ETV Bharat / sports

India vs South Africa: ଦ୍ବିତୀୟ ଟେଷ୍ଟ ଆରମ୍ଭ, କେଏଲ ରାହୁଲ କ୍ୟାପଟେନ

author img

By

Published : Jan 3, 2022, 3:14 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି । ଟସ୍‌ ଜିତି କାମଚଳା କ୍ୟାପଟେନ କେଏଲ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ବିରାଟ କୋହଲି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ଅଧିକ ପଢନ୍ତୁ

India opt to bat against South Africa, KL Rahul to lead in place of injured Virat Kohli
India vs South Africa: ଦ୍ବିତୀୟ ଟେଷ୍ଟ ଆରମ୍ଭ, କେଏଲ ରାହୁଲ କ୍ୟାପଟେନ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି । ଟସ୍‌ ଜିତି କାମଚଳା କ୍ୟାପଟେନ କେଏଲ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ବିରାଟ କୋହଲି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ଫଳରେ ରାହୁଲଙ୍କୁ ନେତୃତ୍ବ ଭାର ମିଳିଛି । ଅନ୍ୟପଟେ ହନୁମା ବିହାରୀଙ୍କୁ କୋହଲିଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ଜୋହାନ୍ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଚୁଡାନ୍ତ ଏକଦଶରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି । ୱିକେଟ କିପର କ୍ବିଣ୍ଟନ ଡି କକ୍‌ଙ୍କ ସ୍ଥାନରେ କେଲ ଭେରିନେ ଓ ମୁଲଡରଙ୍କ ସ୍ଥାନରେ ଡୁଆନେ ଓଲିଭରଙ୍କୁ ସୁଯୋଗ ମିଳିଛି । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ବିଜୟ ସହ ୧-୦ରେ ଆଗୁଆ ରହିଛି । ଫଳରେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ସିରିଜ କବ୍ଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ଏହାମଧ୍ୟ ପଢନ୍ତୁ: India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ଟିମ:

ଦକ୍ଷିଣ ଆଫ୍ରିକା(ଚୂଡାନ୍ତ ଏକାଦଶ): ଡିନ୍‌ ଏଲଗାର(କ୍ୟାପଟେନ), ଆଡନ ମାର୍କ୍ରମ, କିଗାନ ପିଟରସନ, ରସି ଭାନ ଡର୍‌ ଡସନ୍‌ , ତେମ୍ବା ବାଭୁମା, କେଏଲ ଭେରିନେ(ୱିକେଟ କିପର), ମାର୍କୋ ଜେନସେନ, କାଗିସୋ ରବାଡା, କେଶବ ମହାରାଜ, ଡୁଆନେ ଓଲିଭର, ଲୁଙ୍ଗି ନିଙ୍ଗିଡି ।

ଭାରତ(ଚୂଡାନ୍ତ ଏକାଦଶ): କେଏଲ ରାହୁଲ(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.