ETV Bharat / sports

AUS vs IND: ବକ୍ସିଂ ଡେ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ଚୂଡାନ୍ତ ଏକାଦଶ ଘୋଷଣା

ବକ୍ସିଂ ଡେ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ଚୂଡାନ୍ତ ଏକାଦଶ ଘୋଷଣା । ଆଜିଙ୍କ୍ୟ ରାହାଣେ କ୍ୟାପଟେନ । ଅଧିକ ପଢନ୍ତୁ...

author img

By

Published : Dec 25, 2020, 12:37 PM IST

ଚୂଡାନ୍ତ ଏକାଦଶ
ଚୂଡାନ୍ତ ଏକାଦଶ

ହାଇଦ୍ରାବାଦ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠୁ ହେବ ଦ୍ବିତୀୟ ଟେଷ୍ଟ । ଏନେଇ ଆଜି ବିସିସିଆଇ ପକ୍ଷରୁ ଚୂଡାନ୍ତ ଏକାଦଶ ଘୋଷଣା କରାଯାଇଛି । ଟିମ୍‌ରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ରହିଛନ୍ତି ।

ବିସିସିଆଇ ଏନେଇ ଟ୍ବିଟ୍‌ କରି ଚୂଡାନ୍ତ ଏକାଦଶ ନାମ ଘୋଷଣା କରିଛି । ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା(ଉପ ଅଧିନାୟକ), ହନୁମାନ ବିହାରୀ, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଉମେଶ ଯାଦବ, ଯଶପ୍ରୀତ ବୁମରା ଓ ଏମ ସିରାଜ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।

ସେପଟେ ବକ୍ସିଂ ଡେ ଟେଷ୍ଟରେ ଅପରିବର୍ତ୍ତିତ ରହିବ ଅଷ୍ଟ୍ରେଲିଆ ଦଳ । ପିଙ୍କ୍ ବଲ ଟେଷ୍ଟ ଖେଳିଥିବା ସମାନ ଚୂଡାନ୍ତ ଏକାଦଶ ଭାରତ ବିପକ୍ଷରେ ମେଲବୋର୍ଣ୍ଣରେ ଦ୍ବିତୀୟ ଟେଷ୍ଟ ଖେଳିବ । ଏନେଇ କୋଚ ଜଷ୍ଟିନ ଲାଙ୍ଗର ସ୍ପଷ୍ଟ କରିଛନ୍ତି ।

ସୂଚନାଥାଉକି, ଆଡିଲେଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଜିତି ଘେରାଇ ଅଷ୍ଟ୍ରେଲିଆ 1-0ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.