ETV Bharat / sports

ବିଶ୍ବକପ 2023 ଫାଇନାଲ: କାହିଁକି ଅଟକିଲା ଭାରତର ବିଜୟ ରଥ, ଜାଣନ୍ତୁ 5 କାରଣ

ଆଇସିସି ପୁରୁଷ ବିଶ୍ବକପ 2023 ଫାଇନାଲ ମୁକାବିଲାରେ ବିଫଳ ହୋଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ 6 ୱିକେଟରେ ମ୍ୟାଚ ଜିତି ଷଷ୍ଠ ଥର ପାଇଁ ଚମ୍ପିଆନ ହୋଇଛି । ତେବେ ଚଳିତ ବିଶ୍ବକପରେ ଫୁଲ ଫର୍ମରେ ଥିବା ଭାରତୀୟ ଦଳ କାହିଁକି ପରାସ୍ତ ହେଲା । କଣ ରହିଛି ପ୍ରମୁଖ କାରଣ । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

author img

By ETV Bharat Odisha Team

Published : Nov 20, 2023, 1:58 PM IST

Updated : Nov 20, 2023, 4:34 PM IST

world cup 2023 final analysis
world cup 2023 final
ବିଶ୍ବକପ 2023 ଫାଇନାଲ

ହାଇଦ୍ରାବାଦ: ଘରୋଇ ମାଟିରେ ଆରମ୍ଭରୁ ଆଧପତ୍ୟ ବିସ୍ତାର କରି ସେମିରେ ଦମଦାର ବିଜୟ ହାସଲ କରିଥିଲା । ବ୍ୟାଟିଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା । ବିଶ୍ବକପ 2023ରେ ଲିଗ ପର୍ଯ୍ଯାୟରୁ ନେଇ ସେମି ଫାଇନାଲ ଯାଏ ବିଜୟଧାରା ଜାରି ରଖିଥିଲା ରଖିଥିଲା ଟିମ୍ ଇଣ୍ଡିଆ । ଫୁଲ ଫର୍ମରେ ରହିଥିଲା ଦଳ । ବୋଲଙ୍କ ଘାତକ ବୋଲିଂ ଆଗରେ ଫେଲ ହୋଇଥିଲା ପ୍ରତିପକ୍ଷଙ୍କ ରଣନୀତି । ଏତେ ଭଲ ପ୍ରଦର୍ଶନ ପରେ ଲିଗ୍‌ରୁ ନେଇ ସେମିରେ ଅପରାଜେୟ ଥିବା ଟିମ୍ ଇଣ୍ଡିଆ ବିଶ୍ବକପ 2023 ଫାଇନାଲରେ ଫେଲ ମାରିଛି । ସମସ୍ତେ ଆଶା କରିଥିଲେ 12 ବର୍ଷ ପରେ ତୃତୀୟ ଥର ପାଇଁ ଦଳର ଟାଇଟଲ ହାତେଇବା ସ୍ବପ୍ନ ପୀରଣ ହେବେ ହେଲେ ତାହା ଅଧାରେ ରହିଥିଲା । ଏତେ ଭଲ ଖେଳିବା ପରେ ବି କାହିଁକି ହାରିଲା ଭାରତ କେଉଁଠି ରହିଲା ତ୍ରୁଟି । ଭାଗ୍ୟ ସାଥ ଦେଲାନାହିଁ ନାଁ ଭଲ ଖେଳିଲା ନାହିଁ ଟିମ୍ । ଏହି ଭଳି ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । ତେବେ ଭାରତର ପରାଜୟର 5ଟା କାରଣ ଉପରେ ନଜର ପକାନ୍ତୁ ।

