ETV Bharat / sports

ସିଡନୀରେ ବର୍ଷା, ଭାରତର ଦ୍ୱିତୀୟ ମ୍ୟାଚ ନେଇ ପାଣିପାଗ ରିପୋର୍ଟ - ଭାରତ ବନାମ ନେଦରଲାଣ୍ଡସ

ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ଅକ୍ଟୋବର ୨୭ ତାରିଖରେ ସିଡନୀରେ ପାଣିପାଗ ସ୍ଥିତି ଠିକ ନ ରହିବା ନେଇ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ

ସିଡନୀରେ ବର୍ଷା, ଭାରତର ଦ୍ବିତୀୟ ମ୍ୟାଚ ନେଇ ପାଣିପାଗ ରିପୋର୍ଟ

author img

By

Published : Oct 25, 2022, 9:29 PM IST

ସିଡନୀ: ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ଚଳିତ ଟି୨୦ ବିଶ୍ବକପରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବିଶ୍ବକପର ପ୍ରଥମ ମ୍ୟାଚ ଜିତିବା ପରେ ଭାରତର ମନୋବଳ ଦୃଢ ରହିଛି । ଆସନ୍ତା ୨୭ ତାରିଖ ଗୁରୁବାର ଭାରତ ତାର ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସକୁ ଭେଟିବ । ଏନେଇ ମେନ୍ ଇନ ବ୍ଲୁ ସିଡନୀରେ ପହଁଞ୍ଚି ସାରିଛି । ଦଳ ନେଦରଲ୍ୟାଣ୍ଡସକୁ ହାଲୁକା ଭାବରେ ନେବ ନାହିଁ । ଟିମ ଇଣ୍ଡିଆ ତାର ବିଜୟ ଅଭିଯାନକୁ ଜାରି ରଖିବାକୁ ଚେଷ୍ଟା କରିବ । ଅଧିନାୟକ ରୋହିତ ଶର୍ମାଙ୍କର ଲକ୍ଷ୍ୟ ରହିଛି କି ଦ୍ବିତୀୟ ମ୍ୟାଚରେ ଜବରଦସ୍ତ ବିଜୟ ସହିତ ରନ ରେଟ୍ ସୁଧାରିବା ଏବଂ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅକ୍ତିଆର କରିବା । ତେବେ ଏହାରି ଭିତରେ ଅଷ୍ଟ୍ରେଲିଆରୁ ଆସିଛି ପାଣିପାଗ ଖବର । ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ଅକ୍ଟୋବର ୨୭ ତାରିଖରେ ସିଡନୀରେ ପାଣିପାଗ ସ୍ଥିତି ଠିକ ନ ରହିବା ନେଇ ପୂର୍ବାନୁମାନ କରିଛି ।

ସିଡନୀରେ ବର୍ଷା, ଭାରତର ଦ୍ବିତୀୟ ମ୍ୟାଚ ନେଇ ପାଣିପାଗ ରିପୋର୍ଟ
ସିଡନୀରେ ବର୍ଷା, ଭାରତର ଦ୍ବିତୀୟ ମ୍ୟାଚ ନେଇ ପାଣିପାଗ ରିପୋର୍ଟ

ଆଜି ସିଡନୀରେ ବର୍ଷା ହୋଇଥିଲା । ହେଲେ ବର୍ଷା ହେବା ପରେ ପାଣିପାଗ ସ୍ଥିତିରେ ଅଳ୍ପକେ ସୁଧାର ଆସିଛି । ଯଦି ଅକ୍ଟୋବର ୨୭ ତାରିଖ କଥା ଦେଖାଯାଏ ତାହେଲେ ପାଣିପାଗ ସ୍ଥିତି ଭଲ ନ ରହିଲେ ମଧ୍ୟ ବର୍ଷା ହେବାର କମ ସମ୍ଭାବନା ରହିଛି । ଯଦି ମ୍ୟାଚ ବାବଦରେ କହିବା ତାହେଲେ ସେଦିନ ୨୦-୨୦ ମୋଟ ୪୦ ଓଭରରେ ମ୍ୟାଚ ଖେଳାଯାଇପାରିବ ବୋଲି ଆଶା କରାଯାଇଛି । ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଅନୁମାନ କରିଛି ଯେ ଅକ୍ଟୋବର ୨୭ ତାରିଖ ଦିନ ଆକାଶରେ ବାଦଲ ରହିବ । ହେଲେ ଦିନରେ ବର୍ଷା ହେବ ନାହିଁ । କୌଣସି ସମୟରେ ମଧ୍ୟ ବର୍ଷା ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରାଯାଇନାହିଁ ।

ମିଡିଆ ରିପୋର୍ଟ ଅନୁସାରେ, ଆଜି ( ମଙ୍ଗଳବାର ) ସିଡନୀରେ ବର୍ଷା ହୋଇଥିିଲା । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଉପଅଧିନାୟକ କେଏଲ ରାହୁଲ ସିଡନୀରେ ପହଁଞ୍ଚି ନେଟ ପ୍ରାକ୍ଟିସ କରିଥିଲେ । ହେଲେ ବର୍ଷା କାରଣରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନ୍ୟ ବୋଲର ମାନେ ଅଭ୍ୟାସ କରିପାରିନାହଁନ୍ତି । ସେପଟେ ସିଡନୀ ପିଚ୍ କୁ ବ୍ୟାଟିଂ ପାଇଁ ଉପଯୁକ୍ତ ମନାଯାଇଛି । ଏଠାରେ କେବଳ ବ୍ୟାଟର ନୁହେଁ ସ୍ପିନରଙ୍କୁ ମଧ୍ୟ ଭରପୁର ଫାଇଦା ମିଳିପାରେ ବୋଲି ଆଶା କରାଯାଉଛି । ପୂର୍ବ ମ୍ୟାଚକୁ ଦେଖିଲେ କିଛି ଟେଷ୍ଟ ମ୍ୟାଚରେ ଏଠାରେ ସ୍ପିନରଙ୍କର ଦମଦାର ପ୍ରଦର୍ଶନ ରହିଥିଲା । ଏହି ପିଚ୍ ସ୍ପିନର ସହାୟକ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.