟାଙ୍ଗ ପାକିସ୍ତାନ

ବିସ୍ଫୋରକ ବ୍ୟାଟିଂ ପରେ ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ପାକିସ୍ତାନ ଚିତ୍‌ପଟାଙ୍ଗ । ଏସିଆ କପ୍‌ ୨୦୨୩ର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନକୁ ୨୨୮ ରନରେ ହରାଇ ଫାଇନାଲ ରେସ୍‌ରେ ଆଉ ପାଦେ ଆଗକୁ ବଢ଼ିଛି ଭାରତ । ଅଧିକ ପଢ଼ନ୍ତୁ

India wins by 228 Runs Against Pakistan
India wins by 228 Runs Against Pakistan
author img

By ETV Bharat Odisha Team

Published : Sep 11, 2023, 11:09 PM IST

କଲମ୍ବୋ: ଏସିଆ କପ୍‌ ୨୦୨୩ର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନକୁ ଧୂଳି ଚଟାଇଛି ଟିମ୍‌ ଇଣ୍ଡିଆ । ଦୁଇ ଦିନ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ଉଭୟଙ୍କ ଅର୍ଦ୍ଧଶତକୀୟ ପାଳି ଭାରତ ପାଇଁ ଏକ ଦୃଢ଼ ମୂଳଦୂଆ ପକାଇଥିବାବେଳେ ଆଜି ରିଜର୍ଭ ଡେ'ରେ ବିରାଟ କୋହଲି ଓ କେଏଲ୍‌ ରାହୁଲ ଉଭୟ ଶତକୀୟ ପାଳି ଖେଳି ଭାରତକୁ ୩୫୬ ରନରେ ପହଞ୍ଚାଇଥିଲେ । ପାକିସ୍ତାନ ଏହି ବିଶାଳ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ବୋଲିଂ ଆଟାକ୍‌ର ସମ୍ମୁଖୀନ ହୋଇପାରିନଥିଲା । ମାତ୍ର ୧୨୮ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ପାକିସ୍ତାନ । ଫଳରେ ୨୨୮ ରନରେ ଏକ ବିରାଟ ବିଜୟ ହାସଲ କରିଛି ଭାରତ ।

ଗତକାଲି (ରବିବାର) ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌‌ରେ ପାକିସ୍ତାନ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମେ ବ୍ୟାଟିଂ କରିବା ସୁଯୋଗକୁ ହାତଛଡ଼ା ନକରି ଭାରତର ଦୁଇ ଓପନର ଶୁଭମନ ଗିଲ ଓ ଅଧିନାୟକ ରୋହିତ ଶର୍ମା ସତର୍କତାର ସହ ଖେଳି ଦଳ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ । ରୋହିତ ୪୯ ବଲରୁ ୫୬ ଓ ଗିଲ ୫୨ ବଲରୁ ୫୮ ରନ ସ୍କୋର କରି ଆଉଟ୍‌ ହେବାପରେ ସ୍ଥିତି ସମ୍ଭାଳିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ଭାରତର ସ୍କୋର ୨ ୱିକେଟରେ ୧୪୭ ରନ ଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ଖେଳ ପୁନର୍ବାର ଆରମ୍ଭ ହୋଇପାରିନଥିଲା । ପୂର୍ବ ନିର୍ଦ୍ଧାରିତ ରିଜର୍ଭ ଡେ ଅନୁଯାୟୀ ଆଜି ସେହିଠାରୁ ଖେଳ ଆରମ୍ଭ ହୋଇଥିଲା । ନିୟମ ଅନୁସାରେ ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: କୋହଲି-ରାହୁଲଙ୍କ ବିସ୍ଫୋରକ ଶତକ, ପାକିସ୍ତାନକୁ ୩୫୭ ଟାର୍ଗେଟ୍‌

ଆଜି ଉଭୟ ବିରାଟ କୋହଲି ଓ କେଏଲ୍‌ ରାହୁଲ ଆରମ୍ଭରୁ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ନିକଟରେ ଆହତଜନିତ ସମସ୍ୟାରୁ ଫେରିଥିବା ରାହୁଲ ଆକ୍ରାମକ ଖେଳିବାକୁ ଚେଷ୍ଟା କରୁଥିବାବେଳେ ବିରାଟ ମଧ୍ୟ ସ୍ଥିତି ଦେଖି ଆକ୍ରମଣ କରୁଥିଲେ । ଏହାପରେ ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ । ପ୍ରଥମେ ରାହୁଲ ୧୦୦ ବଲରୁ ନିଜର ଶତକ ପୂରଣ କରିଥିଲେ । ପରେ ତୁରନ୍ତ ବିରାଟ କୋହଲି ମଧ୍ୟ ନିଜ ୭୭ତମ ଅନ୍ତର୍ଜାତୀୟ ଓ ୪୭ତମ ଦିନିକିଆ ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ମାତ୍ର ୨ ୱିକେଟ ହରାଇ ୩୫୬ ରନ୍‌ର ବିଶାଳ ସ୍କୋର କରିଥିଲା । ବିରାଟ ଅପରାଜିତ ୧୨୨ରନ କରିଥିବାବେଳେ ରାହୁଲ ଅପରାଜିତ ୧୧୧ ରନ କରିଥିଲେ । ଉଭୟ ବ୍ୟାଟର ପାକିସ୍ତାନୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ସଦାବ ଖାନ ଗତକାଲି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ଜବାବରେ ପାକିସ୍ତାନକୁ ବିଜୟ ପାଇଁ ୩୫୭ ରନର ବଡ଼ ଟାର୍ଗେଟ ମିଳିଥିଲା । ହେଲେ ଭାରତୀୟ ବୋଲିଂ ଆଟାକ୍‌କୁ ସାମ୍ନା କରିବା ଦଳ ପାଇଁ ଏତେ ସହଜ ହୋଇନଥିଲା । ଦଳୀୟ ଓପନର ଇମାମ୍‌-ଉଲ୍‌-ହକ୍‌ ମାତ୍ର ୯ ରନ କରି ପ୍ରଥମେ ବୁମ୍‌ରାଙ୍କ ଶିକାର ପାଲଟିଥିଲେ । ଦୀର୍ଘ ସମୟ ଧରି ପଡ଼ିଆରେ ସଙ୍ଘର୍ଷ କରୁଥିବା ଫଖର ଜମାନ ୫୦ ବଲରୁ ମାତ୍ର ୨୭ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଅଧିନାୟକ ବାବର ଆଜମ କେବଳ ୧୦ ରନ କରି ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଘା ସଲ୍‌ମାନ ଓ ଇଫ୍‌ତିଖାର ଅହମ୍ମଦ ୨୩ ରନ ଲେଖାଏଁ କରି ଆଉଟ୍‌ ହୋଇଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ପାକିସ୍ତାନ କେବଳ ୩୨ ଓଭରରେ ୧୨୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.