ETV Bharat / sports

Asia Cup 2023 Ind vs Pak: କୋହଲି-ରାହୁଲଙ୍କ ବିସ୍ଫୋରକ ଶତକ, ପାକିସ୍ତାନକୁ ୩୫୭ ଟାର୍ଗେଟ୍‌ - କେଏଲ୍‌ ରାହୁଲ

ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟ ମୁକାବିଲାରେ ଖୁବ ଗର୍ଜିଛି ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ବ୍ୟାଟ୍‌ । ଉଭୟ ଶତକୀୟ ପାଳି ଖେଳି ଭାରତକୁ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନରେ ପହଞ୍ଚାଇଛନ୍ତି । ତେବେ ପାକିସ୍ତାନକୁ ଜିତିବାକୁ ହେଲେ ୩୫୭ ରନର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

କୋହଲି-ରାହୁଲଙ୍କ ଶତକ
କୋହଲି-ରାହୁଲଙ୍କ ଶତକ
author img

By ETV Bharat Odisha Team

Published : Sep 11, 2023, 6:53 PM IST

Updated : Sep 11, 2023, 7:27 PM IST

କଲମ୍ବୋ: ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟ ମୁକାବିଲାରେ ଆଜି ରିଜର୍ଭ ଡେରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ତେବେ ନିୟମ ଅନୁଯାୟୀ ଗତକାଲି ଯେଉଁଠାରେ ଖେଳ ଅଟକିଥିଲା, ଆଜି ସେହିଠାରୁ ହିଁ ଖେଳ ଆରମ୍ଭ ହୋଇଥିଲା । ଅର୍ଥାତ ଭାରତ ପାଇଁ ଆଜି ପାଳି ଆରମ୍ଭ କରିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ତେବେ ଉଭୟ ବ୍ୟାଟର ଆଜି ଧୂଆଁଧାର ଇନିଂସ୍‌ ଖେଳି ଭାରତକୁ ଏକ ମଜଭୁତ ସ୍ଥିତିରେ ଛିଡ଼ା କରାଇଛନ୍ତି । କୋହଲିଙ୍କ ୧୨୨ ଓ ରାହୁଲଙ୍କ ୧୧୧ ରନର ଦମଦାର ପାଳି ବଳରେ ପାକିସ୍ତାନ ବିପକ୍ଷରେ ୩୫୬ ରନ ସ୍କୋର କରିଛି ଭାରତ । ଏହି ମ୍ୟାଚ୍‌ ଜିତି ଫାଇନାଲ ଟିକେଟ୍‌ ଅକ୍ତିଆର କରିବାକୁ ହେଲେ ପାକିସ୍ତାନକୁ ନିର୍ଦ୍ଧାରିତ ୫୦ ଓଭରରେ ୩୫୭ ରନର ଆବଶ୍ୟକତା ରହିଛି ।

ଗତକାଲି (ରବିବାର) ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌‌ରେ ପାକିସ୍ତାନ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ତେବେ ଏହି ସୁଯୋଗକୁ ହାତଛଡ଼ା ନକରି ଭାରତର ଦୁଇ ଓପନର ଶୁଭମନ ଗିଲ ଓ ଅଧିନାୟକ ରୋହିତ ଶର୍ମା ସତର୍କତାର ସହ ଖେଳି ଦଳ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ । ରୋହିତ ୪୯ ବଲରୁ ୫୬ ଓ ଗିଲ ୫୨ ବଲରୁ ୫୮ ରନ ସ୍କୋର କରି ଆଉଟ୍‌ ହେବାପରେ ସ୍ଥିତି ସମ୍ଭାଳିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ଭାରତର ସ୍କୋର ୨ ୱିକେଟରେ ୧୪୭ ରନ ଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ଖେଳ ପୁନର୍ବାର ଆରମ୍ଭ ହୋଇପାରିନଥିଲା । ପୂର୍ବ ନିର୍ଦ୍ଧାରିତ ରିଜର୍ଭ ଡେ ଅନୁଯାୟୀ ଆଜି ସେହିଠାରୁ ଖେଳ ଆରମ୍ଭ ହୋଇଥିଲା । ନିୟମ ଅନୁସାରେ ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ବର୍ଷା ସାଜିଲା ଭିଲିଆନ, ସୋମବାର ରିଜର୍ଭ ଡେ'ରେ ପୂରା ହେବ ମ୍ୟାଚ୍‌