ଓପନର ଶୁବମନ ଗିଲ ଶୀଘ୍ର ଆଉଟ ହେବା: ଷ୍ଟାର ଯୁବ ବ୍ୟାଟର ଶୁଭମନ ଗିଲ ଯେଉଁ ଫର୍ମରେ ଥିଲା ତାଙ୍କୁଠୁ ଫାଇନାଲରେ କିଛି ସଫଳ ଇନିଂସ ଆଶା କରାଯାଉଥିଲା । ହେଲେ ସେ ଫେଲ ମାରିଥିଲେ । ଭାରତର ଦଳୀୟ ସ୍କୋର 30ରେ ଦଳକୁ ଝଟକା ଲାଗିଥିଲା । ଶୁଭମନ ଗିଲ ଆଉଟ୍‌ ହୋଇଥିଲେ । ମାତ୍ର 4 ରନ୍‌ କରି ଆଉଟ ହୋଇଥିଲେ । ଯଦି ଶୁଭମନ ସେଟ୍‌ ହୋଇ ଖେଳାଥାଆନ୍ତେ ତେବେ ଏକ ବଡ଼ ପାର୍ଟନରସିପ ହୋଇଥାନ୍ତା ।

ସ୍ଲୋ' ବ୍ୟାଟିଂ ଏକ ବଡ଼ କାରଣ: ଶୁଭମନ ଗିଲ୍‌ ଆଉଟ ହେବାପରେ ଦଳୀୟ ସ୍କୋର 67ରେ ରୋହିତ ଶର୍ମା ଆଉଟ ହୋଇଥିଲେ । 81 ରନ୍‌ରେ ଶ୍ରେୟାସ ଆୟର ଆଉଟ ହୋଇଥିଲେ । କୋହଲି ଓ କେଏଲ ରାହୁଲ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ମାତ୍ର ରନ୍‌ରେଟ୍‌ କମ ରହିଥିଲା । ଚତୁର୍ଥ ୱିକେଟ୍‌ରେ ଉଭୟ 109 ବଲରେ 67ରନ୍‌ର ପାର୍ଟନରସିପ କରିଥିଲେ । 11 ଓଭରରୁ 40 ଓଭର ମଧ୍ୟରେ କେବଳ 2ଟି ଚୌକା ହୋଇଥିଲା । ଏକଦମ ସ୍ଲୋ ବ୍ୟାଟିଂ ହୋଇଥିଲା । ବଲ ସରିବାକୁ ଲାଗିଥାଏ ମାତ୍ର ସ୍କୋର ବଢୁନଥିଲା । ସ୍ଲୋ ବ୍ୟାଟିଂ ବିଫଳତା ଏକ ବଡ କାରଣ ହୋଇଛି ।

ଫାଇନାଲ ଚାପରେ ରହିଲେ 4 ଖେଳାଳି: କ୍ରିକେଟ୍‌ ବିଶ୍ବକପ ଭଳି ମହାମୁକାବିଲାରେ ଚାପ ରହିବା ସ୍ବାଭାବିକ । ଫାଇନାଲ ଫାଇଟ ଚାପରେ 4 ଖେଳାଳି ରହିବା ଦଳର ପରାଜୟର କାରଣ ହୋଇଛି । ମ୍ୟାଚରେ କୋହଲି, ରୋହିତ ଓ ରାହୁଲଙ୍କ ଛଡା ଅନ୍ୟ କେହି ବ୍ୟାଟର ସଫଳ ହୋଇନଥିଲେ । ଶୁଭମନ, ଶ୍ରେୟାସ ଆୟର, ଜାଡେଜା, ସୂର୍ଯ୍ୟକୁମାର ଯାଦବ ଚାପରେ ରହିଲେ । ଏମାନେ ପିଚ୍‌ରେ ତିଷ୍ଠିଥିଲେ ଦଳୀୟ ସ୍କୋର 280 ଉପରେ ପହଞ୍ଚିଥାନ୍ତା ।

