ETV Bharat / sports

India vs West Indies 2nd T20: ୱେଷ୍ଟଇଣ୍ଡିଜର ବିଜୟ ଧାରା ଜାରି, ପରାଜୟର ବୋଝ ମୁଣ୍ଡାଇଲା ଭାରତ - ଭାରତକୁ 2 ଓ୍ବିକେଟରେ ହରାଇଲା ଓ୍ବେଷ୍ଟଇଣ୍ଡିଜ

ଦ୍ବିତୀୟ ଦିନିକିଆରେ ଭାରତକୁ 2 ଓ୍ବିକେଟରେ ହରାଇଲା ଓ୍ବେଷ୍ଟଇଣ୍ଡିଜ । କାମ ଦେଲାନି ତିଳକଙ୍କ ଅର୍ଦ୍ଧଶତକ । ଅଧିକ ପଢନ୍ତୁ

West Indies beat India by 2 wickets
West Indies beat India by 2 wickets
author img

By

Published : Aug 7, 2023, 7:29 AM IST

ହାଇଦ୍ରାବାଦ: ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା ଦ୍ବିତୀୟ ଦିନିକିଆ ମ୍ୟାଚ । ଘରୋଇ ଦଳ ସମ୍ମୁଖରେ ଫେଲ ମାରିଲା ଭାରତର ରଣନୀତି । କ୍ରମାଗତ ଭାବେ ଓ୍ବେଷ୍ଟଇଣ୍ଡିଜର ବିଜୟ ଧାରା ଜାରି । ମାତ୍ର 2 ଓ୍ବିକେଟରେ ଭାରତ ଠାରୁ ବିଜୟକୁ ଛଡାଇ ନେଲା ଘରୋଇ ଟିମ । ଫଳରେ ଏହି ସିରିଜରେ 2-0ରେ ଆଗୁଆ ରହିଛି ଓ୍ବେଷ୍ଟଇଣ୍ଡିଜ । ଭାରତ ପକ୍ଷରୁ ତିଳକ ବର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାହା କାମ ଦେଲାନି । 5 ମ୍ୟାଚ ବିଶିଷ୍ଟ ଟି 20 ସିରିଜର ପ୍ରଥମ ମ୍ୟାଚରେ ଓ୍ବେଷ୍ଟିଣ୍ଡିଜର ବିଜୟ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ ମଧ୍ୟ ଇଣ୍ଡିଜ ସପକ୍ଷରେ ଯାଇଛି ।

2ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ସିରିଜ ହାତେଇବା ଲକ୍ଷ୍ୟରେ ଏବେ ଓ୍ବେଷ୍ଟଇଣ୍ଡିଜ । ଅନ୍ୟପଟେ ଆହୁରି 3ଟି ମ୍ୟାଚ ବାକି ରହିଛି । କୌଣସି ମୁହୂର୍ତ୍ତରେ କିଛିବି ହୋଇପାରେ । ବାକି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଠାରୁ ସିରିଜ ଛଡାଇବାକୁ ଜୋରଦାର ଉଦ୍ୟମ କରିବ ଭାରତ। କିନ୍ତୁ ଯଦି ହେବାକୁ ମ୍ୟାଚ ଗୁଡିକରେ ଭାରତର ପ୍ରଦର୍ଶନ ଏପରି ରୁହେ ତେବେ ସିରିଜ ହାତେଇବା କଷ୍ଟକର ହୋଇପଡିବ । ଆସନ୍ତାକାଲି ଦ୍ବିତୀୟ ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-India vs West Indies 2nd T20: ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଭାରତ, ଓପନିଂ ଯୋଡି ଉପରେ ନଜର

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଏହାପରେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇ ଥିଲେ ଗିଲ ଓ ଇଶାନ । କିନ୍ତୁ ବେଶି ସମୟ ପଡିଆରେ ତିଷ୍ଠି ପାରିନଥିଲେ । ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ବୋଲିଂରେ ଘାଇଲା ହୋଇଥିଲେ ଭାରତୀୟ ବ୍ୟାଟର୍ସ । ଇଶାନ 23 ବଲରେ 27 ରନ କରି ଆଉଟ ହୋଇଥିବା ବେଳେ ଗିଲ ମାତ୍ର 7 ରନ କରି ପାଭିଲିୟନକୁ ଫେରିଥିଲେ । ସେହିପରି ସୂର୍ଯ୍ୟକୁମାର 1 ରନ କରି ଆଉଟ ହୋଇଥିଲେ । କିନ୍ତୁ ତିଳକ ବର୍ମାଙ୍କ ପ୍ରଦର୍ଶନ ଚମତ୍କାର ଥିଲା । ପ୍ରଥମ ମ୍ୟାଚରେ ସେ ସର୍ବାଧିକ 39 ରନ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ 51 ରନ କରିଥିଲେ । ଯାହା ତାଙ୍କ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ । ସେହିପରି ଅଧିନାୟକ ପାଣ୍ଡ୍ୟା 24 ଓ ଅକ୍ଷର ପଟେଲ 14 ରନ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ରନ କରିବାକୁ ସକ୍ଷମ ହୋଇନଥିଲେ । ଶେଷରେ 20 ଓଭରରେ 7 ଓ୍ବିକେଟ ହରାଇ ଭାରତୀୟ ଦଳ 152 ରନ କରିଥିଲା ।

ଏହାପରେ 153 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ । ପ୍ରଥମ ଓଭର ପାଣ୍ଡ୍ୟା ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ପ୍ରଥମ ଓଭରରେ 2ଟି ଓ୍ବିକେଟ ନେ୍ଇଥିଲେ ପାଣ୍ଡ୍ୟା । ମାତ୍ର 32 ରନ ବେଳକୁ ଓ୍ବେଷ୍ଟଇଣ୍ଡିଜ 3ଟି ଓ୍ବିକେଟ ହରାଇସାରିଥିଲା । ଚତୁର୍ଥ ଓ୍ବିକେଟ ପରେ ପାଳି ସମ୍ଭାଳିଥିଲେ ପୂରନ ଓ ସିମରନ ହେତମାୟର । 13 ଓଭରରେ ଦଳୀୟ ସ୍କୋର 117ରେ ପହଞ୍ଚିଥିଲା । ଫଳରେ ଦଳର ବିଜୟୀ ହେବା ଆଶା ସହଜ ହେଲା ମରି ମନେ ହେଉଥିଲା । କିନ୍ତୁ 14 ତମ ଓଭରରେ ପୂରନ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଶେଷ 4 ଓଭରରେ 24 ରନରେ ଅବଶ୍ୟ ଥିଲା । ଅକିଲ ହୋସେନ 16 ଓ ଅଲଜାରୀ 10 ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । 20 ଓଭର ଶେଷ ସୁଦ୍ଧା ଦଳ 8 ଓ୍ବିକେଟ ହରାଇ 155 ରନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.