ETV Bharat / sports

Border Gavaskar Trophy: ଅଷ୍ଟ୍ରେଲିଆର ବ୍ଲୁ ପ୍ରିଣ୍ଟ, କମିନ୍ସ କହିଲେ ଆମର ସ୍ପିନ ବିଭାଗ ଶକ୍ତିଶାଳୀ

author img

By

Published : Feb 4, 2023, 8:02 PM IST

ଅଷ୍ଟ୍ରେଲିଆ ଅଧିନାୟକ ପେଟ୍ କମିନ୍ସ ଆଜି କହିଛନ୍ତି ତାଙ୍କ ଦଳ ସ୍ପିନର ବାବଦରେ ଅଧିକ ଚିନ୍ତା କରିନାହିଁ । ଅଧିକ ପଢନ୍ତୁ

ପେଟ୍ କମିନ୍ସ
ପେଟ୍ କମିନ୍ସ

ହାଇଦ୍ରାବାଦ : ବୋର୍ଡର ଗାଭାସ୍କର ଟ୍ରଫିରେ ଭାରତକୁ ଭାରତ ମାଟିରେ ମାତ୍ ଦେବା ପାଇଁ ଫୁଲ ଦମରେ ଝାଳ ବୁହାଉଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ଅତିଥି ଦଳ ଅଧିନାୟକ ପ୍ୟାଟ୍ କମିନ୍ସ ଆଜି (ଶନିବାର) କହିଛନ୍ତି ତାଙ୍କ ଦଳ ସ୍ପିନର ବାବଦରେ ଅଧିକ ଚିନ୍ତା କରିନାହିଁ । ସେ କହିଛନ୍ତି ଯେ ତାଙ୍କ ପାଖରେ ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅନୁଭବୀ ଅଫ ସ୍ପିନର ମହଜୁଦ ରହିଛନ୍ତି । ଅଫ ସ୍ପିନର ନାଥନ ଲାୟନଙ୍କ ପାଇଁ ବିକଳ୍ପ ରହିଛି ।

ଭାରତ ଗସ୍ତ କରିଥିବା ଅଷ୍ଟ୍ରେଲିଆ ଦଳ ଲାୟନଙ୍କ ପାଇଁ ମିଚେଲ ସ୍ବେପସନଙ୍କ ସହିତ ସ୍ପିନର ଏଷ୍ଟନ୍ ଏଗରଙ୍କୁ ସାମିଲ କରିଛନ୍ତି । କମିନ୍ସ ଭାରତ ପହଁଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, " ନିଶ୍ଚିତ ଭାବରେ ଆମେ ଚୂଡାନ୍ତ ଏକାଦଶରେ ସେଭଳି ବୋଲରଙ୍କୁ ସାମିଲ କରିବୁ ଯାହାକୁ ନେଇ ଆମକୁ ଲାଗିବକି ସେ ୨୦ ଟି ୱିକେଟ ଅକ୍ତିଆର କରିପାରିବ । ହେଲେ ଆମେ ପ୍ରଥମ ଟେଷ୍ଟ ମ୍ୟାଚରେ କେତେ ସ୍ପିନର ଏବଂ କେତେ ଫାଷ୍ଟ ବୋଲରଙ୍କୁ ସାମିଲ କରିବୁ ସେନେଇ ଆମେ ଏପର୍ଯ୍ୟନ୍ତ ଶତ ପ୍ରତିଶତ ସୁନିଶ୍ଚିତ ହୋଇନାହୁଁ ।" ଦଳରେ ଦୁଇ ସ୍ପିନରଙ୍କୁ ସ୍ଥାନ ଦେବା ପ୍ରଶ୍ନରେ କମିନ୍ସ ଉତ୍ତର ରଖିଥିଲେ, "ନିଶ୍ଚିତ ରୂପରେ ଏହା ପରିସ୍ଥିତି ଉପରେ ନିର୍ଭର କରିବ । ବିଶେଷ କରି ପ୍ରଥମ ଟେଷ୍ଟ ମ୍ୟାଚରେ ଆମେ ଖେଳର ମାହୋଲକୁ ଦେଖି ଆମେ ଏବାବଦରେ ନିଷ୍ପତ୍ତି ନେବୁ । ଯେତେବେଳେ ଆମେ ନାଗପୁରରେ ପହଁଞ୍ଚିବୁ ସେତେବେଳେ ଆମେ ଏବାବଦରେ ନିଶ୍ଚିତ କରିବୁ । ଟିମରେ ଖେଳାଳିଙ୍କୁ ନେଇ ସନ୍ତୁଳନ ରହିଛି । ଆମ ପାଖରେ ବାଛିବା ପାଇଁ ବିଭିନ୍ନ ବିକଳ୍ପ ରହିଛି । ଆମେ ଏପର୍ଯ୍ୟନ୍ତ ବୋଲିଂ ଲାଇନ ଅପ ସୁନିଶ୍ଚିତ କରିନାହୁଁ । ମୋତେ ଲାଗୁଛି କେବେ କେବେ ସ୍ପିନରଙ୍କ ବାବଦରେ ଆଲୋଚନା କରି ଆପଣମାନେ ଭୁଲି ଯାଉଛନ୍ତି ଯେ ଆମ ପାଖରେ ସମସ୍ତ ପରିସ୍ଥିତିକୁ ସାମ୍ନା କରିପାରୁଥିବା ଫାଷ୍ଟ ବୋଲର ରହିଛନ୍ତି ।

ଭାରତ ଗସ୍ତ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଗୁରୁତର ଭାବରେ ନେଇଛି ଟିମ ଇଣ୍ଡିଆ । ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଁଞ୍ଚିବାର ପ୍ରବେଶ ଏହି ସିରିଜ ହିଁ ନିର୍ଣ୍ଣୟ କରିବ । ସେପଟେ ବୋର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଓପନ ଚ୍ୟାଲେଞ୍ଜ କରିଛି କଙ୍ଗାରୁ ଟିମ । ଦଳ କହିଛି ଭାରତ ବିପକ୍ଷରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚରେ କଡା ଟକ୍କର ହେବ । ଏଥିପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ଅଷ୍ଟ୍ରେଲିଆ ୧୯ ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେଣୁ କଙ୍ଗାରୁ ଟିମ ଏହି ସିରିଜରେ ଭାରତକୁ ମାତ୍ ଦେବା ନେଇ ଲକ୍ଷ୍ୟ ରଖିଛି । ଫେବୃଆରୀ ୯ ତାରିଖରୁ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଫେବୃଆରୀ ୯ ତାରିଖରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.