ETV Bharat / sports

Ind Vs Sa 2nd ODI: ଆଜି ଦ୍ବିତୀୟ ଦିନିକିଆ, କମ ବ୍ୟାକ୍‌ ଲକ୍ଷ୍ୟରେ ଭାରତ

author img

By

Published : Jan 21, 2022, 9:48 AM IST

Updated : Jan 21, 2022, 10:15 AM IST

ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି (ଶୁକ୍ରବାର) ଅନୁଷ୍ଠିତ ହେବ ଦ୍ବିତୀୟ ଦିନିକିଆ ମ୍ୟାଚ । ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚକୁ ଜିତିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ କମ୍ ବ୍ୟାକ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଆଜି ଦ୍ବିତୀୟ ଦିନିକିଆ
ଆଜି ଦ୍ବିତୀୟ ଦିନିକିଆ

ପାର୍ଲ: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି (ଶୁକ୍ରବାର) ଅନୁଷ୍ଠିତ ହେବ ଦ୍ବିତୀୟ ଦିନିକିଆ ମ୍ୟାଚ । ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚକୁ ଜିତିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ କମ୍ ବ୍ୟାକ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆ ପାଇଁ ଆଜିର ମ୍ୟାଚ କର ବା ମର ପରିସ୍ଥିତି ସଦୃଶ ହୋଇଛି । ମୁକାବିଲା ପୂର୍ବରୁ ବ୍ୟାଟିଂ ତ୍ରୁଟି ସୁଧାରି ପଡିଆକୁ ଓହ୍ଲାଇବା ଜରୁରୀ ହୋଇପଡିଛି । ଅପରାହ୍ନ ୨ଟାରୁ ଆରମ୍ଭ ହେବ ମ୍ୟାଚ ।

ବିଶେଷ କରି ଇଣ୍ଡିଆ ପାଇଁ ବ୍ୟାଟିଂ ବିଭାଗକୁ ନେଇ ଚିନ୍ତା ରହିଛି । ମଧ୍ୟଭାଗ ବ୍ୟାଟିଂରେ ବିଶେଷ ସଫଳତା ହାସଲ କରିପାରୁନି ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆରେ ବ୍ୟାଟିଂ ବିଫଳତା ପାଇଁ ସମସ୍ୟା ଭୋଗିଥିଲା ଦଳ । ଶିଖର ଧାୱନ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରି ଆଉଟ ହେବା ପରେ ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ଉପରେ ରନ ଗାଡି ଗଡାଇ ନେବାକୁ ନିର୍ଭର କରିଥିଲା ଦଳ । ହେଲେ ସେଥିରେ ବିଫଳ ହୋଇଥିଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ । ପରିଣାମ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଆଜିର ମ୍ୟାଚକୁ ଜିତିବାକୁ ହେଲେ ଟିମକୁ ଏହି ବିଭାଗ ଉପରେ ସୁଧାର ଆଣିବାକୁ ପଡିବ ।

ଆଜିର ମ୍ୟାଚରେ ରାହୁଲଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ମଧ୍ୟଭାଗ ବ୍ୟାଟିଂରେ ସୁଧାର ଆଣିବାକୁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ସୂର୍ଯ୍ୟଙ୍କୁ ସାମଲ କରାଗଲେ ଶ୍ରେୟାସ କିମ୍ବା ଭେଙ୍କଟେଶଙ୍କୁ ବିଶ୍ରାମ ଦିଆଯାଇପାରେ । ବୋଲାଣ୍ଡ ପାର୍କ ପିଚ ସାମାନ୍ୟ ମନ୍ଥର ଓ ବ୍ୟାଟିଂ ପାଇଁ ଅନୁକୂଳ । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକପ୍ରକାର ଥୟ ।

ଏହି ବି ପଢନ୍ତୁ...Ind Vs Sa 1st ODI: ୩୧ ରନ୍‌ରେ ହାରିଲା ଭାରତ

ଘରୋଇ ଦକ୍ଷିଣ ଆଫ୍ରିକା ସବୁ ବିଭାଗରେ ଉନ୍ନତ ରହିଛି । ଆଜିର ମ୍ୟାଚରେ ଦଳରେ ଏକାଦଶରେ ପରିବର୍ତ୍ତନର ସମ୍ଭାବନା ନାହିଁ । ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚକୁ ଜିତି ସରିଜ କବଜା କିରବା ଲକ୍ଷ୍ୟରେ ରହିଛି ଦଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jan 21, 2022, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.