ETV Bharat / sports

ନୂଆ ଜର୍ସିରେ ଖେଳିବେ ମ୍ୟାନ ଇନ ବ୍ଲୁ

ତେବେ ସବୁଥର ପରି ଏଥର ମଧ୍ୟ ମ୍ୟାନ ଇନ ବ୍ଲୁ ଟି-୨୦ ବିଶ୍ବକପରେ ପିନ୍ଧିରେ ନୂଆ ଜର୍ସି । ଭିଡିଓ ମାଧ୍ୟମରେ ଯାହାର ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା, ଶ୍ରେୟାସ ଆୟାର ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢନ୍ତୁ

author img

By

Published : Sep 13, 2022, 9:41 PM IST

India Set to have a New Jersey Before the T20

ହାଇଦ୍ରାବାଦ: ବାଜି ସାରିଛି ଟି-୨୦ ବିଶ୍ବକପ ବିଗୁଲ । ଘୋଷଣା ସରିଛି ୧୫ ଜଣିଆ ଟି-୨୦ ବିଶ୍ବକପ ସ୍କ୍ବାଡ । ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ ରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବକୁ ଥିବା ଟି-୨୦ ବିଶ୍ବକପ ପାଇଁ ଫ୍ୟାନ୍ସମାନଙ୍କଠାରେ ଦେଖିବାକୁ ମିଳିଛି ଉତ୍ସାହ । ତେବେ ସବୁଥର ପରି ଏଥର ମଧ୍ୟ ମ୍ୟାନ ଇନ ବ୍ଲୁ ଟି-୨୦ ବିଶ୍ବକପରେ ପିନ୍ଧିରେ ନୂଆ ଜର୍ସି । ଭିଡିଓ ମାଧ୍ୟମରେ ଯାହାର ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା, ଶ୍ରେୟାସ ଆୟାର ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଗତ କାଲି ( ସୋମବାର ) ବିସିସିଆଇ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିଥିଲା । ତେବେ ଟି-୨୦ ବିଶ୍ବକପରେ କ୍ରିକେଟରମାନଙ୍କ ନୂଆ ଜର୍ସି ପାଇଁ ଭାରତର କିଟ ପାର୍ଟନର MPL ସ୍ପୋର୍ଟସ ନୂଆ ଜର୍ସି ଲଞ୍ଚ କରିବା ନେଇ ଆଜି ( ମଙ୍ଗଳବାର ) ଘୋଷଣା କରିଛି । MPL ସ୍ପୋର୍ଟସ ( MPL sports ) ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଶ୍ରେୟାସ ଆୟାର ପ୍ରଶଂସକଙ୍କୁ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନେବାକୁ କହିଛନ୍ତି । ତେବେ MPL ସ୍ପୋର୍ଟସ ଭାରତର ନୂଆ ଜର୍ସି ଡିଜାଇନ ବାବଦରେ ବିଶେଷ ସୂଚନା ଦେଇନାହିଁ । ତେବେ ଟିମ ଇଣ୍ଡିଆର ନୁଆ ଜର୍ସି ଲଞ୍ଚ ନେଇ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

MPL ସ୍ପୋର୍ଟସ ଦ୍ବାରା ଜାରି ହୋଇଥିବା ଭିଡିଓରେ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶେୟାସ ଆୟାର ଏକ ନୀଳ ରଙ୍ଗର ଜାକେଟ ପିନ୍ଧିଛନ୍ତି ଯେଉଁଥିରେ MPL ସ୍ପୋର୍ଟସ ଲେଖାଯିବା ସହିତ ବିସିସିଆଇର ( Board of Control for Cricket in India ) ଲୋଗ ରହିଛି । ଭିଡିଓରେ ପ୍ରଥମେ ରୋହିତ ଶର୍ମା କହୁଛନ୍ତି "ପ୍ରଶଂସକ ଭାବରେ ଆପଣମାନେ ଆମକୁ କ୍ରିକେଟର ଆଖ୍ୟା ଦିଅନ୍ତି ଯାହା ଆମେ ମାନେ ବାସ୍ତବରେ ଅଟୁ ।" ଏହା ପରେ ଶ୍ରେୟାସ ଆୟାର କହୁଛନ୍ତି, ଆପଣ ମାନଙ୍କ ଉତ୍ସାହ ବିନା ଖେଳ ଖେଳ ଭଳିଆ ଲାଗେ ନାହିଁ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା କହୁଛନ୍ତି ଲିଙ୍କ ଉପରେ କ୍ଲିକ କରୁନ୍ତୁ ଆଉ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.