ETV Bharat / sports

India vs West Indies 3rd ODI: ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଦଳ - ଭାରତ ଓ ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ । ସିରିଜି ହାତେଇବକୁ ଜୋରଦାର ଉଦ୍ୟମ କରିବ ଦୁଇ ଦଳ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By

Published : Aug 1, 2023, 9:29 AM IST

ହାଇଦ୍ରାବାଦ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ଦୁଇ ଦଳ। ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ 1-1ରେ ସିରିଜ ବରାବର ରହିଛି । ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବିଜୟୀ ହେବା ପାଇଁ ଜୋରଦାର ଉଦ୍ୟମ କରିବେ ଦୁଇ ଦଳ । ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ପରାଜିତ ହୋଇଥିଲା । ତେଣୁ ତୃତୀୟ ମ୍ୟାଚରେ ସବୁ ଭୁଲକୁ ସୁଧାରି ଫର୍ମକୁ ଫେରିବ ବୋଲି ଆଶା ରଖିଛନ୍ତି ଟିମ ଇଣ୍ଡିଆ । ସେପଟେ ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଭାରତକୁ ମାତ ଦେଇ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ।

ଦଳକୁ ଫେରିପାରନ୍ତି କୋହଲି-ରୋହିତ: ଦଳରେ ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ପ୍ରଥମ ମ୍ୟାଚରେ ଅତି ସହଜରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ଭାରତ । କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ଏହା ଭାରି ପଡ଼ିଥିଲା । ଚୂଡ଼ାନ୍ତ ଏକାଦଶରୁ ବରିଷ୍ଠଙ୍କୁ ବିଶ୍ରାମ ଦେବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ବିରାଟ କୋହଲି ଓ ରୋହିତ ଶର୍ମା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଖେଳିନଥିଲେ । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଳାଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ଇଶାନ କିଶନଙ୍କୁ ଛାଡ଼ି ଦେଲେ ଆଉ କୌଣସି ବି ବ୍ୟାଟରଙ୍କ ବ୍ୟାଟରୁ ଭଲ ରନ୍‌ ବାହାରି ପାରିନଥିଲା । ଫଳରେ ମ୍ୟାଚ୍‌ ହାରିବା ପରେ ଦଳ ନିଜର ଭୁଲ ବୁଝିପାରିଥିଲା । ଆଜି ଅନ୍ତିମ ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରୋଟ କୋହଲି ଖେଳିପାରନ୍ତି । ସେପଟେ ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଏତେଟା ଭଲ ପ୍ରଦର୍ଶନ କରିନଥିବାରୁ ଆଜି ଫର୍ମକୁ ଫେରିବେ ବୋଲି ଆଶା ରହିଛି । ସେହିପରି ଗିଲ୍‌ଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବୋଲିଂ ବିଭାଗରେ କୁଲଦୀପ ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ପ୍ରଥମ ମ୍ୟାଚ୍‌ରେ ସେ 4ଟି ଓ୍ବିକେଟ୍‌ ନେଇ ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟରଙ୍କୁ ଘାଇଲା କରିଥିଲେ । ସେହିପରି ଜାଡେଜା ଓ ଉମ୍ରାନ ମଲିକଙ୍କ ଉପରେ ମଧ୍ୟ ଦଳ ଭରସା କରିଛି ।

ଏହା ମଧ୍ୟ ପଢନ୍ତୁ-ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍‌କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା

ଓ୍ବେଷ୍ଟଇଣ୍ଡିଜ ଦଳ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ମନୋବଳ ଦୃଢ ରହିଛି । ଦଳର ଅଧିନାୟକ ସାଇ ହୋପ୍‌ ଗତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଜିର ମ୍ୟାଚ୍‌ରେ ଯଦି 65 ରନ କରନ୍ତି ତେବେ ବିଶ୍ବର ତୃତୀୟ ଦ୍ରୁତତମ ବ୍ୟାଟର ଭାବେ ସେ ଦିନିକିଆରେ 5000 ରନ୍‌ ପୂରଣ କରିବେ । ଆଜି ଓ୍ବେଷ୍ଟ୍‌ଇଣ୍ଡିଜ ଏକାଦଶରେ ପରିବର୍ତ୍ତନ ହେବ ନା ନାହିଁ ତାହା ଟସ୍‌ ପଡିବା ପରେ ହିଁ ସ୍ପଷ୍ଟ ହେବ । ଆଜି(ମଙ୍ଗଳବାର) ସନ୍ଧ୍ୟା 7ଟା ସମୟରେ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.