ETV Bharat / sports

ଚେତେଶ୍ବର ପୂଜାରା ଭାରତୀୟ ଦଳର ଯୋଦ୍ଧା: ରବି ଶାସ୍ତ୍ରୀ - ravi sastri statement

ବ୍ରିସବେନ ଟେଷ୍ଟ ପରେ ଚେତେଶ୍ବର ପୂଜାରାଙ୍କୁ ଯୋଦ୍ଧା ବୋଲି ସମ୍ବୋଧିତ କରିଛନ୍ତି ରବି ଶାସ୍ତ୍ରୀ। ବାଉନ୍ସର ପରେ ବାଉନ୍ସର ଦେହରେ ବାଜିବା ସତ୍ତ୍ବେ ସେ ବାହାଦୁରଙ୍କ ଭଳି ଜବରଦସ୍ତ ବ୍ୟାଟିଂ କରିଥିଲେ। ଅଧିକ ପଢ଼ନ୍ତୁ...

Cheteshwar Pujara is a warrior of Indian team says ravi sastri
ଚେତେଶ୍ବର ପୂଜାରା ଭାରତୀୟ ଦଳର ଯୋଦ୍ଧା: ରିବଶାସ୍ତ୍ରୀ
author img

By

Published : Jan 20, 2021, 5:27 PM IST

ବ୍ରିସବେନ: ନମ୍ବର 3ରେ ବ୍ୟାଟସମ୍ୟାନ ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟରେ ଜଣେ ଯୋଦ୍ଧା ଭାବରେ ଉଭା ହୋଇଛନ୍ତି। ବ୍ରିସବେନର ଐତିହାସିକ ବର୍ଡର ଗାଭାସ୍କାର ଟ୍ରଫିରେ ବଜୟ ହାସଲ କରିବା ପରେ ଏହା କହିଛନ୍ତି ଭାରତୀୟ ଦଳ କୋଚ ରବି ଶାସ୍ତ୍ରୀ। ଗାବାରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂଶରେ ପୂଜାରା 211ଟି ବଲ ଖେଳି 56 ରନ କରିଥିଲେ।

ବ୍ୟାଟିଂ ସମୟରେ ଅନେକ ଥର ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ଦ୍ରୁତ ବଲ ପୂଜାରାଙ୍କ ଦେହରେ ବାଜିଥିଲା। କିନ୍ତୁ ସେ ଧୈର୍ଯ୍ୟର ସହ ପିଚ ଉପରେ ସମୟ ବିତାଇଥିଲେ। ଯାହା ଫଳରେ ଦଳ ବିଜୟ ଦ୍ବାର ଖୋଲିବା ଆରମ୍ଭ ହୋଇଥିଲା।

ଏକ ସାକ୍ଷାତକାରରେ ରବି ଶାସ୍ତ୍ରୀ କହିଛନ୍ତି ଯେ, "ପୂଜାରା ଦଳର ଜଣେ ଯୋଦ୍ଧା। ସିଡନୀ ଓ ବ୍ରିସବେନରେ ତାଙ୍କ ପ୍ରଦର୍ଶନ ଦେଖିବା ପରେ ମୁଁ କହିଥିଲି ପୂଜାରା ତୁମେ ତାଙ୍କୁ ହଇରାଣ କରିଦେଲ।"

ପୂଜାରାଙ୍କ ଧିମା ବ୍ୟାଟିଂ ଏହି ସିରିଜର ଚର୍ଚ୍ଚାର ବିଷୟ ରହିଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟିଁ ଜଣାଇ ଦେଲା ଯେ ସେ ଦଳ ପାଇଁ କେତେ ଜରୁରୀ। ବର୍ତ୍ତମାନ ଦଳ କୌଣସି ବାଦବିବାଦରେ ପଡ଼ିବାକୁ ଚାହୁଁନାହିଁ। ବର୍ତ୍ତମାନ ଖେଳାଳିମାନେ ଏହି ସମୟର ମଜା ନେବା ଆବଶ୍ୟକ। ଯେତେ ଯାହା ହେଲେ ବି ବିବାଦ ଲାଗି ରହିଥିବ ବୋଲି ରବି ଶାସ୍ତ୍ରୀ କହିଛନ୍ତି।

ଖାଲି ରବି ଶାସ୍ତ୍ରୀ ନୁହନ୍ତି ଭାରତୀୟ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ପୂଜାରାଙ୍କ ପ୍ରଶଂସା କରିଛନ୍ତି। ବାଉନ୍ସର ପରେ ବାଉନ୍ସର ଦେହରେ ବାଜିବା ସତ୍ତ୍ବେ ସେ ବାହାଦୁରଙ୍କ ଭଳି ଜବରଦସ୍ତ ବ୍ୟାଟିଂ କରିଥିଲେ। ତାଙ୍କ ୱିକେଟ ବଞ୍ଚାଇବା ଥିଲା ବୋଲି କହିଛନ୍ତି ରାହାଣେ।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.