ETV Bharat / sports

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ: ଟିମ ଇଣ୍ଡିଆକୁ ପାକିସ୍ତାନୀ କ୍ରିକେଟରଙ୍କ ସମାଲୋଚନା

author img

By

Published : Dec 20, 2020, 9:00 PM IST

ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ 8 ୱିକେଟ ହରାଇଛି ଅଷ୍ଟ୍ରେଲିଆ। ଏହାକୁ ନେଇ ବହୁ ପାକିସ୍ତାନୀ କ୍ରିକେଟର ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

India's stunning batting collapse shocks Pakistan's former stars
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ; ଟିମ ଇଣ୍ଡିଆକୁ ପାକିସ୍ତାନୀ କ୍ରିକେଟରଙ୍କ ସମାଲୋଚନା

ଇସଲାମାବାଦ: ଆଡିଲେଡରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ 8 ୱିକେଟ ହରାଇଛି ଅଷ୍ଟ୍ରେଲିଆ। ଏହାକୁ ନେଇ ବହୁ ପାକିସ୍ତାନୀ କ୍ରିକେଟର ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ। ହେଲେ ଦ୍ବିତୀୟ ଇନିଂସରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର 36 ରନ ସ୍କୋରରେ ଦଳ ସମସ୍ତ ୱିକେଟ ହରାଇଥିଲା। ଅଷ୍ଟ୍ରେଲିଆକୁ ମାତ୍ର 90 ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ।

ଏହାକୁ ନେଇ ପାକିସ୍ତାନୀ କ୍ରିକେଟର ମୋସିନ ଖାନ କହିଛନ୍ତି ଯେ, "ପ୍ରଥମ ଟେଷ୍ଟ ମ୍ୟାଚରେ ମୁଁ ଯେତେବେଳେ ଅଷ୍ଟ୍ରେଲିଆକୁ ଦ୍ବିତୀୟ ଇନିଂସ ଖେଳୁଥିବା ଦେଖିଲି, ନିଜ ଉପରେ ମୋର ବିଶ୍ବାସ ହେଲା ନାହିଁ। ଅଷ୍ଟ୍ରେଲିଆ କେବଳ 90 ରନର ବିଜୟ ଲକ୍ଷ୍ୟ ନେଇ ଖେଳୁଥିଲା। ଆଡିଲେଡ ପିଚ ବ୍ୟାଟ୍ସମେନଙ୍କୁ ସୁହାଉଥିଲା। ଏଥିରେ କୌଣସି ସନ୍ଦେହ ନାହିଁ। ଏହାସତ୍ତ୍ବେ ଦଳ ବ୍ୟାଟିଂ ବିପର୍ଯ୍ୟୟ ହେବା ଆଶା କରାଯାଉନଥିଲା। ଭାରତୀୟ ବ୍ୟାଟସମ୍ୟାନଙ୍କ ପାଖରେ ଅଷ୍ଟ୍ରେଲିଆର ଦୃତ ବୋଲିଂ କୌଣସି ଜବାବ ନଥିଲା। ସେମାନେ ବୁଝି ପାରିନଥିଲେ ଅଷ୍ଟ୍ରେଲିଆ ବୋଲରଙ୍କୁ କିଭଳି ସାମ୍ନା କରିବେ।"

ପାକିସ୍ତାନୀ କ୍ରିକେଟର ଜାଭେଦ ମିଆଁଦାଦ ପ୍ରଥମ ଟେଷ୍ଟ ମ୍ୟାଚକୁ ନେଇ କହିଛନ୍ତି ଯେ,"କେତୋଟି ବଲରେ ବ୍ୟାଟିଂ କରିବା କଷ୍ଟକର ଏହା ମୁଁ ବୁଝି ପାରୁଛି। ହେଲେ କେହି ଜଣେ ବି ବ୍ୟାଟିଂ କରିବାକୁ ଇଚ୍ଛୁକ ଥିବା ମୁଁ ଦେଖି ପାରିଲି ନାହିଁ । ଭାରତୀୟ ବ୍ୟାଟ୍ସମ୍ୟାନ ଫୁଟୱାର୍କ କରୁନଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି।"

ମାତ୍ର ଅଢ଼େଇ ଦିନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହୋଇଥିଲା। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ରାଶିଦ ଲତିଫ କହିଛନ୍ତି ଯେ,"ଭାରତୀୟ ଇନିଂସ ଦେଖି ମୋତେ 2002 ମସିହା ପାକିସ୍ତାନ- ଅଷ୍ଟ୍ରେଲିଆ ସିରିଜ ମନେ ପଡ଼ିଗଲା। ସେହି ସମୟରେ ମଧ୍ୟ ପାକିସ୍ତାନ ପ୍ରଥମ ଇନିଂସରେ 59 ଓ ଦ୍ବିତୀୟ ଇନିଂସରେ 53 ରନ ହିଁ କରିପାରିଥିଲା ଦଳ। ତେବେ ଭାରତୀୟ ଦଳର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏଭଳି ପ୍ରଦର୍ଶନ ଆଶା କରାଯାଇନପାରେ। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ ହୋଇ ପଡ଼ିଛି।"

ମେଲବର୍ଣ୍ଣ କ୍ରିକେଟ ମୈଦାନରେ ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯିବ। 4 ଟିକିଆ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ 1-0ରେ ଆଗୁଆ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.