ETV Bharat / sports

ବର୍ଡର ଗାଭାସ୍କର ଟ୍ରଫି କବଜା କଲା ଭାରତ, ଟ୍ରୋଲ ଶିକାର ହେଲେ ୱନ - border gavaskar trophy win

ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜିତ ହେବା ପରେ ଭାରତ ବର୍ଡର ଗାଭାସ୍କର ଟ୍ରଫିରେ ଗୋଟିଏ ବି ମ୍ୟାଚ ଜିତି ପାରିବ ନାହିଁ ବୋଲି କହିଥିଲେ ମାଇକେଲ ୱନ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିରିଜ ବିଜୟ ହେବାପରେ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି ୱନ। ଅଧିକ ପଢ଼ନ୍ତୁ...

ex england captain Michael Vaughan been trolled by indian fan after win over australia in test series
ବର୍ଡର ଗାଭାସ୍କର ଟ୍ରଫି କବଜା କଲା ଭାରତ, ଟ୍ରଲ ଶିକାର ହେଲେ ୱନ
author img

By

Published : Jan 19, 2021, 8:12 PM IST

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫିକୁ କବଜା କରିଛି। ଏହି ବିଜୟ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ ସୋସିଆଲ ମିଡିଆରେ ଟ୍ରୋଲ ହେବାରେଲ ଲାଗିଛନ୍ତି। ପ୍ରଥମ ଟେଷ୍ଟ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଦ୍ବିତୀୟ ଇନିଂଶରେ ଭାରତ କେବଳ 36ରେ ଅଲଆଉଟ ହୋଇ ଯାଇଥିଲା। ଏଭଳି ପ୍ରଦର୍ଶନ ପରେ ଟିମ ଇଣ୍ଡିଆ ସିରିଜରେ ଗୋଟିଏ ବି ମ୍ୟାଚ ଜିତି ପାରିବ ନାହିଁ ବୋଲି ସେ କଡ଼ା ମନ୍ତବ୍ୟ ଦେଇଥିଲେ।

ex england captain Michael Vaughan been trolled by indian fan after win over australia in test series
ବର୍ଡର ଗାଭାସ୍କର ଟ୍ରଫି କବଜା କଲା ଭାରତ, ଟ୍ରଲ ଶିକାର ହେଲେ ୱନ

ପ୍ରଥମ ଟେଷ୍ଟ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଭାରତ ଟେଷ୍ଟ ମ୍ୟାଚ ଖେଳିଥିଲା। ତେବେ ଏହି ମ୍ୟାଚରେ ଶୋଚନୀୟ ପରାଜୟ ହେବା ବିରାଟ କୋହଲି ପାଟରନାଲ ଛୁଟିରେ ସ୍ବଦେଶ ଫେରି ଆସିଥିଲେ। ଏଭଲି ସ୍ଥିତିରେ ଭାରତ ଏହି ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ବାଇଟ ୱାସ ହେବ ବୋଲି ମାଇକେଲ ୱନ ମନ୍ତବ୍ୟ ଦେଇଥିଲେ।

ଏହାପରେ ଭାରତ ସହ ଆହତଜନିତ ସମସ୍ୟା ଲାଗି ରହିଥିଲା। ଏହାସତ୍ତ୍ବେ ଭାରତ ଚମତ୍କାର ପ୍ରଦର୍ଶନ କରି ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଥିଲା। ଏହାପରେ ତୃତୀୟ ମ୍ୟାଚରେ କଡ଼ା ସଂଘର୍ଶ କରି ଡ୍ର ରଖିଥିବା ବେଳେ ଗାବା ଟେଷ୍ଟ ବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିଛି। ଏହାପରେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ମାଇକେଲ ୱନ।

ଜଣେ ଭାରତୀୟ ଫ୍ୟାନ ଟ୍ବିଟ କରି ଲେଖିଛନ୍ତି "କୁଆଡ଼େ ଗଲେ ମାଇକେଲ ୱନ"।

ଏହାପରେ ଜଣେ ଫ୍ୟାନ ଟ୍ବିଟ କରିଛନ୍ତି ଯେ, "ଭାରତ ଅଷ୍ଟ୍ରେଲିଆକୁ ହରାଇବା ପରେ ଇଂଲଣ୍ଡ ଖୁସି ହେଉଥିବ। କିନ୍ତୁ ପରବର୍ତ୍ତୀ ଟେଷ୍ଟ ସିରିଜ ଭାରତ ସହ ଅଛି ଜାଣିବା ପରେ ଦୁଃଖ ଅନୁଭବ କରୁଥିବ।"

ସେମିତି ଆଉଜଣେ ଫ୍ୟାନ ଏକ ବଲିଉଡ ମିମ୍ ସେୟାର କରି ଲେଖିଛନ୍ତି ଯେ, "କଣ କହିଥିଲେ ୱନ ? ହ୍ବାଇଟ ୱାସ ହେବ ? ଏକ ଜବରଦସ୍ତ କ୍ରିକେଟ ମ୍ୟାଚ ଦେଖିବାକୁ ମିଳିଲା।"

ଜଣେ ଫ୍ୟାନ ଟ୍ବିଟ କରିଛନ୍ତି ଯେ, "ଆମେ ଆପଣଙ୍କୁ ନିବେଦନ କୁରଛୁ, ଆପଣ ଏମିତି ହ୍ବାଇଟ ୱାସ ଅନୁମାନ କରନ୍ତୁ ଆମେ ଏମିତି ବିଜୟ ହାସଲ କରୁଥିବୁ।"

ସେହିଭଳି ଜଣେ ଫ୍ୟାନ ମାଇକେଲ ୱନଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, "ଆରେ ତମର ତ ପୋପଟ ହେଇଗଲା।"

ଭାରତୀୟ ଦଳ ବିଜୟ ହାସଲ କରିବା ପରେ ମାଇକେଲ ୱନ ମଧ୍ୟ ଟ୍ରୋଲ ହେବାକୁ ପ୍ରସ୍ତୁତ ହୋଇ ରହିଥିଲେ। ଏଥପାଇଁ ଏହି ମ୍ୟାଚ ଶେଷ ହେବାକ୍ଷଣି ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଲେଖିଥିଲେ, ଲାଗୁଛି ଭାରତରୁ ବହୁତଗୁଡ଼ାଏ ଟ୍ବିଟ ମୋ ପାଇଁ ଆସିବ।

32 ବର୍ଷ ପରେ ଗାବାରେ ଭାରତ ବିଜୟ ହାସଲ କରିଛି। ସେହିଭଳି 32 ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଗାବାରେ ପ୍ରଥମ ଟେଷ୍ଟ ହାରିଛି। ଆହତ ସମସ୍ୟା ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ବୃହତ ସିରିଜ ବିଜୟ ହାସଲ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.