ETV Bharat / sports

INDvsWI 2nd Test: ରୋହିତ-ଯଶସ୍ବୀଙ୍କ ଅର୍ଦ୍ଧଶତକ, ଭାରତ ପ୍ରଥମ ଇନିଂସ 288/4 - ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଇନିଂସରେ ଭାରତ 4 ୱିକେଟ ହରାଇ 288 ରନ କରିଛି । ଅଧିକ ପଢନ୍ତୁ

india vs westindies test series
INDvsWI 2nd Test
author img

By

Published : Jul 21, 2023, 7:35 AM IST

ପୋର୍ଟ ଅଫ ସ୍ପେନ: ଭ୍ରମଣକାରୀ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଇନିଂସରେ ଭାରତ ଭଲ ପ୍ରଦର୍ଶନ କରିଛି । ରୋହିତ ଶର୍ମା, ଯଶସ୍ବୀ ଜୈସ୍ବାଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଭଲ ସ୍ଥିତିରେ ରହିଛି । ପ୍ରଥମ ଦିବସରେ 4ଟି ୱିକେଟ ହରାଇ 288 ରନ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା କୋହଲି 87 ଓ ରବୀନ୍ଦ୍ର ଜାଡେଜା 36ରନ କରି ଅପରାଜିତ ରହିଛନ୍ତି ।

INDvsWI 2nd Test
500 ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ କୋହଲି

100ତମ ଟେଷ୍ଟ ମୁକାବିଲାରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଓପନିଂ କରିଥିଲେ ଅଧିନାୟକ ରୋହିକ ଶର୍ମା ଓ ଯଶସ୍ବୀ ଜୈସ୍ବାଲ । ଦୁଇ ଖେଳାଳିଙ୍କ ମଧ୍ୟରେ ଶତକୀୟ ଭାଗୀଦାରୀ ଗଠନ ହୋଇଥିଲା । ଉଭୟ ଜବରଦସ୍ତ ବ୍ୟାଟିଂ କରି ଦଳର ରନ ଗାଡିକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 139ରେ ଯଶସ୍ବୀ 57 ରନ କରି ଜାସନ ହୋଲ୍ଡରଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ 3 ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମନ ଗିଲ ବେଶୀ ସମୟ ତିଷ୍ଠି ପାରି ନଥିଲେ । ବ୍ୟକ୍ତିଗତ 10ରନ କରି କେମାର ରୋଚାଙ୍କ ବଲରେ ସଅଳ ଆଉଟ ହୋଇଥିଲେ । ଏହାପରେ ଦଳୀୟ ସ୍କୋର 155ରେ ରୋହିତ ଶର୍ମା 80 ରନ କରି ଜୋମେଲ ୱାରିକାନଙ୍କ ବଲରେ ବୋଲ୍ଡ ହୋଇଥିଲେ । ପରେ ପରେ ଅଜିଙ୍କ୍ୟ ରାହାଣେ 36 ବଲରୁ 8ରନ କରି ଆଉଟ ହୋଇଥିଲେ । ଏବେ ବିରାଟ କୋହଲି ଓ ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି ।

ରୋହିତ-ଯଶସ୍ବୀଙ୍କ ଅର୍ଦ୍ଧଶତକ: ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ରୋହିତ ଶର୍ମା ଓ ଯୁବ ତାରକା ଖେଳାଳି ଯଶସ୍ବୀ ଜୈସ୍ବାଲ ଦ୍ବିତୀୟ ଟେଷ୍ଟରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ଭଲ ଆରମ୍ଭ କରିଥିବା ଦୁଇ ଖେଳାଳି ଶତକୀୟ ଭାଗୀଦାରି ଗଠନ କରିଥିଲେ । ରୋହତି ଶର୍ମା ଟେଷ୍ଟରେ ଓପନର ଭାବେ 2000 ରନ ପୂରଣ କରିବା ସହ 143 ବଲରେ 80 ରନ କରି ଆଉଟ ହୋଇଥିଲେ । ସେହିପରି ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରି 200ଶହ ମୁହାଁ ହୋଇଥିବା ଯଶସ୍ବୀ ଦ୍ବିତୀୟ ଟେଷ୍ଟରେ 74 ବଲରେ 57 ରନ କରି ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...ICC Mens Cricket World Cup 2023: ପ୍ରମୋ ଭିଡିଓରେ ନଜର ଆସିଲେ ଶାହରୁଖ, ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ କହିଲେ ନସରେ..

500 ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ କୋହଲି: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବା ସହ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ କ୍ୟାରିଅରର 500 ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ 10ମ ଖେଳାଳି ହୋଇଛନ୍ତି । ଏହି ସଫଳତା ପାଇବାରେ ସେ 4ଜଣ ଭାରତୀୟଙ୍କ ସମେତ 10ମ ଖେଳାଳି ହୋଇଛନ୍ତି । 111ତମ ଟେଷ୍ଟ ପଦାର୍ପଣ କରିଥିବା ସହ 274 ଦିନିକିଆ ଓ 115ଟି ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଭାରତ ସଚିନ ତେନ୍ଦୁଲକର ଓ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନ 652 ମ୍ୟାଚ ଖେଳି ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟ ପ୍ରଥମ ଇନିଂସରେ କୋହଲି 161 ବଲରେ ଅପରାଜିତ 87 ରନ କରି ବ୍ୟାଟିଂ ଜାରି ରଖିଛନ୍ତି ।

ମୁକେଶଙ୍କ ପଦାର୍ପଣ: ପୋର୍ଟ ଅଫ ସ୍ପେନରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର । ସାର୍ଦ୍ଦୁଳ ଠାକୁର ଆହତ ଥିବାରୁ ମୁକେଶ କୁମାରଙ୍କୁ ଏକାଦଶରେ ସ୍ଥାନ ମିଳିଛି । 30 ବର୍ଷୀୟ ମୁକେଶ 39 ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 149 ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଘରୋଇ ଦଳ ଇଣ୍ଡିଜ ବ୍ୟାଟର ମ୍ୟାକେଞ୍ଜି ତାଙ୍କର ପଦାର୍ପଣ ମ୍ୟାଚ ଖେଳିଛନ୍ତି ।

ଭାରତ-ୱେଷ୍ଟଇଣ୍ଡିଜ 100ତମ ଟେଷ୍ଟ: କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ଉଭୟ ଦଳ ପାଇଁ ସ୍ମରଣୀୟ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହା 100ତମ ଟେଷ୍ଟ ମ୍ୟାଚ । ମ୍ୟାଚ ପୂର୍ବରୁ ଦୁଇ ଦଳର ଅଧିନାୟକଙ୍କୁ ସ୍ମରଣୀକା ପ୍ରଦାନ କରାଯାଇଥିଲା । ଶତକୀୟ ଟେଷ୍ଟରେ ରୋହିତ ଶର୍ମାଙ୍କୁ ଲାରା ସ୍ମାରକୀ ପ୍ରଦାନ କରିଥିଲେ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଦୁଇ ଦଳ ଖେଳାଳି କୋଚ ଏକାଠି ଫଟୋ ଉଠାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.