ସ୍ପିନରଙ୍କ ଫ୍ଲପ୍‌ ଶୋ': ଭାରତ ଅଷ୍ଟ୍ରେଲିଆ ଦଳକୁ 241 ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା । ସେବେ ଫ୍ୟାନ୍ସଙ୍କ ଆଶା ଭରସା ଥିଲେ ବୋଲର । ବୋଲର ଦଳକୁ ବିଜୟୀ କରାଇବା ବୋଲି ଆଶା ଥିଲା । କାରଣ ଟିମର ବୋଲିଂ ବିଭାଗ ଶକ୍ତିଶାଳୀ ଥିଲା । ମହମ୍ମଦ ସାମି 1ଟି ଓ ଯଶପ୍ରୀତ ବୁମରା 2ଟି ୱିକେଟ ହାସଲ କରିଥିଲେ । ଅଷ୍ଟ୍ରେଲିଆର 47 ରନରେ 3ଟି ୱିକେଟ ପତନ ହୋଇଥିଲା । ଭାରତ କବଜାରେ ମ୍ୟାଚ କିଛି ସମୟ ପାଇଁ ଥିଲା । ବୁମରା-ସାମିଙ୍କ ପରେ ରୋହିତ ଶର୍ମା ଜାଡେଜା ଓ କୁଲଦୀପ ଯାଦବଙ୍କୁ ବୋଲିଂ ପାଇଁ ପଠାଇଥିଲେ । ମାତ୍ର ଏହି ଦୁଇ ବୋଲର ସଫଳ ହୋଇନଥିଲେ । ଜାଡେଜା 43 ଓ କୂଳଦୀପ 56 ରନ୍‌ ବ୍ୟୟ କରିଥିଲେ । ସ୍ପିନରଙ୍କ ଫ୍ଲପ ଶୋ' ପରାଜୟର କାରଣ ହୋଇଛି ।

ଏହା ବି ପଢନ୍ତୁ...କେଉଁଠି ଖେଳାଯିବ 2027 ବିଶ୍ବକପ, ଜାଣନ୍ତୁ କିଏ ରହିବ ଆୟୋଜକ ?

ମ୍ୟାଜିକ୍ ଦେଖାଇ ପାରିଲେ ନାହିଁ ମହମ୍ମଦ ସିରାଜ: ଅଧିନାୟକ ରୋହିତ ଶର୍ମା ମହମ୍ମଦ ସିରାଜଙ୍କୁ 5 ବୋଲିଂ ବିକଳ୍ପ ଭାବେ ରଖିଥିଲେ । 17 ଓଭରରେ ସିରାଜ ବୋଲିଂ କରିଥିଲେ । ସେବେ ଅଷ୍ଟ୍ରେଲିଆ 16 ଓଭରରେ 87 ରନ କରି 3 ୱିକେଟ ହରାଇ ସାରିଥିଲା । ଯଦି ସିରାଜଙ୍କୁ ଏକ ସଫଳତା ମିଳିଥାନ୍ତା ତେବେ ମ୍ୟାଚ ପଲଟି ଯାଇଥାନ୍ତା । ଏହି ସମୟରେ ମ୍ୟାଚ୍‌ ଭାରତ ପକେଟରେ ଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ସିରଜାଙ୍କୁ ବୋଲିଂ କରିବାକୁ ଦେବା ଏତେ ବିଳମ୍ବ କରିବାର ନଥିଲା । 47 ରନରେ ଯେବେ 3ଟି ୱିକେଟ ପଡି ଯାଇଥିଲା ସେବେ ରୋହିତଙ୍କୁ ଜଣେ ସ୍ପିନରଙ୍କ ସହ ସିରାଜଙ୍କୁ ବୋଲିଂ କରାଇବାର ଥିଲା । ଯାହା ବି ହେଉ ଠିକ୍‌ ସମୟରେ ସିରାଜ ୱିକେଟ ଅକ୍ତିଆର କରିବାରେ ବିଫଳ ହୋଇଥିଲେ । ଶେଷରେ ସେ ଟ୍ରାଭିସ ହେଡ୍‌ଙ୍କୁ ଆଉଟ କରିଥିଲେ ମାତ୍ର ମ୍ୟାଚ ହାତରୁ ଖସି ଯାଇଥିଲା । ସିରାଜ 7 ଓଭର ବୋଲିଂ କରି 45 ରନ ବ୍ୟୟ କରିଥିଲେ ।

Last Updated : Nov 20, 2023, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.