ETV Bharat / sports

ନଟରାଜନଙ୍କ ବିରୋଧରେ ସେନ ୱାର୍ଣ୍ଣଙ୍କ ସ୍ପଟ ଫିକ୍ସିଂ ଅଭିଯୋଗ, ତାତିଲେ ଫ୍ୟାନ

author img

By

Published : Jan 18, 2021, 6:27 PM IST

ଟି ନଟରାଜନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣ। କମେଣ୍ଟ୍ରି ଆଳରେ ଏହି ଯୁବ ବୋଲର ସ୍ପଟ ଫିକ୍ସିଂ କରୁଥିବା ଅଭିଯୋଗ କରିଛନ୍ତି। ଅଧିକ ପଢ଼ନ୍ତୁ...

shane warne suspects t natarajan may spot fixing in fourth against australia
ନଟରାଜନଙ୍କ ବିରୋଧରେ ସେନ ୱାର୍ଣ୍ଣଙ୍କ ସ୍ପଟ ଫିକ୍ସିଂ ଅଭିଯୋଗ, ତାତିଲେ ଫ୍ୟାନ

ବ୍ରିସବେନ: ଡେବ୍ୟୁ ଟେଷ୍ଟ ଖେଳୁଥିବା ଟି ନଟରାଜନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣ। ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସ ବେଳେ ନଟରାଜନ 7ଟି ନୋ'ବଲ ପକାଇଥିଲେ। ଏହାକୁ ନେଇ ଏହି ଯୁବ ବୋଲର ସ୍ପଟ ଫିକ୍ସିଂ କରିଥିବା ସନ୍ଦେହ କରିଛନ୍ତି ସେନ ୱାର୍ଣ୍ଣ। ଏଭଳି ମନ୍ତବ୍ୟ ପରେ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଏହି ଅଷ୍ଟ୍ରେଲିୟ କ୍ରିକେଟ କିମ୍ବଦନ୍ତୀ।

ସେନ ୱାର୍ଣ୍ଣ ସବୁବେଳେ ବୟାନବାଜିକୁ ନେଇ ବିବାଦରେ ରହି ଆସିଛନ୍ତି। ସ୍ପଷ୍ଟ ଭାବରେ ନକହିଲେ ସୁଦ୍ଧା ସେ ନଟରାଜନଙ୍କ ଆକ୍ଷେପ କରି ସ୍ପଟ ଆଡ଼କୁ ଇଙ୍ଗିତ କରିଛନ୍ତି। ଦ୍ବିତୀୟ ଇନିଂସରେ ନଟରାଜନ ଦୁଇଟି ନୋ ବଲ ପକାଇଥିବା ବେଳେ ପ୍ରଥମ ଇନିଂସରେ 6ଟି ନୋ ବଲ ପକାଇଥିଲେ। ମୋଟ 8ଟି ନୋ'ବଲ ମଧ୍ୟରୁ 5ଟି ନୋ ବଲ ଓଭର ପ୍ରଥମ ବଲରେ ପଡ଼ିଥିଲା। ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସେନ ୱାର୍ଣ୍ଣ।

କମେଣ୍ଟ୍ରି ବେଳେ ସେନ ୱାର୍ଣ୍ଣ କହିଛନ୍ତି ଯେ, "ନଟରାଜନଙ୍କ ବୋଲିଂକୁ ନେଇ ମୋ ମନରେ ସନ୍ଦେହ ଜାତ ହୋଇଛି। ସେ 7ଟି ନୋ ବଲ ପକାଇ ସାରିଲେଣି ସେଥିମଧ୍ୟରୁ 5ଟି ଓଭର ପ୍ରଥମ ବଲରୁ ଆସିଛି। ଆଉ ଏହି ନୋ ବଲଗୁଡ଼ିକ ଲାଇନର ବହୁତ ବାହାରେ ଆସି ପକାଇଛନ୍ତି। ଆମେ ମଧ୍ୟ ନୋ ବଲ ପକାଇଛୁ, କିନ୍ତୁ ଓଭରର ପ୍ରଥମ ବଲ ସେ ପୁଣି 5ଟି। ଏମିତି କେବେ ହୋଇନଥିବ। ଏହା ଏକ କୌତୁହଳର ବିଷୟ।"

ଟିଭି କମେଣ୍ଟ୍ରିରେ ୱାର୍ଣ୍ଣଙ୍କ ଏଭଳି ମନ୍ତବ୍ୟ ପରେ ଭାରତୀୟ ଫ୍ୟାନମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ପ୍ରଥମ କରି ଟେଷ୍ଟ ଖେଳୁଥିବା ଯୁବ ବୋଲରଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ତାଙ୍କ ଉପରେ ସନ୍ଦେହ କରିବା ଏକ ହୀନ କାର୍ଯ୍ୟ ବୋଲି ଫ୍ୟାନ ଟ୍ବିଟ କରିଛନ୍ତି। କମେଣ୍ଟ୍ରି ଆଳରେ ନଟରାଜନଙ୍କୁ ସେ ପାକିସ୍ତାନ ବୋଲର ମହମ୍ମଦ ଆସିଫଙ୍କ ସହ ତୁଳନା କରିଥିଲେ।

ବ୍ରିସବେନ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଫାଷ୍ଟ ବୋଲର ଟି. ନଟରାଜନ। ପ୍ରଥମ ଇନିଂଶରେ ସେ ତିନୋଟି ୱିକେଟ ନେଇଥିଲେ। ତାଙ୍କର ପ୍ରଥମ ଶିକାର ହୋଇଥିଲେ ମାଥ୍ୟୁ ୱେଡ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.