ETV Bharat / sports

IND vs SA 3rd ODI: ଟସ୍ ଜିତି ଭାରତର ବୋଲିଂ ନିଷ୍ପତି - ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ

ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ଟସ୍ ଜିତିଲେ ଶିଖର ଧାୱନ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଶିଖର ଧାୱନ । ଅଧିକ ପଢନ୍ତୁ

ଟସ୍ ଜିତି ଭାରତର ବୋଲିଂ ନିଷ୍ପତି
IND vs SA 3rd ODI
author img

By

Published : Oct 11, 2022, 2:10 PM IST

ନୂଆଦିଲ୍ଲୀ: ଘରୋଇ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଆଜି ଅନ୍ତିମ ଲଢେଇ । ମ୍ୟାଚ୍‌ ପାଇଁ ଟସ ପଡି ସାରିଛି । ତୃତୀୟ ଦିନିକିଆ ଟସ୍ ଜିତିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଶିଖର ଧାୱନ । ମେଘୁଆ ପାଗ ପାଇଁ ଟସରେ ବିଳମ୍ବ ହୋଇଥିଲା । ପ୍ରାୟ ଏକଘଣ୍ଟା ପରେ ଟସ ପଡିଥିଲା । ଶିଖର ଧାୱନ ଟସ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦକ୍ଷଣ ଆଫ୍ରିକା ଦଳର ନେତୃତ୍ବ ନେଇଛନ୍ତି ଡେଭିଡ ମିଲର । ଦିନିକିଆ ଅଧନାୟକ ଭାର ସମ୍ଭାଳିବାରେ ଡେବ୍ୟୁ କରିଛନ୍ତି ମିଲର ।

ଭାରତୀୟ ଏକାଦଶରେ ପରିବର୍ତ୍ତନ ହୋଇନାହିଁ । ଦ୍ବିତୀୟ ଦିନିକିଆରେ ଖେଳିଥିବା ସମସ୍ତ ଖେଳାଳି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ସିରିଜ ବରାବର ସ୍ଥିତିରେ ରହିଛି । ଅନ୍ତିମ ମୁକାବିଲା ସହ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ପାଗକୁ ଦେଖି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଧାୱନ । ଛୋଟ ମୋଟ ତ୍ରୁଟିକୁ ସୁଧାରି ଦଳ ଏକ ସଫଳ ଇନିଂସ ଖେଳିବା ଲକ୍ଷ୍ୟରେ ରହିଛି । ସେପଟେ ଅନ୍ତିମ ଲଢେଇ ଜିତି ସିରିଜ କବଜା କରି ଗସ୍ତ ଶେଷ କରିବାକୁ ଜୋରଦାର ପ୍ରସ୍ତୁତି କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍‌ ।

ଚୂଡାନ୍ତ ଏକାଦଶ

ଭାରତ: ଶେଖର ଧଓ୍ବାନ(ଅଧିନାୟକ), ଶୁଭମନ ଗିଲ, ଇଶାନ କିଷନ, ଶ୍ରେୟାସ ଆୟାର (ଉପଅଧିନାୟକ), ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ସାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅଭେଶ ଖାନ ।

ଦକ୍ଷିଣ ଆଫ୍ରିକା: ଡେଭିଡ ମିଲର (ଅଧିନାୟକ) , ଆର ହେଣ୍ଡରିକ୍ସ, ଜାନେମାନ ମାଲାନ, କ୍ବିଣ୍ଟନ ଡି କକ୍ (ଓ୍ବିକେଟ କିପର), ଏଡେନ ମାକ୍ରମ, ହେଇନ୍ରିଚ କ୍ଲାସେନ, ଏମ ଜାନସେନ, ବି ଫୋରଟ୍ୟୁନି, ଏ ଫେହଲ୍ୟୁକୱାୟୋ, ଏଲ ନିଗିଡି, ଏ ନୋରଟିଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.