ଆଜି ଉଭୟ ବିରାଟ କୋହଲି ଓ କେଏଲ୍‌ ରାହୁଲ ଆରମ୍ଭରୁ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ନିକଟରେ ଆହତଜନିତ ସମସ୍ୟାରୁ ଫେରିଥିବା ରାହୁଲ ଆକ୍ରାମକ ଖେଳିବାକୁ ଚେଷ୍ଟା କରୁଥିବାବେଳେ ବିରାଟ ମଧ୍ୟ ସ୍ଥିତି ଦେଖି ଆକ୍ରମଣ କରୁଥିଲେ । ଏହାପରେ ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ । ପ୍ରଥମେ ରାହୁଲ ୧୦୦ ବଲରୁ ନିଜର ଶତକ ପୂରଣ କରିଥିଲେ । ପରେ ତୁରନ୍ତ ବିରାଟ କୋହଲି ମଧ୍ୟ ନିଜ ୭୭ତମ ଅନ୍ତର୍ଜାତୀୟ ଓ ୪୭ତମ ଦିନିକିଆ ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ମାତ୍ର ୨ ୱିକେଟ ହରାଇ ୩୫୬ ରନ୍‌ର ବିଶାଳ ସ୍କୋର କରିଛି । ବିରାଟ ଅପରାଜିତ ୧୨୨ରନ କରିଥିବାବେଳେ ରାହୁଲ ଅପରାଜିତ ୧୧୧ ରନ କରିଛନ୍ତି । ଉଭୟ ବ୍ୟାଟର ପାକିସ୍ତାନୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ।

ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ସଦାବ ଖାନ ଗତକାଲି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । କିନ୍ତୁ ଆଜି ସମସ୍ତ ବୋଲର ବିରାଟ ଓ ରାହୁଲଙ୍କ ବ୍ୟାଟିଂ ଆଗରେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲେ । ପ୍ରକାଶଯୋଗ୍ୟ, ଜାରି ରହିଥିବା ଏସିଆ କପ୍‌ ୨୦୨୩ରେ ଏବେ ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ମ୍ୟାଚ୍‌ ଖେଳିପାରିନାହିଁ ଟିମ୍‌ ଇଣ୍ଡିଆ । ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସ ବ୍ୟାଟିଂ କରିଥିବାବେଳେ ବର୍ଷା କରାଣରୁ ଦ୍ବିତୀୟ ପାଳି ଆରମ୍ଭ ହୋଇପାରିନଥିଲା । ନେପାଳ ବିପକ୍ଷ ମ୍ୟାଚ୍‌ ମଧ୍ୟ ଡିଏଲ୍‌ଏସ୍‌ ନିୟମ ଅନୁସାରେ ବ୍ୟାଟିଂ କରି ଜିତିଥିଲା ଭାରତ । ତେବେ ସୁପର-୪ ପର୍ଯ୍ୟାୟରେ ଏହା ଭରତର ପ୍ରଥମ ମୁକାବିଲା ହୋଇଥିବାବେଳେ ପାକିସ୍ତାନ ଆଗରେ ୩୫୭ ରନର ବଡ଼ ଟାର୍ଗେଟ ସେଟ୍‌ କରିବାରେ ସମର୍ଥ ହୋଇଛନ୍ତି ଭାରତୀୟ ଶୀର୍ଷକ୍ରମ ବ୍ୟାଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2023, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.