ETV Bharat / sports

ଟିମ ଇଣ୍ଡିଆକୁ ସୋନିଆଙ୍କ ପ୍ରଶଂସା, ବିସିସିଆକୁ ଲେଖିଲେ ଚିଠି

author img

By

Published : Jan 20, 2021, 8:37 PM IST

ବର୍ଡର ଗାଭାସ୍କାର ଟ୍ରଫି ବିଜୟକୁ ନେଇ ଭାରତକୁ ପ୍ରଶଂସା କରିଛନ୍ତି ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନାନା ସମସ୍ୟାକୁ ଏଡ଼ାଇ ଭାରତ ଐତିହାସିକ ବିଜୟ ହାସଲ କରିଛି ବୋଲି କହିଛନ୍ତି ସୋନିଆ। ଅଧିକ ପଢ଼ନ୍ତୁ...

Indian cricket team's performance brought glory to nation says Congress interim President Sonia Gandhi
ଟିମ ଇଣ୍ଡିଆକୁ ସୋନିଆଙ୍କ ପ୍ରଶଂସା, ବିସିସିଆକୁ ଲଖିଲେ ଚିଠି

ନୂଆଦିଲ୍ଲୀ: ବର୍ଡର ଗାଭାସ୍କାର ଟ୍ରଫି ବିଜୟକୁ ନେଇ ଭାରତକୁ ପ୍ରଶଂସା କରିଛନ୍ତି ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନାନା ସମସ୍ୟା ସତ୍ତ୍ବେ ଟିମ ଇଣ୍ଡିଆ ଲଢ଼ୁଆ ପ୍ରଦର୍ଶନ କରି ବିଶ୍ବରେ ଦେଶକୁ ଗୌରବାନ୍ବିତ କରିଛି। ସିରିଜ ଆରମ୍ଭ ହେବା ପରେ ଭାରତ ସହ ନାନା ସମସ୍ୟା ରହିଥିଲା। ଏହାକୁ ଏଡ଼ାଇ ଭାରତ ଐତିହାସିକ ବିଜୟ ହାସଲ କରିଛି ବୋଲି କହିଛନ୍ତି ସୋନିଆ।

  • "Like millions of Indians, I am jubilant and so very proud at your magnificent,. heroic & historic victory at Brisbane."

    Congress President Smt. Sonia Gandhi's message to Team India. pic.twitter.com/3Uw2By2IFW

    — Congress (@INCIndia) January 20, 2021 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଜବରଦସ୍ତ ବିଜୟକୁ ନେଇ ବିସିସିଆଇ ନିକଟରୁ ଏକ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧି। ଚିଠିରେ ସେ ଲେଖିଛନ୍ତି ଯେ, ବ୍ରିସବେନ ଟେଷ୍ଟରେ ବିଜୟ ପରେ କୋଟି କୋଟି ଭାରତୀୟଙ୍କ ଭଳି ମୁଁ ମଧ୍ୟ ଗର୍ବ ଅନୁଭବ କରୁଛି। ଏତେ ସାରା ବାଧବିଘ୍ନକୁ ଖାତିର ନକରି ଭାରତ ଦମଦାର ପ୍ରଦର୍ଶନ ଦେଖାଇଥିଲା। ଏଥିପାଇଁ ବିଶ୍ବରେ ଏବେ ଭାରତୀୟ ଦଳକୁ ନେଇ ଚର୍ଚ୍ଚା ରହିଛି।

ଏହାପରେ ସେ ଚିଠିରେ ଲେଖିଛନ୍ତି ଯେ, ଭାରତୀୟ ଦଳ ଅନୁଶାସନର ସହ ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ଶକ୍ତିଶାଳୀ କରିଥିଲା। ଯେଉଁ କାରଣରୁ ଏହି ବିଜୟ ସମ୍ଭବ ହୋଇ ପାରିଛି। ଏହି ଗୁଣ ଆଗାମୀ ଦିନରେ ଦଳକୁ ଆହୁରି ବିଜୟ ଦେବ। 32 ବର୍ଷର ଇତିହାସ ବଦଳାଇ ଦେଇଛି ଭାରତ। ଯେଉଁ ମାଟିରେ ଅଷ୍ଟ୍ରେଲିଆ କେବେ ପରାଜିତ ହୋଇନଥିଲା, ସେହି ପଡ଼ିଆରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସମ୍ମାନର ହକଦାର ହୋଇଛି। ଏହି ବିଜୟ ସାରା ଦେଶରେ ଖୁସିର ସଞ୍ଚାର କରିଛି।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଆଡିଲେଡ ଟେଷ୍ଟ ମ୍ୟାଚ ଜିତିଥିଲା। ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଦ୍ବିତୀୟ ଇନିଂଶରେ ଭାରତ କେବଳ 36ରନରେ ଅଲଆଉଟ ହୋଇଥିଲା। ଏହାପରେ ରାହାଣେଙ୍କ ପ୍ରତିନିଧିତ୍ବରେ ଦଳ ଦମଦାର ପ୍ରଦର୍ଶନ କରି ସିରିଜ ହାତେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.