ETV Bharat / sports

IND vs NZ 3rd ODI : ନୀତିନ ମେନନ ହେବେ କାଲି ମ୍ୟାଚର ଅମ୍ପାୟାର, ବାପାଙ୍କ ପାଖରୁ ଶିଖିଛନ୍ତି ଏହି କଥା

author img

By

Published : Jan 23, 2023, 8:03 PM IST

ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚରେ ନୀତିନ ମେନନ ଅମ୍ପାୟାର ରହିବେ । ଅଧିକ ପଢନ୍ତୁ

ନିତିନ ମେନନ
ନିତିନ ମେନନ

ଇନ୍ଦୋର : ଆସନ୍ତାକାଲି (ମଙ୍ଗଳବାର) ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳିବ । ଏନେଇ ଟିମ୍‌ ଇଣ୍ଡିଆ ଇନ୍ଦୋର ପହଞ୍ଚିସାରିଛି । ଏହି ମ୍ୟାଚରେ ନୀତିନ ମେନନ ଅମ୍ପାୟାର ରହିବେ । ତୃତୀୟ ଦିନିକିଆ ମ୍ୟାଚ ପାଇଁ BCCI ତାଙ୍କୁ ନିଯୁକ୍ତ କରିଛି । ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ସିରିଜ ଜିତି ନେଇଛି । ଏହାର ତୃତୀୟ ଦିନିକିଆ ମ୍ୟାଚ ଆସନ୍ତାକାଲି ଇନ୍ଦୋରରେ ଖେଳାଯିବ । ତେବେ ୨-୦ରେ ସିରିଜ ଜିତିବା ପରେ ଏବେ ତୃତୀୟ ଦିନିକିଆ ମ୍ୟାଚ ଜିତି ସିରିଜ କ୍ଲିନ ସ୍ବିପ ଲକ୍ଷ୍ୟରେ ରହଛି ଟିମ ଇଣ୍ଡିଆ ।

ମେନନ ହେବେ ଅମ୍ପାୟାର- ଇନ୍ଦୋରରେ କାଲି ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମୁକାବିଲା ଖେଳାଯିବ । ଏହି ମ୍ୟାଚରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନୀତିନ ମେନନଙ୍କୁ ମଇଦାନରେ ଅମ୍ପାୟାର ଭାବରେ ନିଯୁକ୍ତ କରିଛି । ୪୦ ବର୍ଷ ପରେ ଇନ୍ଦୋରର ଅମ୍ପାୟାର ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଖେଳର ନିଷ୍ପତ୍ତି ଶୁଣାଇବେ । ଇନ୍ଦୋରର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ବର୍ଷ ୧୯୮୩ ମସିହା ଡିସେମ୍ବର ୧ ତାରିଖରେ ଖେଳାଯାଇଥିଲା ।

ନୀତିନ ମେନନଙ୍କ ବାପା ମଧ୍ୟ ଅମ୍ପାୟାର ରହିଥିଲେ-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଏଲିଟ ପ୍ୟାନେଲରେ ସାମିଲ ହୋଇଥିବା ଦେଶର ଏକ ମାତ୍ର ଅମ୍ପାୟାର ନୀତିନ ମେନନ ଏହା ପୂର୍ବରୁ ସହରର ତିନୋଟି ଅନ୍ତର୍ଜାତୀୟ ମ୍ୟାଚରେ ତୃତୀୟ ଅମ୍ପାୟାର ରହି ସାରିଛନ୍ତି । ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ, ବାଂଲାଦେଶ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ଏବଂ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି୨୦ ମ୍ୟାଚ ସାମିଲ ରହିଛି । ନିତିନ ମେନନଙ୍କ ବାପା ନରେନ୍ଦ୍ର ମେନନ ମଧ୍ୟ ଇନ୍ଦୋରରେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚରେ ତୃତୀୟ ଅମ୍ପାୟାର ରହିଥିଲେ ।

ବାପାଙ୍କଠାରୁ କିଛି ଶିଖିଥିଲେ ଅମ୍ପାୟାରିଂ-ନୀତିନ ମେନନଙ୍କ ପିତା ନରେନ୍ଦ୍ର ମେନନ୍‌ କହିଥିଲେ ଯେ ଅମ୍ପାୟାରିଂ କରିବା ସମୟରେ ଭୁଲ ହୋଇଯାଏ । କୌଣସି ବ୍ୟକ୍ତି ପାଖରେ ସଠିକ୍ ନିଷ୍ପତ୍ତି ଦେବାରେ ସମ୍ପୂର୍ଣ୍ଣ କ୍ଷମତା ନଥାଏ । ଯଦି କେହି ଭୁଲ କରିଥାଏ ତ ତାହେଲେ ସିଏ ଜାଣି ଶୁଣି ଭୁଲ କରି ନଥାଏ । ଘରୋଇ ମ୍ୟାଚ ହେଉ କି ରଣଜୀ ମ୍ୟାଚ ହେଉ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ ହେଉ ଅମ୍ପାୟାରିଂ ସବୁବେଳେ ଅମ୍ପାୟାରିଂ ହୋଇଥାଏ । ନୀତିନ ତାଙ୍କ ବାପାଙ୍କ ପାଖରୁ ଏହା ଶିଖିଛନ୍ତି ଯେ ଯଦି ଭଲ ଅମ୍ପାୟାରିଂ କରିବାର ଥାଏ ତାହେଲେ କେହି ବି ବୋଲର କିମ୍ବା କେହି ବି ବ୍ୟାଟର ମୁହଁ ଦେଖି ଅମ୍ପାୟାରିଂ କରିବେ ତ ସେମାନେ ଜଣେ ଭଲ ଅମ୍ପାୟାର ହୋଇପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.