ETV Bharat / sports

ଭାରତର ବିଶ୍ବ ରେକର୍ଡ, ଗୋଟିଏ ଦଳ ବିପକ୍ଷରେ ଲଗାତାର 12ଟି ODI ସିରିଜ ବିଜୟ

ଦିନିକିଆ କ୍ରିକେଟରେ ଭାରତ ୱେଷ୍ଟ ଇଣ୍ଡିଜକୁ କ୍ରମାଗତ ଭାବରେ 12 ଥର ସିରିଜରେ ପରାସ୍ତ କରି ବିଶ୍ବ ରେକର୍ଡ କରିଛି । ଉଭୟଙ୍କ ମଧ୍ୟରେ ଏପର୍ଯ୍ୟନ୍ତ 137 ଟି ଦିନିକିଆ ଖେଳାଯାଇଛି । ଅଧିକ ପଢନ୍ତୁ

author img

By

Published : Jul 25, 2022, 8:01 PM IST

ଭାରତର ବିଶ୍ବ ରେକର୍ଡ, ଗୋଟିଏ ଦଳ ବିପକ୍ଷରେ କ୍ରମାଗତ 12 ଟି ସିରିଜ କବଜା

ହାଇଦ୍ରାବାଦ: ଦିନିକିଆ କ୍ରିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର ସିରିଜ ବିଜୟରେ ବିଶ୍ବ ରେକର୍ଡ କରିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ, ବିଜୟ ହାସଲ ପରେ ଏହି ରେକର୍ଡ କରିଛି । ଏଯାବତ କାରବିୟନ ଟିମ ବିପକ୍ଷରେ ମେନ ଇନ୍‌ ବ୍ଲୁ ମୋଟ 137ଟି ଦିନିକିଆ ମ୍ୟାଚ୍‌ ଖେଳିଛି । ସେଥିମଧ୍ୟରୁ ଟିମ ଇଣ୍ଡିଆ 68 ଦିନିକିଆରେ ବିଜୟୀ ହୋଇଥିବାବେଳେ, ୱେଷ୍ଟଇଣ୍ଡିଜ 63ଟି ମ୍ୟାଚରେ ବିଜୟ ହାସଲ କରିଛି । ଦୁଇଟି ମ୍ୟାଚ୍‌ ଟାଇ ରହିଛି ଓ 4ଟି ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି ।

ବର୍ଷ 2007ରୁ 2022 ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର 12ଟି ସିରିଜ କବଜା କରିବାରେ ସଫଳତା ହାସଲ କରିଛି ଭାରତ । ଏହି ସଫଳତା ପରେ ଭାରତ କ୍ରମାଗତ ଭାବେ କୌଣସି ଦଳକୁ ଅଧିକ ଥର ପରାସ୍ତ କରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଏହାପରେ ଦ୍ବିତୀୟ ରେକର୍ଡ ପାକିସ୍ତାନ ନାମରେ ରହିଛି । ପାକିସ୍ତାନ କ୍ରମାଗତ ଭାବରେ ଜିମ୍ବାୱେକୁ 11ଟି ସିରିଜରେ ପରାସ୍ତ କରିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରେ ଭାରତ 2-0ରେ ଆଗୁଆ ରହିଛି । ଦ୍ବିତୀୟ ଦିନିକିଆରେ ବିଜୟର ପ୍ରମୁଖ ଭୁମିକା ନିଭାଇଥିଲେ ଅଲରାଉଣ୍ଡର ଅକ୍ଷର ପଟେଲ । 35 ବଲ୍‌ରୁ ଅପରାଜିତ 64 ରନ୍‌ର ଇଂନିସ ସହ ଶେଷ ଓଭରରେ ଭାରତକୁ ବିଜୟୀ କରାଇଥିବା ଅକ୍ଷର ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଅକ୍ଷରଙ୍କ ଏହି ବିସ୍ଫୋରକ ଇଂନିସରେ 5ଟି ଛକା 3 ଟି ଚୌକା ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.