ETV Bharat / sports

India vs Ireland 3rd T20: ବର୍ଷାରେ ଧୋଇଗଲା ତୃତୀୟ ମ୍ୟାଚ୍‌, ୨-୦ରେ ସିରିଜ୍‌ ଜିତିଲା ଭାରତ

author img

By ETV Bharat Odisha Team

Published : Aug 23, 2023, 11:01 PM IST

ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ୍‌ ବର୍ଷା ଯୋଗୁଁ ରଦ୍ଦ କରାଯାିଛି । ବର୍ଷା ଲାଗି ରହିବା କାରଣରୁ ଗୋଟିଏ ବି ବଲ ପଡ଼ିପାରିନାହିଁ । ଫଳରେ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି । ଅଧିକ ପଢ଼ନ୍ତୁ

ବର୍ଷାରେ ଧୋଇଗଲା ତୃତୀୟ ମ୍ୟାଚ୍‌
ବର୍ଷାରେ ଧୋଇଗଲା ତୃତୀୟ ମ୍ୟାଚ୍‌

ଡବ୍‌ଲିନ: ବର୍ଷାରେ ଧୋଇଗଲା ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ୍‌ । ବର୍ଷା ଲାଗି ରହିବା କାରଣରୁ ଗୋଟିଏ ବି ବଲ ପଡ଼ିପାରିନାହିଁ । ପୂର୍ବରୁ ପ୍ରଥମ ଟି୨୦ ମଧ୍ୟ ପ୍ରଭାବିତ ହୋଇଥିଲା । ଏହି ମ୍ୟାଚ୍‌ରେ ଡିଏଲ୍‌ଏସ୍‌ ନିୟମାନୁଯାୟୀ ଭାରତ ବିଜେତା ହୋଇଥିଲା । ଆଜି (ବୁଧବାର) ମଧ୍ୟ ବର୍ଷା ଲାଗି ରହିବାରୁ ନିର୍ଦ୍ଧାରିତ ସମୟରେ ଟସ୍‌ ମଧ୍ୟ ପଡ଼ିପାରି ନଥିଲା । ଶେଷରେ ମ୍ୟାଚ୍‌କୁ ରଦ୍ଦ କରିଦିଆଯାଇଛି । ଫଳରେ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି ।

ଭ୍ରମଣକାରୀ ଭାରତ ଓ ଘରୋଇ ଆୟର୍ଲାଣ୍ଡ ମଧ୍ୟରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବାର ଥିଲା । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ୨-୦ରେ ଆଗୁଆ ସିରିଜ୍‌ କବଜା କରି ସାରିଥିଲା । ଆଜି ତୃତୀୟ ମ୍ୟାଚ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଥିଲା ବୁମରା ବାହିନୀ । ଅନ୍ୟପଟେ ଶେଷ ଟି୨୦ ମ୍ୟାଚ୍‌ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଥିବା ଘରୋଇ ଆୟର୍ଲାଣ୍ଡ ଦଳ ମଧ୍ୟ ନିରାଶ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...India vs Ireland T20 Series: ବାଧକ ସାଜିଲା ବର୍ଷା, ଡକଓ୍ବର୍ଥ ଲୁଇସ ନିୟମରେ 2 ରନରେ ଭାରତର ବିଜୟ

