ETV Bharat / sports

IND vs SA T20: ଆଜି ପ୍ରଥମ ଟି-ଟ୍ବେଣ୍ଟି, ଟିମ ଇଣ୍ଡିଆ ଫୋକସରେ ଡେଥ ଓଭର - ଭାରତ ବନାମ ଦକ୍ଷିଣ ଆଫ୍ରିକା

ଆଜିଠୁ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

IND vs SA T20
IND vs SA T20
author img

By

Published : Sep 28, 2022, 9:49 AM IST

ଥିରୁଅନନ୍ତପୁରମ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଏହି ସରିଜ ଜରିଆରେ ଭାରତୀୟ ଟି-20 ଟିମ ବିଶ୍ବକପ ପୂର୍ବରୁ ଡେଥ ଓଭର ବୋଲିଂ ସମସ୍ୟା ସୁଧାରିବା ସହ ବ୍ୟାଟିଂରେ ଭଲ ପ୍ରଦର୍ଶନ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷରେ 2-1ରେ ସିରିଜି ଜିତିବା ପରେ ଦକ୍ଷିଣ ଆଫ୍ରିକା ଉପରେ ଏବେ ରୋହିତ ବାହିନୀ ନଜର ।

କିଛି ଛୋଟ ମୋଟ ଭୁଲ ସୁଧାରି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ମଧ୍ୟ ସିରିଜ ବିଜୟ ପାଇଁ ପ୍ରୟାସ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜି କବଜା କରିବା ପରେ ଦୃଢ ମନୋବଳରେ ରହିଛି ଭାରତ । ଡେଥ ଓଭର ବୋଲିଂ ସମସ୍ୟା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏ ସମସ୍ୟା ଦୂର କରିବା ଦିଗରେ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଡେଥ ଓଭର ବୋଲିଂକୁ ପ୍ରାଧାନ୍ୟ ଦେବ ଭାରତ ।

ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜି ବିଜୟ ସତ୍ତ୍ବେ ଡେଥ ଓଭର ବୋଲିଂ ପ୍ରଭାବଶାଳୀ ନଥିବା ସ୍ବୀକାର କରିଛନ୍ତି ଅଧିନାୟକ ରୋହିତ ଶର୍ମା । ବିଶ୍ବକପ ପୂର୍ବରୁ ଭାରତକୁ ଏହି ତ୍ରୁଟି ସୁଧାରିବାକୁ ହେବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବିଶ୍ରାମ ନେଇଥିବା ଯୁବ ପେସ ବୋଲର ଅର୍ଶଦୀପ ସିଂହ ଦଳରେ ସାମିଲ ହେବା ପରେ ଡେଥ ଓଭର ବୋଲିଂ ଶକ୍ତି ବୃଦ୍ଧି ପାଇଛି । ତଥାପି ସମ୍ପର୍ଣ୍ଣ ବୋଲିଂ ବିଭାଗରେ ସୁଧାର ଆଣିବାକୁ ପଡିବ ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ମିଳିଛି । ଅଲରାଉଣ୍ଡର ଦୀପକ ହୁଡ୍ଡା ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଏହି ଅନ୍ତିମ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟଂରୁ ସଫଳ ଇନିଂସ ଆଶା କରାଯାଉଛି । ଅତିରିକ୍ତ ବ୍ୟାଟର ଭାବେ ଋଷବ ପନ୍ତଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ଦୀପକ ଚହରଙ୍କୁ ସ୍ଥାନ ମିଳିବା ଆଶା କରାଯାଉଛି ।

ଏହା ବି ପଢନ୍ତୁ...Legends League Cricket: ଶ୍ରୀସାନ୍ତଙ୍କ କମାଲ୍‌, ବାରବାଟୀରେ କିଙ୍ଗସର କମବ୍ୟାକ

ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଫୁଲ ପ୍ରସ୍ତୁତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଅଧିନାୟକ ତେମ୍ବା ବାମ୍ବୁମା କହିଛନ୍ତି ଭାରତୀୟ ପେସ ବୋଲରଙ୍କୁ ଖେଳିବା ଟିକେ କଷ୍ଟକର । ବିଶେଷ କରି ଓପନିଂ ଓଭରରେ ବଲକୁ ଯେପରି ସୁଇଂ କରାନ୍ତି ସେପରି ଖେଳିବାରେ ଆମେ ଅଭ୍ୟସ୍ତ ନୁହଁ । ଟସ୍‌ ବିଜୟୀ ଦଳ ଏକ ପ୍ରକାର ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିନ୍ତ । ପିଚ୍‌ ବ୍ୟାଟରଙ୍କୁ ସୁହାଇବ । ଏଠାରେ ଘରୋଇ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଗୋଟିଏ ବି ମ୍ୟାଚ ଜିତି ନାହିଁ । ମୋଟ 3ଟି ମ୍ୟାଚ ଖେଳାଯାଇଛି । 2ଟି ଦକ୍ଷିଣ ଆଫ୍ରିକା ଜିତିଥିବାବେଳେ ଗୋଟିଏ ଡ୍ର ହୋଇଛି । ଆଜି ଏହାର ଶୁଭାରମ୍ଭ କରିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି ।

ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.