ETV Bharat / sports

India Vs Sri Lanka : ଜାନୁଆରୀରେ ଟି୨୦ ଓ ଦିନିକିଆ ସିରିଜ ଖେଳିବ ଭାରତ - ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ

ଜାନୁଆରୀରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଟି୨୦ ଓ ତିନି ଟିକିଆ ଦିନିକିଆ ସିରିଜ ଖେଳିବ । ଅଧିକ ପଢନ୍ତୁ

Etv BharatIndia Vs Sri Lanka : ଜାନୁଆରୀରେ ତିନି-ତିନି ଟି୨୦, ଦିନିକିଆ ସିରିଜ ଖେଳିବ ଭାରତ

author img

By

Published : Dec 27, 2022, 7:20 AM IST

ହାଇଦ୍ରାବାଦ: ଜାନୁଆରୀରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଟି୨୦ ଓ ତିନି ଟିକିଆ ଦିନିକିଆ ମ୍ୟାଚ ଖେଳିବ । ଜାନୁଆରୀ ତିନି ତାରିଖରେ ପ୍ରଥମେ ଟି୨୦ ମ୍ୟାଚ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୫ ତାରିଖରେ ଏବଂ ତୃତୀୟ ଟି୨୦ ମ୍ୟାଚ ଜାନୁଆରୀ ୭ ତାରିଖରେ ଖେଳାଯିବ ।

ଶ୍ରୀଲଙ୍କା ବିପକ୍ଷରେ ଟି୨୦ ମ୍ୟାଚ ପରେ ଭାରତ ଦିନିକିଆ ମ୍ୟାଚ ଖେଳିବ । ପ୍ରଥମ ଦିନିକିଆ ଗୌହାଟୀରେ ଜାନୁଆରୀ ୧୦ ତାରିଖରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ତାରିଖ ରାୟପୁରରେ ଖେଳାଯିବ । ତୃତୀୟ ଦିନିକିଆ ଜାନୁଆରୀ ୨୪ ତାରିଖ ଇନ୍ଦୋରରେ ଖେଳାଯିବ ।

ତେବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ନେଇ ଭାରତୀୟ ସ୍କ୍ବାଡ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ବୋର୍ଡର ନୂତନ ଚୟନ କମିଟି ଗଠନ ହୋଇନଥିବା ବେଳେ ବରଖାସ୍ତ ହୋଇଥିବା ତଥା ଚେତନ ଶର୍ମାଙ୍କ ଚୟନ କମିଟି ହିଁ ଶ୍ରୀଲଙ୍କା ବିପକ୍ଷରେ ଦଳ ଘୋଷଣା କରିବେ । ସେପଟେ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ । ତେଣୁ ତାଙ୍କ ବଦଳରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଅଧିନାୟକ ଦାୟିତ୍ବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ବ ମିଳିପାରେ ।

ଭାରତ ବନାମ ଶ୍ରୀଲଙ୍କା ଖେଳସୂଚୀ

ଜାନୁଆରୀ ୩ ତାରିଖ - ପ୍ରଥମ ଟି୨୦ - ମୁମ୍ବାଇ

ଜାନୁଆରୀ ୫ ତାରିଖ - ଦ୍ବିତୀୟ ଟି୨୦ - ପୁଣେ

ଜାନୁଆରୀ ୭ ତାରିଖ - ତୃତୀୟ ଟି୨୦ - ରାଜକୋଟ

ଜାନୁଆରୀ ୧୦ ତାରିଖ - ପ୍ରଥମ ଦିନିକିଆ - ଗୌହାଟୀ

ଜାନୁଆରୀ ୧୨ ତାରିଖ - ଦ୍ବିତୀୟ ଦିନିକିଆ - କୋଲକାତା

ଜାନୁଆରୀ ୧୫ ତାରିଖ ତୃତୀୟ ଦିନିକିଆ - ତ୍ରିଭେନ୍ଦ୍ରେମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.