ETV Bharat / sports

Ind vs SA T20: କିଷନଙ୍କ ଧୂଆଁଦାର ବ୍ୟାଟିଂ, ପ୍ରୋଟିଆଜ୍‌ ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ୍‌

author img

By

Published : Jun 9, 2022, 8:44 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦମଦାର ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟର । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ ରଖିଛି ଭାରତ । ଅଧିକ ପଢନ୍ତୁ

Ind vs SA T20: କିଷନଙ୍କ ଧୂଆଁଦାର ବ୍ୟାଟିଂ, ପ୍ରୋଟିଆଜ୍‌ ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ୍‌
Ind vs SA T20: କିଷନଙ୍କ ଧୂଆଁଦାର ବ୍ୟାଟିଂ, ପ୍ରୋଟିଆଜ୍‌ ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦମଦାର ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟର । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ ରଖିଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ୱିକେଟ ପାଇଁ ଭାରତର ଓପେନିଂ ଯୋଡ଼ି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

ତେବେ ଦଳୀୟ ସ୍କୋର୍‌ ୫୭ ହୋଇଥିବା ବେଳେ ଋତୁରାଜ ଗାୟକୱାଡ ୨୩ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ମଧ୍ୟ ଓପନର ଇଶାନ କିଷନ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । ସେ ୪୮ଟି ବଲ୍‌ରୁ ୩ ଛକା ଓ ୧୧ ଚୌକା ସହ ୭୬ ରନ୍‌ କରିଛନ୍ତି । ସେ ଆଉଟ ହେବାପରେ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ମଧ୍ୟ ବେଶି ସମୟ ପିଚ୍‌ରେ ବିତାଇ ପାରିନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୪ ୱିକେଟ ହରାଇ ୨୧୧ ରନ୍‌ କରିଛି ।

ସେପଟେ ଭାରତର ଆକ୍ରାମକ ବ୍ୟାଟିଂ ଆଗରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସମସ୍ତ ଲାଇନ୍‌ଲେନ୍ଥ ବିଗାଡ଼ି ଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ଦଳ ପକ୍ଷରୁ ମହାରାଜ, ନୋର୍କିଆ, ପାର୍ନେଲ ଓ ପ୍ରିଟୋରିଅସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ଏହି ବିଜୟ ଲକ୍ଷ୍ୟ ପିଛା କିଭଳି କରିବ ତାହାରି ଉପରେ ରହିବ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.