ETV Bharat / sports

India vs West Indies: ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ

ରବିବାର ଠାରୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ODI ସିରିଜ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସିରିଜର ସମସ୍ତ ୩ଟି ମ୍ୟାଚ୍‌ ଖେଳାଯିବ । ଅଧିକ ପଢନ୍ତୁ

author img

By

Published : Feb 5, 2022, 10:02 PM IST

India vs West Indies: Rohit Sharma confirms Ishan Kishan will open in 1st ODI
India vs West Indies: ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ

ଅହମ୍ମଦାବାଦ: ରବିବାର ଠାରୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ODI ସିରିଜ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସିରିଜର ସମସ୍ତ ୩ଟି ମ୍ୟାଚ୍‌ ଖେଳାଯିବ । ତେବେ କୋଭିଡ କବଳିତ ଭାରତୀୟ କ୍ୟାମ୍ପ୍‌ରୁ ଆଶ୍ବସ୍ତିକର ଖବର ଆସିଛି । ଓପନର ଶିଖର ଧାୱନ ପଜିଟିଭ ଚିହ୍ନଟ ପରେ ରୋହିତ ଶର୍ମାଙ୍କ ସହ ଅନ୍ୟ ଓପନର କିଏ ହେବେ ଚର୍ଚ୍ଚା ଲାଗିରହିଥିଲା । ମାତ୍ର କ୍ୟାପେଟନ ରୋହିତ ଶର୍ମା ଏହା ଉପରୁ ପରଦା ଉଠାଇଛନ୍ତି । ଇଶାନ କିଶନ ପ୍ରଥମ ମ୍ୟାଚ୍‌ରେ ଓପନିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 1000ତମ ODI ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ, ସଚିନଙ୍କ ଶୁଭେଚ୍ଛା

ଦ୍ବିତୀୟ ଦିନିକିଆ ଠାରୁ କେଏଲ ରାହୁଲ ସ୍କ୍ବାଡ୍‌ରେ ସାମିଲ ହେବେ । ଶିଖର ଧାୱନ ଓ ଋତୁରାଜ ଗାଏକ୍ବାଡ COVID-19 ପଜିଟିଭ ଚିହ୍ନଟ ପରେ ଅହମ୍ମଦାବାଦରେ ଆଇସୋଲେସନରେ ରହିଛନ୍ତି । ବଦଳ ଖେଳାଳି ଭାବେ ସ୍କ୍ବାଡ୍‌ରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ କ୍ବାରେଣ୍ଟିନରେ ରହିଛନ୍ତି । ଫଳରେ ରୋହିତଙ୍କ ସହ କିଶନ ପ୍ରଥମ ମ୍ୟାଚ୍‌ରେ ଓପନ କରିବେ । ଶନିବାର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ମୟଙ୍କ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଛନ୍ତି, ଓପନିଂ ବ୍ୟାଟ୍‌ର ଭାବେ ଇଶାନ କିଶନ ଏକମାତ୍ର ବିକଳ୍ପ ଉପଲବ୍ଧ ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.