ETV Bharat / sports

ମାଙ୍କ ପ୍ରେରଣା ଯୋଗୁଁ ସଫଳ ହେଲି: ମହମ୍ମଦ ସିରାଜ - mohammad siraj

ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚରେ 5ଟି ୱିକେଟ ନେଇଛନ୍ତି। ଏଭଳି ପ୍ରଦର୍ଶନର ଶ୍ରେୟ ନିଜ ମାଆଙ୍କୁ ଦେଇଛନ୍ତି ସିରାଜ। ଅଧିକ ପଢ଼ନ୍ତୁ...

mahommad siraj says mother inspired him for a good performance
ମାଙ୍କ ପ୍ରେରଣା ଯୋଗୁଁ ସଫଳ ହେଲି: ମହମ୍ମଦ ସିରାଜ
author img

By

Published : Jan 19, 2021, 6:06 AM IST

ବ୍ରିସବେନ: ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚରେ 5ଟି ୱିକେଟ ନେଇଛନ୍ତି। ଫଳରେ ଦ୍ବିତୀୟ ଇନିଂସରେ କଙ୍ଗାରୁ ଦଳ 294 ସ୍କୋରରେ ଅଲଆଉଟ ହୋଇଛି। ସିରାଜଙ୍କ ଏହି ସଫଳତା ପରେ ବହୁ ପୂର୍ବତନ କ୍ରିକେଟର ତାଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି। ତେବେ ଏହି ସଫଳତାର ଶ୍ରେୟ ନିଜ ମାଆଙ୍କୁ ଦେଇଛନ୍ତି ସିରାଜ। ମାଆଙ୍କ ଗୋଟିଏ ଫୋନ କଲ ତାଙ୍କୁ ପ୍ରେରଣା ଦେଇଥିଲା ବୋଲି ସେ କହିଛନ୍ତି।

ସିରିଜ ଚାଲିଥିବା ବେଳେ ସିରାଜଙ୍କ ମାଆ ତାଙ୍କୁ ଫୋନ କରିଥିଲେ। କୌଣସି କଥାରେ ଧ୍ୟାନ ନଦେଇ କେବଳ ବାପାଙ୍କ ସ୍ବପ୍ନ ପୂରଣ କରିବା ଉପରେ ଧ୍ୟାନ ଦେବାକୁ ତାଙ୍କ ମାଆଙ୍କୁ ତାଙ୍କୁ କହିଥିଲେ। ମାଆଙ୍କ ଏହି ଶବ୍ଦ ତାଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି ମହମ୍ମଦ ସିରାଜ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ମହମ୍ମଦ ସିରାଜଙ୍କ ସହଜ ନଥିଲା। ଏହି ସିରିଜରେ ସେ ବହୁ କଠିନ ସମୟ ଦେଇ ଗତି କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ବେଳେ ଗତ ନଭେମ୍ବର ମାସରେ ସିରାଜଙ୍କ ବାପାଙ୍କ ନିଧନ ହୋଇଥିଲା। କିନ୍ତୁ ସେ ଜାତୀୟ ଧର୍ମ ରକ୍ଷା କରି ନିଜ ଘରକୁ ଫେରି ନଥିଲେ। କୋରୋନା କଟକଣା ଯୋଗୁଁ ବାୟୋ ବବଲ ବାହାରକୁ ଆସି ପୁଣି ସିରିଜରେ ଯୋଗ ଦେବା ସମ୍ଭବ ନଥିଲା।

ଖାଲି ସେତିକି ନୁହେଁ ଏହି ଯୁବ ଖେଳାଳିଙ୍କୁ ତୃତୀୟ ଟେଷ୍ଟ ମ୍ୟାଚ ଏବଂ ଚତୁର୍ଥ ଟେଷ୍ଟ ମ୍ୟାଚରେ ଜାତିଆଣ ଭେଦଭାବର ଶିକାର ହେବାକୁ ପଡ଼ିଛି। ଦର୍ଶକ ଗ୍ୟାଲେରୀରୁ ବାରମ୍ବାର ତାଙ୍କୁ ଅପଶବ୍ଦ କୁହାଯାଇଥିଲା। ଏହାକୁ ନେଇ ଭାରତୀୟ ଟିମ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଥିଲା। ଏଭଳି ସ୍ଥିତିରେ ତାଙ୍କ ମାଆଙ୍କ ଏକ ଫୋନ କଲ ତାଙ୍କୁ ପ୍ରେରଣା ଯୋଗାଇଥିଲା। ଏହି ଫୋନ କଲ ହିଁ ତାଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କରାଇଥିଲା ବୋଲି କହିଛନ୍ତି ସିରାଜ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.