ETV Bharat / sports

IND vs WI 5th T20: 3-2ରେ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ, 17 ବର୍ଷ ପରେ ଇଣ୍ଡିଜଠୁ ଶୃଙ୍ଖଳା ହାରିଲା ଇଣ୍ଡିଆ - ଭାରତ ବନାମ ୱେଷ୍ଟଇଣ୍ଡିଜ ପଞ୍ଚମ ଟିଟ୍ବେଣ୍ଟି

ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ ଦଳ । 3-2ରେ ସିରିଜ ଜିତିଛି ୱେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ

ଭାରତ ବନାମ ୱେଷ୍ଟଇଣ୍ଡିଜ ପଞ୍ଚମ ଟିଟ୍ବେଣ୍ଟି
IND vs WI 5th T20
author img

By

Published : Aug 14, 2023, 7:33 AM IST

ଫ୍ଲୋରିଡା: ରୋମାରିଓ ସେଫର୍ଡାଙ୍କ ଚମତ୍କାର ବୋଲିଂ, ବ୍ରାଣ୍ଡନ କିଙ୍ଗ ଓ ନିକୋଲାସ ପୂରନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ 3-2ରେ କବଜା କରିଛି ଇଣ୍ଡିଜ । ସୂର୍ଯ୍ୟକୁମାରଙ୍କ ଚମକ ପରେ ବି ହାରିଲା ଭାରତ । ପଞ୍ଚମ ଟି-ଟ୍ବେଣ୍ଟି ଆର୍ଥାତ ନିର୍ଣ୍ଣାୟକ ଲଢେଇରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ 8 ୱିକେଟରେ ପରାସ୍ତ ହୋଇଛି ଭାରତ । 17 ବର୍ଷ ପରେ ୱେଷ୍ଟଇଣ୍ଡିଜଠୁ ସିରିଜ ହାରିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜର ରୋମାରିଓ ସେଫର୍ଡ ପ୍ଲେୟାର ଅଫ ଦି ମ୍ୟାଚ ଓ ନିକୋଲସ ପୂରନ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଚତୁର୍ଥ ଟି-ଟ୍ବେଣ୍ଟିରେ ଦଳକୁ ଜିତାଇଥିବା ଯଶସ୍ବୀ ଜୈସ୍ବାଲ ଓ ଶୁଭମନ ଗିଲ ପଞ୍ଚମ ଟି-ଟ୍ବେଣ୍ଟିରେ ବିଫଳ ହୋଇଥିଲେ । ଦୁଇ ଓପନର ଯଥାକ୍ରମେ 5 ଓ 9 ରନ କରି ସଅଳ ପାଭିଲିୟନ ଫେରିଥିଲେ । ସୂର୍ଯ୍ୟକୁମାର ଓ ତିଲକ ବର୍ମା ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 66ରେ ଭାରତର ଆଉ ଏକ ୱିକେଟ ପତନ ହୋଇଥିଲା । ତିଲକ ବର୍ମା 18 ବଲରୁ 27 ରନ କରି ଆଉଟ ହୋଇଥିଲେ । ଏହା ପରେ ସୂର୍ଯ୍ୟକୁମାରଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ । ମାତ୍ର ସେ ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । 13 ରନ କରି ରୋମିଓ ସେଫର୍ଡଙ୍କ ଶିକାର ହୋଇଥିଲେ ।

