ହାଇଦ୍ରାବାଦ: ଆଜିଠୁ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ । ପ୍ରଥମ ମ୍ୟାଚ ରାତି 8ଟା ସମୟରେ ବ୍ରିୟାନ ଲାରା ଷ୍ଟାଡିୟମରେ ଖେଳାଯିବ । ଏଥି ପାଇଁ ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ଟେଷ୍ଟ ଓ ଦିନିକିଆ ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ ଲଗାତର ପରାଜିତ କରି ବିଜୟୀ ହୋଇଥିବାରୁ ଏହି ସିରିଜ ହାତେଇବାକୁ ମଧ୍ୟ ଭାରତର ଲକ୍ଷ୍ୟ ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅନ୍ୟପଟେ ଲଗାତାର ଟେଷ୍ଟ ଓ ସିରିଜ ମ୍ୟାଚରେ ଭାରତ ଠାରୁ ହାରିଥିଲେ ମଧ୍ୟ ଏହି ପାଞ୍ଚ ଦିନିଆ ସିରିଜରେ ଓ୍ବେଷ୍ଟଇଣ୍ଡିଜ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି ।
ଏହା ମଧ୍ୟ ପଢନ୍ତୁ-India vs West Indies 3rd ODI: ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଦଳ
ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିଜୟ ଧାରା ଜାରି ରହିଛି । ତେଣୁ ଆଜିର ମ୍ୟାଚ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ପୂର୍ବ ସିରିଜ ପରି ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ରହିବେ । ସେହିପରି ସୂର୍ଯ୍ୟ କୁମାର ଯାଦବ ଉପ ଅଧିନାୟକ ଭାର ତୁଲାଇବେ । ରୋହିତ ଶର୍ମା, ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜାଙ୍କ ପରି ବରିଷ୍ଠ ଖେଳାଳିଙ୍କ ନାମ 15 ଜଣିଆ ଦଳରେ ସ୍ଥାନ ପାଇନାହିଁ । ତିନି ଦିନିଆ ସିରିଜକୁ ଭାରତ 2-1ରେ କବଜା କରିଥିଲା । ଇଶାନ କିଷନଙ୍କ ପ୍ରଦର୍ଶନ ଭଲ ରହିଥିଲା । ତିନିଟି ଯାକ ମ୍ୟାଚରେ ସେ ଅର୍ଦ୍ଧ ଶତକ ହାସଲ କରିଥିଲେ। ସେହିପରି ଗିଲ 2ଟି ମ୍ୟାଚରେ ଭଲ ସ୍କୋର କରିନପାରିଥିଲେ ମଧ୍ୟ ଶେଷ ମ୍ୟାଚରେ 80ରୁ ଊର୍ଦ୍ଧ୍ବ ରନ କରିଥିଲେ । ତେଣୁ ଆଜିର ମ୍ୟାଚରେ ଏହି ଦୁଇ ଖେଳାଳି ଓ ଯଶସ୍ବୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ବୋଲିଂରେ ଯୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।
ଏହା ମଧ୍ୟ ପଢନ୍ତୁ-ବିଦାୟୀ ମ୍ୟାଚ୍ରେ ବ୍ରଡଙ୍କୁ ବିଜୟ ଭେଟି ଦେଲା ଇଂଲଣ୍ଡ, ଶୃଙ୍ଖଳା ୨-୨ରେ ଡ୍ର
ଅନ୍ୟପଟେ ଦିନିକିଆ ବିଶ୍ବକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନପାରିନଥିବା ଓ୍ବେଷ୍ଟଇଣ୍ଡିଜର କ୍ରମାଗତ ନୈରାଶ୍ୟ ଜନକ ପ୍ରଦର୍ଶନ ଜାରି ରହିଛି । ତେଣୁ ଏହି 5 ଦିନିଆ ସିରିଜରେ ଦଳ ଦଳର ପ୍ରଦର୍ଶନ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର । ଭାରତ ହାତରୁ ବିଜୟ ଛଡାଇବାକୁ ହେଲେ ଜୋରଦାର ଉଦ୍ୟମ କରିବାକୁ ପଡିବ ଓ୍ବେଷ୍ଟଇଣ୍ଡିଜକୁ । ନଚେତକୁ ଏହି ସିରିଜ ହାତରୁ ଚାଲିଯିବାର ସମ୍ଭାବନା ରହିଛି ।