ETV Bharat / sports

INDIAvsBAN 1st Test: WTC ଫାଇନାଲରେ ଜାଗା ବନାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ - ଭାରତ ବାଂଲାଦେଶ ଟେଷ୍ଟ ସିରିଜ

ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୧୪ ତାରିଖରେ ଚଟ୍ଟଗାଓଁରେ ଖେଳାଯିବ । ICC ବିଶ୍ବ ଟେଷ୍ଟ ଚମ୍ପିଆନସିପ ଅନ୍ତର୍ଗତ ଖେଳାଯାଉଥିବା ଏହି ଟେଷ୍ଟ ସିରିଜ ଟିମ୍ ଇଣ୍ଡିଆ ପାଇଁ ବହୁତ ଗୁରୁତ୍ବ ବହନ କରେ । ଅଧିକ ପଢନ୍ତୁ

INDIAvsBAN 1st Test: WTC ଫାଇନାଲରେ ଜାଗା ବନାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ

author img

By

Published : Dec 13, 2022, 10:29 PM IST

ହାଇଦ୍ରାବାଦ : ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୧୪ ତାରିଖରେ ଚଟ୍ଟଗାଓଁରେ ଖେଳାଯିବ । ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୭ ଟି ଟେଷ୍ଟ ସିରିଜ ଖେଳାଯାଇଛି । ଏହି ସିରିଜରେ ଭାରତର ପଲ୍ଲା ଭାରି ରହିଛି । ୬ ଟି ଟେଷ୍ଟ ସିରିଜରେ ଭାରତ ବିଜୟ ଲାଭ କରିଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା । ତେବେ ଏହି ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ହରାଇ ଟେଷ୍ଟ ସିରିଜ୍ ହାତେଇବାକୁ ଅପ୍ରାଣ ଉଦ୍ୟମ କରିବ ।

ଭାରତ ବାଂଲାଦେଶ ଟେଷ୍ଟ ରେକର୍ଡ
ଭାରତ ବାଂଲାଦେଶ ଟେଷ୍ଟ ରେକର୍ଡ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲା ଟାଇଗର ୨-୧ ରେ ଜିତି ନେଇଛି । ଯଦି ଆମେ ଦୁଇ ଦଳ ମଧ୍ୟରେ ଟେଷ୍ଟ ରେକର୍ଡ ଉପରେ ନଜର ପକାଇବା ତାହେଲେ ବାଂଲାଦେଶକୁ ଟେଷ୍ଟ ସିରିଜ ଜିତିବା ପାଇଁ ଭିନ୍ନ ରଣନୀତି ନେଇ ମଇଦାନକୁ ଓହ୍ଲାଇବକୁ ହେବ । ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ କାମଚଳା ଅଧିନାୟକ ଭାବରେ ଲୋକେଶ ରାହୁଲଙ୍କୁ ଦାୟିତ୍ବ ମିଳିଛି । ଚେତେଶ୍ବର ପୂଜାର ଏହି ସିରିଜର ଉପଅଧିନାୟକ ରହିଛନ୍ତି ।

ICC ବିଶ୍ବ ଟେଷ୍ଟ ଚମ୍ପିଆନସିପ ଅନ୍ତର୍ଗତ ଖେଳାଯାଉଥିବା ଏହି ଟେଷ୍ଟ ସିରିଜ ଟିମ୍ ଇଣ୍ଡିଆ ପାଇଁ ବହୁତ ଗୁରୁତ୍ବ ବହନ କରେ । ଯଦି ଟିମ୍ ଇଣ୍ଡିଆ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପାଇଁ ଟିକଟ୍ ହାତେଇବାର ରହିଛି ତାହେଲେ ତାହେଲେ ବାଂଲାଦେଶକୁ ୨-୦ ରେ ପରାସ୍ତ କରିବାକୁ ପଡିବ । WTC ପଏଣ୍ଟ ଟେବୁଲ ବାଂଲାଦେଶ ନିମ୍ନରେ ରହିଛି ।

ସେପଟେ ଷ୍ଟାର ବ୍ୟାଟର ବିରାଟ କୋହଲି ଏବେ ଚମତ୍କାର ଫର୍ମରେ ନଜର ଆସିଛନ୍ତି । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ବିରାଟ ଶତକୀୟ ଇନିଂସ ଖେଳିଥିଲେ । ତେଣୁ ଦଳ ତାଙ୍କ ବ୍ୟାଟର ତିନି ଅଙ୍କ ବିଶିଷ୍ଟ ସ୍କୋର ଆଶା କରିବ । ସେହିପରି ଯୁବ ବ୍ୟାଟର ଶୁଭମନ ଗିଲ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ତାଙ୍କଠାରୁ ମଧ୍ୟ ବଡ ସ୍କୋର ଆଶା ରଖିବ ଦଳ ।

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ

ଲୋକେଶ ରାହୁଲ ( ଅଧିନାୟକ ), ଶୁଭମନ ଗିଲ, ଚେତେଶ୍ବର ପୂଜାରା ( ଉପ ଅଧିନାୟକ ), ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟାସ ଆୟାର, କେଏସ ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, କୂଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଇଶ୍ବରନ, ନବଦୀପ ସାଇନି, ସୌରଭ କୁମାର, ଜୟଦେବ ଉନଦକତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.