ବ୍ୟାଟିଂ ଜାରି ରଖିଥିବା ସୂର୍ଯ୍ୟକୁମାର 15ତମ ଓଭରରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ତାଙ୍କର 15ତମ ଟି-ଟ୍ବେଣ୍ଟି ଅର୍ଦ୍ଧଶତକ ଥିଲା । ଦଳୀୟ ସ୍କୋର 130ରେ ହାର୍ଦ୍ଦିକ ପାଣ୍ଡ୍ୟା 14 ରନ କରି ଆଉଟ ହୋଇଥିଲେ । ଭାରତର 5ଟି ୱିକେଟ ପତନ ହୋଇଥିଲା । ଦଳୀୟ ସ୍କୋର 140ରେ ସୂର୍ଯ୍ୟକୁମାର 45 ବଲରେ 61 ରନ କରି ଜାସନ ହୋଲ୍ଡରଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ଏହା ପରେ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ବ୍ୟାଟିଂ କରିଥିଲେ । କୁଳଦୀପ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଏହା ପରେ ଅକ୍ଷର ପଟେଲ କ୍ରିଜକୁ ଆସିଥିଲେ । ସେ 13 ରନ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 165 ରନ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ରୋମାରିଓ ସେଫର୍ଡ 4ଟି, ଅକିଲ ଓ ଜାସନ ହୋଲ୍ଡର 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...IND vs WI 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, ଜାଣନ୍ତୁ ପିଚ୍‌ ରିପୋର୍ଟ ଓ ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ

ଏହା ବି ପଢନ୍ତୁ...Ind vs WI: ଅର୍ଦ୍ଧଶତକ ହାସଲ ପରେ ରୋହିତ୍‌-ଋଷଭ କ୍ଲବ୍‌ରେ ଜୟସ୍ବାଲ

166 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ । ଓପନର କେଲି ମାୟର୍ସ ମାତ୍ର 10 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଅର୍ଶଦୀପ ସିଂ ଦ୍ବିତୀୟ ଓଭରରେ କେଲି ମାୟର୍ସଙ୍କୁ ଆଉଟ କରିଥିଲେ । ତୃତୀୟ ସ୍ଥାନରେ ନିକୋଲାସ ପୂରନ ବ୍ରାଣ୍ଡନ କିଙ୍ଗଙ୍କ ସହ ଯୋଗ ଦେଇ ଦୃଢ ବ୍ୟାଟିଂ କରିଥିଲେ । ଉଭୟ ଛକା ଚୌକା ବର୍ଷା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏହି ଯୋଡି ଭାଙ୍ଗିବା ଭାରତୀୟ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ୱିକେଟ ଶିକାର ଲକ୍ଷ୍ୟରେ ଥିବା ଭାରତୀୟ ବୋଲର ବିଫଳ ହୋଇଥିଲେ । ବ୍ରାଣ୍ଡନ କିଙ୍ଗ ପ୍ରଥମେ ଅର୍ଦ୍ଧଶତକ ପୂରଣ କରିଥିଲେ । 12 ଓଭର ଖେଳ ସୁଦ୍ଧା ଇଣ୍ଡିଜର ସ୍କୋର 117ରେ ପହଞ୍ଚିଥିଲା ଏହା ପରେ ବର୍ଷା ହୋଇଥିଲା । କିଛି ସମୟ ଖେଳ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଥିଲା । ଏହା ପରେ 14ତମ ଓଭରରେ ପୂରନ ଓ କିଙ୍ଗ ଯୋଡି ଭାଙ୍ଗିଥିଲେ ତିଲକ । ନିକୋଲାସ ପୂରନ 47ରନ କରି ତିଲକ ବର୍ମାଙ୍କ ବଲରେ ଆଉଟ ହୋଇଥିଲେ । କିଙ୍ଗ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । 18 ଓଭରରେ ୱେଷ୍ଟଇଣ୍ଡିଜ 2 ୱିକେଟ ହରାଇ 171ରନ କରିଥିଲା ।

ଚଳିତ ବିଶ୍ବକପରୁ ବାଦ ପଡି ସମାଲୋଚନାର ଶିକାର ହୋଇଥିବା ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଜିତି ମନୋବଳ ଦୃଢ କରିଛି । ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଓ ଦିକିନିଆ ସିରିଜରେ ପରାସ୍ତ ହେବା ପରେ ଜବରଦସ୍ତ ପ୍ରଦର୍ଶନ କରି ଟି-ଟ୍ବେଣ୍ଟି ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.