ପ୍ରଥମ ମ୍ୟାଚରେ ବର୍ଷା ସାଜିଥିଲା ବାଧକ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧକ ସାଜିଥିଲା । ହେଲେ ବର୍ଷା ଯୋଗୁଁ ଡକ୍‌ୱର୍ଥ୍‌ ଲୁଇସ ନିୟମ ଅନୁଯାୟୀ ୨ ରନରେ ଆୟର୍ଲାଣ୍ଡକୁ ଭାରତ ହରାଇଥିଲା । ଦୀର୍ଘ ଦେଢ଼ବର୍ଷ ପରେ କ୍ରିକେଟ୍‌କୁ ଫେରିଥିବା ଭାରତୀୟ ସ୍ପିଡ୍‌ଷ୍ଟାର ବୁମରା ଜବରଦସ୍ତ ପ୍ରଦର୍ଶନ କରି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ପ୍ରଥମ ମ୍ୟାଚ୍‌ରେ ୨ଟି ଓ୍ବିକେଟ ହାସଲ କରିଥିଲେ । ଏହି ମ୍ୟାଚରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଘରୋଇ ଆୟର୍ଲାଣ୍ଡ । ବ୍ୟାରୀ ମ୍ୟାକାର୍ଥୀଙ୍କ ଅର୍ଦ୍ଧ ଶତକ ବଳରେ ଦଳ ୭ ୱିକେଟ ହରାଇ ଓଭର ଶେଷ ସୁଦ୍ଧା ୧୩୯ ରନ ସଂଗ୍ରହ କରିଥିଲା ଘରୋଇ ଦଳ । ଏହାପରେ ୧୪୦ ରନର ବିଜୟ ଲକ୍ଷ୍ୟ ପିଛା କରି ୭ ଓଭର ଶେଷ ସୁଦ୍ଧା ଦଳ ୨ ୱିକେଟ ହରାଇ ୪୭ ରନ କରିଥିଲା । ବର୍ଷା ହେବାରୁ ଆଉ ଖେଳ ସମ୍ଭବପର ହୋଇପାରିନଥିଲା । ଡକ୍‌ୱର୍ଥ୍‌ ଲୁଇସ ନିୟମ ଅନୁଯାୟୀ ୬.୫ ଓଭରରେ ଭାରତ ପାଇଁ ୪୫ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଏହି ସମୟ ସୁଦ୍ଧା ଭାରତ ୨ ୱିକେଟ ହରାଇ ୪୭ ରନ କରିଥିବାରୁ ୨ ରନରେ ବିଜୟୀ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...India vs Ireland 2nd T20: 33 ରନରେ ହାରିଲା ଆୟର୍ଲାଣ୍ଡ, 2-0ରେ ଆଗୁଆ ସିରିଜ ଜିତିଲା ଭାରତ

ଦ୍ବିତୀୟ ମ୍ୟାଚ୍‌ରେ ସିରିଜ୍‌ କବ୍‌ଜା କରିଥିଲା ଭାରତ: ଋତୁରାଜ ଗାଏକ୍ବାଡଙ୍କ ଅର୍ଦ୍ଧଶତକ, ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ସହ ବୋଲରଙ୍କ ଶୃଙ୍ଖଳିତ ବୋଲି ବଳରେ ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟି୨୦ରେ ବିଜୟ ସହ ଶୃଙ୍ଖଳା ହାସଲ କରିଥିଲା ଭାରତ । ଆୟର୍ଲାଣ୍ଡକୁ ୩୩ ରନରେ ପରାସ୍ତ କରିବା ସହ ୨୦-୦ରେ ଆଗୁଆ ହୋଇ ସିରିଜ କବ୍‌ଜା କରିଥିଲା ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଆୟର୍ଲାଣ୍ଡର ଆଣ୍ଡି ବାଲବରିନ ଏହି ମ୍ୟାଚ୍‌ରେ ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ଏହା ତାଙ୍କ ଦଳକୁ ବିଜୟ ଦେବାରେ ସହାୟକ ହୋଇପାରିନଥିଲା । ଦ୍ବିତୀୟ ଟି୨୦ ଜିତି ମ୍ୟାଚ ବରାବର କରିବା ଲକ୍ଷ୍ୟରେ ଥିବା ଆୟର୍ଲାଣ୍ଡର ସ୍ବପ୍ନ ଧୂଳିସାତ ହୋଇଥିଲା । ଦର୍ଶନୀୟ ବ୍ୟାଟିଂ କରି ରିଙ୍କୁ ସିଂହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.