ETV Bharat / sports

Cricket World Cup 2023: ଲକ୍ଷ୍ନୌରେ ଖେଳାଯିବ 5ଟି ମ୍ୟାଚ୍‌, ଜାଣନ୍ତୁ ସହର ସହ ଜଡ଼ିତ କ୍ରିକେଟର ସମୃଦ୍ଧ ଇତିହାସ

author img

By ETV Bharat Odisha Team

Published : Oct 5, 2023, 8:20 PM IST

କ୍ରିକେଟ ଇତିହାସ ସହିତ ଜଡ଼ିତ ଲକ୍ଷ୍ନୌ ସହର । ଏହା ଅନେକ ଇତିହାସର ମୁକସାକ୍ଷୀ ପାଲଟିଛି । ଆଇସିସି କ୍ରିକେଟ ବିଶ୍ବକପ 2023ର 5ଟି ମ୍ୟାଚ୍‌ ଲକ୍ଷ୍ନୌ ସହରରେ ଖେଳାଯିବ । ତେବେ ଜାଣନ୍ତୁ ଏହି ସହର ସହ କିପରି ଜଡ଼ିତ କ୍ରିକେଟର ଇତିହାସ

cricket history in Lucknow
cricket history in Lucknow

ଲକ୍ଷ୍ନୌ: 1952 ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ଯାହାକି ଗୋମତି ନଦୀ କୂଳରେ ଥିବା ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ପରେ 1989ରେ ଏଠାରେ ODI ମ୍ୟାଚ୍ ଖେଳାଯାଇଥିଲା ଏବଂ 1994ରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍ କେ.ଡି ସିଂ ବାବୁ ଷ୍ଟାଡିୟମରେ ଖେଳାଯାଇଥିଲା । ଠିକ 25 ବର୍ଷ ପରେ 2018ରେ ଏଠାରେ ଥିବା ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା । ଏହିପରି ଭାବରେ ଲକ୍ଷ୍ନୌ ସହର ସହିତ ଯୋଡ଼ି ହୋଇ ରହିଛି କ୍ରିକେଟ୍‌ର ସମୃଦ୍ଧ ଇତିହାସ ।

ଆଜିଠୁ ଆରମ୍ଭ ହୋଇଥିବା ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ 2023ର 5ଟି ମ୍ୟାଚ୍‌ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିମୟରେ ଖେଳାଯିବ । ଏହି ଷ୍ଟାଡିୟମରେ ଖେଳାଯିବାକୁ ଥିବା 5ଟି ମ୍ୟାଚ୍‌ ମଧ୍ୟରୁ ପ୍ରଥମ ମ୍ୟାଚ୍‌ ଆସନ୍ତା 12 ତାରିଖରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଏହାପରେ ଅକ୍ଟୋବର 29 ତାରିଖରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

ଲକ୍ଷ୍ନୌରେ ପ୍ରଥମ ଥର ପାଇଁ ସଂଘର୍ଷ କରିଥିଲା ପାକିସ୍ତାନ: 1952 ମସିହାରେ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଲକ୍ଷ୍ମୌରେ ଥିବା ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଭାରତ ଗୋଟିଏ ଇନିଂସରେ ପାକିସ୍ତାନକୁ ପରାଜିତ କରିଥିଲା । ଏହାପରେ ପାକିସ୍ତାନର ପୂର୍ବତନ କ୍ରିକେଟର ମୁଦାସାର ନାଜରଙ୍କ ପିତା ନାଜର ମହମ୍ମଦ ଉତ୍ତମ ପ୍ରଦର୍ଶନ କରି ଶତକ ହାସଲ କରିଥିଲେ ।

1989ରେ ଖେଳାଯାଇଥିଲା ଅନ୍ତର୍ଜାତୀୟ କ୍ରିକେଟ: 1989ରେ ଲକ୍ଷ୍ନୌର କେ.ଡି ସିଂ ବାବୁ ଷ୍ଟାଡିୟମକୁ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ଖେଳାଯାଇଥିଲା । ଏହାପରେ ନେହେରୁ କପ୍‌ ପାଇଁ ଶ୍ରୀଲଙ୍କା ଏବଂ ପାକିସ୍ତାନ ଟିମ ଲକ୍ଷ୍ନୌରେ ପହଞ୍ଚିଥିଲେ । ଏହି ମ୍ୟାଚ୍‌ରେ ପାକିସ୍ତାନ ଉତ୍ତମ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଅଗଣିତ କ୍ରିକେଟ ପ୍ରେମୀ ଏହି ମ୍ୟାଚ୍‌ର ସାକ୍ଷୀ ରହିଥିଲେ ।

ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା ଭାରତ: 1994 ମସିହାରେ କେଡି ସିଂ ବାବୁ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । 4 ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା ଭାରତୀୟ କ୍ରିକେଟ୍‌ ଟିମ । ଏହି ମ୍ୟାଚ୍‌ରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ନବଜୋତ ସିଂ ସିଦ୍ଧୁ ଶତକ ହାସଲ କରିଥିବା ବେଳେ ଭାରତୀୟ ବୋଲର୍‌ ଅନିଲ କୁମ୍ବଲେ ପୁରା ଇନିଂସରେ 11ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ- Cricket World Cup 2023: କିଏ ହେବ ଚଳିତ ବର୍ଷର 'ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ', ଜାଣନ୍ତୁ

ଇତିହାସର ମୁକସାକ୍ଷୀ କେଡି ସିଂ ବାବୁ ଷ୍ଟାଡିୟମ: 1993 ମସିହାରେ କେଡି ସିଂ ଷ୍ଟାଡିୟମରେ ବୋର୍ଡ ପ୍ରେସିଡେଣ୍ଟ XI ଓ ଇଂଲଣ୍ଡ ମଧ୍ୟରେ 3 ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନବଜୋତ ସିଂ ସିଦ୍ଧୁ, ବିନୋଦ କମ୍ବଲି, ରାହୁଲ ଦ୍ରାବିଡ଼, ରାଜେଶ ଚୌହାନ, ମାଇକ ଗେଟିଂ ଓ ଗ୍ରାହାମ ଗୁଚ୍ଛ ଉତ୍ତମ ପ୍ରଦର୍ଶନ କରିଥିଲେ । କେଡି ସିଂ ବାବୁ ଷ୍ଟାଡିୟମ ଏବେ ଅତୀତର ଅନେକ ମ୍ୟାଚ୍‌ ଏବଂ 2018ରେ ଏକାନାକୁ ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ର ମୁକସାକ୍ଷୀ ପାଲଟିଛି । ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ । 2018 ପରଠାରୁ ଏକାନା ଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଆସୁଛି । ଗତ ବର୍ଷ ଠାରୁ ଲକ୍ଷ୍ନୌରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ୍ ମଧ୍ୟ ଆରମ୍ଭ ହୋଇଛି ।

ଲକ୍ଷ୍ନୌ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ: ଦୀର୍ଘ ଦିନ ଧରି ଅମ୍ପାୟାରିଂ କରୁଥିବା ବିକାଶ ଶ୍ରୀବାସ୍ତବ କହିଛନ୍ତି," ଲକ୍ଷ୍ନୌ ପାଇଁ ଏହା ଏକ ଭାଗ୍ୟର ବିଷୟ । ଲକ୍ଷ୍ନୌରେ ଏପରି ଏକ ଭଲ ଷ୍ଟାଡିୟମ ଅଛି ଯେଉଁଠାରେ ବିଶ୍ବକପ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ ଲାଗି ଅଟଳ ବିହାରୀ ବାଜପେୟୀ ଏକାନାକୁ ଚୟନ କରାଯାଇଛି ।" ଅନ୍ୟ ଜଣେ ଅମ୍ପାୟାର କୁଲଦୀପ କହିଛନ୍ତି," ଲକ୍ଷ୍ନୌର ଯୁବ କ୍ରିକେଟରଙ୍କ ପାଇଁ ବିଶ୍ବକପ ଆୟୋଜନ ଏକ ବଡ଼ ସୁଯୋଗ । ଏହି ମ୍ୟାଚ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ନୂତନ ଅନ୍ତର୍ଜାତୀୟ କ୍ରିକେଟରମାନେ ବାହାରିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.