ETV Bharat / sports

India vs Ireland T20 Series: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ସିରିଜ ସିଲ ଲକ୍ଷ୍ୟରେ ଭାରତ

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଜାରି ରହିଥିବା ଟି-ଟ୍ବେଣ୍ଟି ସିରିଜରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତିଥିବ ଭାରତ ଆଜି ଦ୍ବିତୀୟ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ଭାରତ ବନାମ ଆୟର୍ଲାଣ ଦ୍ବିତୀୟ ଟି ଟ୍ବେଣ୍ଟି
India vs Ireland T20 Series
author img

By

Published : Aug 20, 2023, 12:49 PM IST

ହାଇଦ୍ରାବାଦ: ଘରୋଇ ଆୟର୍ଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଜାରି ରହିଛି । ପ୍ରଥମ ମ୍ୟାଚକୁ ଭାରତ 2 ରନରେ ଜିତି ନେଇଛି । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-ଟ୍ବେଣ୍ଟି ଜିତି ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ସେପଟେ ଆୟର୍ଲାଣ୍ଡ ଘରୋଇ ପରିବେଶର ଫାଇଦା ନେଇ ମ୍ୟାଚ ଜିତି ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ । ଆଜି ରାତି 7ଟା 30ରୁ ଆୟର୍ଲାଣ୍ଡର ଜବଲିନରେ ଆରମ୍ଭ ହେବ ମ୍ୟାଚ ।

ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରଥମ ଟି-ଟ୍ବେଣ୍ଟିରେ ଜବରଦସ୍ତ ବୋଲିଂ କରିଥିଲେ । ନେତୃତ୍ବ ନେଇଥିବା ଯଶପ୍ରୀତ ବୁମରା 326 ଦିନ ପରେ ଜବରଦସ୍ତ କମବ୍ୟାକ କରିଥିଲେ । ପ୍ରଥମ ଓଭରରେ ସେ 2ଟି ୱିକେଟ ନେଇଥିଲେ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଭାରତ ଡିଏଲ ନିୟମ ଅନୁସାରେ 2 ରନରେ ଜିତିଥିଲା ଚିମ ଇଣ୍ଡିଆ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଭଲ ବୋଲିଂ କରିଥିଲା । ଫଳରେ ପ୍ରତିପକ୍ଷକୁ ବଡ ସ୍କୋର କରିବା କଷ୍ଟକର ହୋଇଥିଲା । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ବୋଲିଂରେ ସମାନ ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବ ।

ତେବେ ବ୍ୟାଟିଂରେ ଦଳକୁ ଅଧିକ ଫୋକସ କରିବାକୁ ପଡିବ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଆୟର୍ଲାଣ୍ଡ ନିର୍ଦ୍ଧାରିତ 20 ଓଭରରେ 139 ରନ କରିଥିଲା । ଭାରତ 140 ରନ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା । ମାତ୍ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଦଳ 6.5 ଓଭର ବୋଲିଂ କରିବାକୁ ସୁଯୋଗ ପାଇଥିଲା । ଯଶସ୍ବୀ ଜୈସ୍ବାଲ 23 ରନ ଓ ତିଲକ ବର୍ମା ଖାତା ଖୋଲି ନପାରି ଆଉଟ ହୋଇଥିଲା । ବର୍ଷା ହେବାରୁ ପଦାର୍ପଣ ମ୍ୟାଚ ଖେଳୁଥିବା ରିଙ୍କୁ ସିଂହ ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ । ଆଜି ବର୍ଷା ହେବାର ଆଶଙ୍କା ରହିଛି । ଯଦି ବର୍ଷା ନ ହୁଏ ତେବେ ଭାରତ ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରି ମ୍ୟାଚ ଜିତି ଆଗୁଆ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...India vs Ireland T20 Series: ବାଧକ ସାଜିଲା ବର୍ଷା, ଡକଓ୍ବର୍ଥ ଲୁଇସ ନିୟମରେ 2 ରନରେ ଭାରତର ବିଜୟ

ଏହା ବି ପଢନ୍ତୁ...India vs Ireland T20 Series: ବୁମରାଙ୍କ ଜବରଦସ୍ତ କମବ୍ୟାକ, ପ୍ରଥମ ଓଭରରେ ନେଲେ 2ଟି ଓ୍ବିକେଟ

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଆୟର୍ଲାଣ୍ଡ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଡେଥ ଓଭରରେ ଭଲ ବ୍ୟାଟିଂ କରିଥିଲା । ଭାରତ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଆୟର୍ଲାଣ୍ଡ ନିକଟରେ ଲଢେଇ କରିବାର ଯଥେଷ୍ଟ କ୍ଷମତା ଥିବା ଦଳ ପ୍ରମାଣିତ କରିଥିଲା । ପ୍ରଥମ ମ୍ୟାଚରେ ପରାସ୍ତ ପରେ ଦଳ ନୂଆ ରଣନୀତି ନେଇ ମୈଦାନକୁ ଓହ୍ଲାଇବ । ଘରୋଇ ମାଟିର ଫାଇଦା ଉଠାଇ ମ୍ୟାଚ ଜିତି ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ ଘରୋଇ ଦଳ ।

ଭାରତ ସମ୍ଭାବ୍ୟ ଏକାଦଶ: ଯଶପ୍ରୀତ ବୁମରା, ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୈସ୍ବାଲ, ସଞ୍ଜୁ ସାମସନ, ତିଲକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ ।

ଆୟର୍ଲାଣ୍ଡ ସମ୍ଭାବ୍ୟ ଏକାଦଶ: ପଲ ଷ୍ଟିର୍ଲିଂ (ଅଧିନାୟକ), ରସ ଆଡେର, ମାର୍କ ଆଡେର, ଆଣ୍ଡ୍ରୁ ବଲବର୍ଲି, ହାରୀ ଟେକ୍ଟର, ଲୋରକାନ ଟକ୍କର, ଜୋସୁଆ ଲିଟିଲ, କ୍ରେଗ ୟଙ୍ଗ, ବେନ ହ୍ବାଇଟ, କାର୍ଟିସ କାମ୍ପର, ଡକରେଲ,

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.