ଡୋମିନିକା: ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଡୋମିନିକାରେ ଆଜି(ବୁଧବାର) ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ଟେଷ୍ଟ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ନବାଗତାକୁ ନେଇ ବିଶେଷ ରଣନୀତି ସହ ମୈଦାନକୁ ଓହ୍ଲାଇବ ରୋହିତବାହିନୀ । 2019ରେ ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ ଗସ୍ତରେ ଆସି 2-0ରେ ଟେଷ୍ଟ ସିରିଜ ଜିତିଥିଲା । ତେଣୁ ରେକର୍ଡ ଆଧାରରେ ଭାରତର ପଲ୍ଲା ଭାରି ରହିଛି । ସେପଟେ ବିଶ୍ବକପରୁ ବାଦ ପଡିଥିବା ଇଣ୍ଡିଜ ନୂଆ ଆଶା ନେଇ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି ।
-
Solid support for @ybj_19 and the youngsters in the squad 👏 👏@ShubmanGill to bat at No. 3 👍 👍
— BCCI (@BCCI) July 11, 2023 " class="align-text-top noRightClick twitterSection" data="
🎥 Snippets from #TeamIndia Captain @ImRo45's press conference ahead of the first #WIvIND Test 🔽 pic.twitter.com/idDJwh6Fn5
">Solid support for @ybj_19 and the youngsters in the squad 👏 👏@ShubmanGill to bat at No. 3 👍 👍
— BCCI (@BCCI) July 11, 2023
🎥 Snippets from #TeamIndia Captain @ImRo45's press conference ahead of the first #WIvIND Test 🔽 pic.twitter.com/idDJwh6Fn5Solid support for @ybj_19 and the youngsters in the squad 👏 👏@ShubmanGill to bat at No. 3 👍 👍
— BCCI (@BCCI) July 11, 2023
🎥 Snippets from #TeamIndia Captain @ImRo45's press conference ahead of the first #WIvIND Test 🔽 pic.twitter.com/idDJwh6Fn5
ଚେତେଶ୍ବର ପୂଜାରାଙ୍କୁ ବିଦା କରିବା ପରେ ଭାରତର ଶୀର୍ଷ କ୍ରମରେ ଗୋଟିଏ ସ୍ଥାନ ଖାଲି ଥିଲା । ପ୍ରତିଭାବାନ ଯଶସ୍ବୀ ଜୈସୱାଲ ସେହି ଅଭାବକୁ ପୂରଣ କରିବେ ବୋଲି ଆଶା କରାଯାଉଛି । ପ୍ରଥମ ଶ୍ରେଣୀ କ୍ରିକେଟର ସାନଦାର ଫର୍ମରେ ରହିଥିଲେ । ଶୁଭମନ ଗିଲ ତୃତୀୟ ନମ୍ବରରେ ବ୍ୟାଟିଂ କରିବେ । ପୂଜାରାଙ୍କ ସ୍ଥାନ ନେବେ ଗିଲ୍ । ଶୁଭମନ 3 ନମ୍ୱରରେ ବ୍ୟାଟିଂ କରିବେ । ଆଇପିଏଲରେ ମଧ୍ୟ ଶୁଭମନ ଫୁଲ ଫର୍ମରେ ଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ବିଶେଷ କରି ଭାରତର ଯୁବ ତାରକା ଶୁଭମନ ଗିଲ, ଯଶସ୍ବୀ ଜୈସୱାଲ, ଇଶାନ କିଷନଙ୍କ ଉପରେ ନଜର ରହିବ । ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଓ ରାହାଣେଙ୍କ ଉପରେ ଫୋକସ ରହିବ । ବୋଲିଂ ବିଭାଗ ଦେଖିବାକୁ ଗଲେ ପେସ୍ ବାହିନୀକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ମହମ୍ମଦ ସିରାଜ ପେସ୍ ବାହିନୀର ନେତୃତ୍ବ ନେବେ । ସାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିପାରେ । ଘରୋଇ ଦଳ ପାଇଁ ଅଶ୍ବିନୀ ଶକ୍ତିଶାଳୀ ସାବ୍ୟସ୍ତ ହୋଇପାରନ୍ତି । 474 ଟେଷ୍ଟ ୱିକେଟ ନେଇଥିବା ଅଶ୍ବିନୀଙ୍କ ଇଣ୍ଡିଜ ବିପକ୍ଷରେ ଅଧିକ ସଫଳ ରକର୍ଡ ରହିଛି । ତେଣୁ ତାଙ୍କ ପାଇଁ ଘରୋଇ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ସ୍ପିନର ଭାବେ ଜାଡେଜା ରହିଛନ୍ତି । ତାଙ୍କ ବୋଲିଂ ଇଣ୍ଡିଜ ଦଳ ଉପରେ ଚାପ ପକାଇପାରେ ।
ପଦାର୍ପଣ କରିବେ ଜୈସ୍ବାଲ : ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର କ୍ରିକେଟର ଯଶ୍ବସୀ ଜୈସ୍ବାଲ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିବେ । ଚେତେଶ୍ବର ପୂଜାରାଙ୍କ ସ୍ଥାନରେ ଜୈସ୍ବାଲ ଓ ଋତୁରାଜ ଗାଏକ୍ବାଡଙ୍କ ସ୍ଥାନ ମିଳିଛି । ଉଭୟ ଘରୋଇ କ୍ରିକେଟରେ ଓପନ କରନ୍ତି । ଅନ୍ୟପଟେ ଓପନର ଆକାରରେ ଇଶାନ କିଷନ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜୈସ୍ବାଲଙ୍କୁ ଗୁରୁତ୍ବ ଦିଆଯାଉଛି । ସେ ପାଳି ଆରମ୍ଭ କରିବା ଏକା ପ୍ରକାର ନିଶ୍ଚିତ ।
ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ 21 ବର୍ଷ ହେବ ଟେଷ୍ଟ ସିରିଜ୍ ଜିତିବାରେ ବିଫଳ ହୋଇଛି । ଏଥର ଘରୋଇ ଗ୍ରାଉଣ୍ଡରେ ନୂଆ ଆଶା ନେଇ ଖେଳିବାକୁ ଯାଉଛି । ଶେଷ ଥର ପାଇଁ 2002ରେ ଭାରତକୁ ହରାଇଥିଲା । ଏହାପରେ 2006, 2011, 2016 ଓ 2019ରେ ୱେଷ୍ଟଇଣ୍ଡିଜ ଗସ୍ତରେ ଆସି ଟେଷ୍ଟ ବିଜୟୀ ହୋଇଥିଲା । ମୋଟାମୋଟି କହିବାକୁ ଘରୋଇ ଦଳର ଭାଗ୍ୟ ପେସ୍ ବାହିନୀ ଉପରେ ନିର୍ଭର କରିବ। ଦଳର ପେସ ବିଭାଗ ଶକ୍ତିଶାଳୀ ରହିଛି । ବିଶ୍ବକପ କ୍ବାଲିଫାୟରରେ ମିଳିଥିବା ପରାଜୟର ଜଖମ ଏବେ ବି ତାଜା ଅଛି । ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିଶ୍ବ କ୍ରିକେଟରେ ତାର ଅସ୍ତିତ୍ବ ବଜାୟ ରଖିବାକୁ ପ୍ରୟାସ କରିବ ।
ଏହା ବି ପଢନ୍ତୁ...India vs Bangladesh 2nd T20: ସେଫାଳି-ଦିପ୍ତୀଙ୍କ କମାଲ, ଆଗୁଆ ସିରିଜ ଜିତିଲା ଭାରତ
ଭାରତ ସମ୍ଭାବ୍ୟ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୈସ୍ବାଲ, ଶୁଭମନ ଗିଲ, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଇଶାନ କିଷନ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ବିନୀ, ସାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଜୟଦେବ ଉନାଦକାତ ।
ୱେଷ୍ଟଇଣ୍ଡିଜ ସମ୍ଭାବ୍ୟ ଦଳ: କ୍ରେଗ ବ୍ରାଥୱେଟ, ଜର୍ମେନ ବ୍ଲାକଉଡ, ଏଲିକ ଆଥାଞ୍ଜି, ତେଜନାରାୟଣ ଚନ୍ଦରପଲ, ରହକିମ କର୍ଣ୍ଣୱାଲ, ଜୋଶୁଆ ଡା ସିଲଭା, ସାନନ ଗାବ୍ରିଏଲ, ଜେସନ ହୋଲ୍ଡର, ଅଲଜାରୀ ଜୋଶେଫ, କର୍କ ମାକେଞ୍ଜି, ରେମନ ରିଫର, କେମାର ରୋଚ, ଜୋମେଲ ୱାରିକାନ ।