ETV Bharat / sports

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ମ୍ୟାଚ - ଅଧିନାୟକ ସୂର୍ଯ୍ୟ କୁମାର ଯାଦବ

India vs South Africa T20: ଆଜି ଡର୍ବାନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି ଟ୍ବେଣ୍ଟି । ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଭାରତ ଓ ଦକ୍ଷିଣ ଆଫ୍ରିକା
South Africa vs India
author img

By ETV Bharat Odisha Team

Published : Dec 10, 2023, 1:02 PM IST

ଡର୍ବାନ: ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏଥିପାଇଁ ପୁରା ପ୍ରସ୍ତୁତ ମେନ ଇନ ବ୍ଲୁ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ପରେ ଏହି ସିରିଜ ମଧ୍ୟ ନିଜ ସପକ୍ଷରେ କରିବାକୁ ଜୋରଦାର ଉଦ୍ୟମ କରିବ ଭାରତ । ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଥିବାରୁ ଆଜିର ମ୍ୟାଚକୁ ନେଇ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିଶ୍ବକପରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ସେହି ସବୁ ଦୁଃଖକୁ ଭୁଲି ଆଜି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବ ବୋଲି ଦକ୍ଷିଣ ଆଫ୍ରିକା ଆଶା ରଖିଛି । ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆଜି ସନ୍ଧ୍ୟା ସମୟରେ ଏହି ମ୍ୟାଚ ଖେଳାଯିବ ।

ଆଜିର ମ୍ୟାଚରେ ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଉଭୟ ବ୍ୟାଟିଂ ଓ ବୋଲିଂ ଯୁବ ଖେଳାଳିଙ୍କ ଉପରେ ଦଳ ନିର୍ଭର କରିଛି । ସମସ୍ତେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିନଥିବା ଶୁଭମନ ଗିଲ, ଦୀପକ ଚହର, ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ଦଳକୁ ଫେରିଛନ୍ତି ।ଏକାଦଶରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଓପନିଂ ଯୋଡିରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଗିଲ, ଗାଏକଓ୍ବାଡେ ଓ ଯଶସ୍ବୀଙ୍କ ମଧ୍ୟରୁ 2 ଜଣ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଳାଇବେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗାଏକଓ୍ବାଡେ, ଯଶସ୍ବୀ ଓ ରିଙ୍କୁ ସିଂଙ୍କ ପ୍ରଦର୍ଶନ ଭଲ ରହିଥିଲା । ଏହି ତିନି ଜଣଙ୍କ ନାମ ଏକାଦାଶରେ ରହିବା ନେଇ ଏକପ୍ରକାର ସ୍ପଷ୍ଟ କହିଲେ ଚଳିବ ।

ଏହା ମଧ୍ୟ ପଢନ୍ତୁ-ବାଂଲାଦେଶକୁ ନାଟକୀୟ ଢଙ୍ଗରେ ହରାଇଲା ନ୍ୟୁଜିଲାଣ୍ଡ, ୧-୧ରେ ସିରିଜ୍‌ ଡ୍ର'

ଯଦି ପୂର୍ବ ଟି-20 ମ୍ୟାଚ ଉପରେ ନଜର ପକାଇବା ତେବେ ଭାରତର ପଲା ଭାରି ରହିବା ନେଇ ଅନୁମାନ କରାଯାଉଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ 4ଟି ଟ୍ବି ଟ୍ବେଣ୍ଟି ମ୍ୟାଚରେ ଭାରତ 2ଟିରେ ବିଜୟୀ ହୋଇଥିବା ବେଳେ 2ଟି ସିରିଜ ବରାବର ରହିଥିଲା । ଦକ୍ଷିଣ ଆଫ୍ରିକା ଦଳରେ ଅନେକ ନୂଆ ଖେଳାଳିଙ୍କ ନାମ ରହିଛି । କିନ୍ତୁ ଘରୋଇ ମାଟିରେ ଏମାନେ ଜଡିତ । ଏମାନଙ୍କୁ ସାମ୍ନା କରିବା ଭାରତ ପାଇଁ ବଡ ଆହ୍ବାନ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.