ETV Bharat / sports

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି ଟ୍ବେଣ୍ଟି, ମୋହାଲିରେ ଖେଳାଯିବ ମ୍ୟାଚ୍

author img

By ETV Bharat Odisha Team

Published : Jan 11, 2024, 12:13 PM IST

Updated : Jan 11, 2024, 12:25 PM IST

IND vs AFG 1st t20 match: ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ । ଅଧିକ ପଢନ୍ତୁ

ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ
India vs Afghanistan

ହାଇଦ୍ରାବାଦ: ଆଜି ମୋହାଲିରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ । ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଳାଇବ ରୋହିତ ବାହିନୀ । 14 ମାସ ପରେ ଟି 20କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ରୋହିତ ଆଜି ମ୍ୟାଚ ଖେଳିବେ କିନ୍ତୁ କୋହଲି ପ୍ରଥମ ମ୍ୟାଚ ଖେଳିବେ ନାହିଁ । ଆଗକୁ ଟି ଟ୍ବେଣ୍ଟି ବିଶ୍ବକପ ହେବାକୁ ଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ସାଉଥ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି 20 ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଥିଲା । ଶେଷ ଟେଷ୍ଟ ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା । ତେଣୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆଜି ସନ୍ଧ୍ୟା ୭ଟାରେ ମୋହାଲିରେ ଖେଳାଯିବ ଏହି ମ୍ୟାଚ ।

ଏହା ମଧ୍ୟ ପଢନ୍ତୁ-BCCIର ବଡ଼ ନିଷ୍ପତ୍ତି, ଏଣିକି ଜାତୀୟ ଦଳ ଖେଳାଳିଙ୍କ ଲାଗି ରଣଜୀ ବାଧ୍ୟତାମୂଳକ !

ଟିମରେ ବରିଷ୍ଠ ଖେଳାଳିଙ୍କୁ ସ୍ଥାନ ମିଳିନଥିବା ବେଳେ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଛି । ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ଯୁବ ଖେଳାଳିଙ୍କ ଉପରେ ନିର୍ଭର କରେ । ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଓ କେଏଲ ରାହୁଲ ଦଳରେ ନାହାନ୍ତି । ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ସମେତ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଟି ୨୦ ଦଳରେ ସ୍ଥାନ ମିଳିନାହିଁ । ରୋହିତ ଶର୍ମାଙ୍କ ସହ ଯଶସ୍ବୀ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଳାଇବେ । ଗିଲ, ରିଙ୍କୁ ସିଂ, ଯଶଓ୍ବାଲ ଓ ତିଳକ ବର୍ମା ଆଜି ଭଲ ଖେଳିବା ନେଇ ଦଳ ଆଶାବାଦୀ । ସେହିପରି 3 ନମ୍ବରରେ କିଏ ଆସିବ ତାହା ସ୍ପଷ୍ଟ ହୋଇ ନାହିଁ । ଗିଲ କିମ୍ବା ତିଳକ ବର୍ମା ଆସିପରାନ୍ତି । ଅନ୍ୟପଟେ ଦଳରେ ପେସ ବୋଲର ଭାବେ ମୁକେଶ କୁମାର, ଅର୍ଶଦୀପ ଓ ଅଭେଶ ଖାନ ରହିଥିବା ବେଳେ ସ୍ପିନର ଭାବେ ରହିଛନ୍ତି କୁଲଦୀପ ଓ ଅକ୍ଷର ପଟେଲ। ତୃତୀୟ ସ୍ପିନର ଭାବେ ଓ୍ବାସିଂଟନ ସୁନ୍ଦର ନା ରବି ବିଷ୍ଣୋଇଙ୍କୁ ସ୍ଥାନ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଟସ୍ ପଡିବା ପରେ ତାହା ସ୍ପଷ୍ଟ ହୋଇଯିବ । ଦୁଇ ଦେଶ ମଧ୍ଯରେ ତିନିଟି ଟି ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ ।

ଅଫଗାନିସ୍ତାନ ମଧ୍ୟ ଭାରତ ବିପକ୍ଷ ଟି 20 ଖେଳିବାକୁ ପୁରା ପ୍ରସ୍ତୁତ । ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବେ ଆଫଗାନ ଖେଳାଳି । ଦଳର ବ୍ୟାଟିଂ ବିଭାଗ ଏତେଟା ସୁଦୃଢ ନଥିଲେ ମଧ୍ୟ ପୁରୁଣା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ ଦଳ । ଅନ୍ୟପଟେ ରସିଦ ଖାନ ଏହି ମ୍ୟାଚ ଖେଳିବେ ନାହିଁ । ବିଶ୍ବକପ ପରେ ସେ ପିଠିର ଅସ୍ତ୍ରୋପଚାର କରିଥିବାରୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । କିନ୍ତୁ ସେ ଖେଳାଳିଙ୍କ ସହ ଭାରତ ଅସିଛନ୍ତି ।

ଭାରତୀୟ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁଭମନ ଗିଲ୍‌, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍‌କିପର), ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌କିପର), ଶିବମ ଦୁବେ, ରବି ବିଷ୍ଣୋଇ,ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଅଭେଶ ଖାନ, ମୁକେଶ କୁମାର ।

Last Updated : Jan 11, 2024, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.