ୱେଲିଂଟନ: ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍କୁ ଧୋଇ ନେଇଛି ବର୍ଷା । ଆଜିଠୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାର ଥିଲା । ୩ ଟିକିଆ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବାକୁ ଥିଲା । ୱେଲିଂଟନର ସ୍କାଏ ଗ୍ରାଉଣ୍ଡରେ ଟସ ପଡିବାକୁ ଯାଉଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ଟସ୍ରେ ବିଳମ୍ବ ହୋଇଥିଲା । ବର୍ଷା ଛାଡି ନଥିଲା । ଲଗାତାର ବର୍ଷା ଯୋଗୁଁ ୱେଲିଂଟନ ପଡ଼ିଆ ଓଦା ହୋଇଥିବାରୁ ମ୍ୟାଚ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।
-
🚨 UPDATE from Wellington 🚨
— BCCI (@BCCI) November 18, 2022 " class="align-text-top noRightClick twitterSection" data="
Both captains shake hands as the first #NZvIND T20I is called off due to persistent rain.#TeamIndia pic.twitter.com/MxqEvzw3OD
">🚨 UPDATE from Wellington 🚨
— BCCI (@BCCI) November 18, 2022
Both captains shake hands as the first #NZvIND T20I is called off due to persistent rain.#TeamIndia pic.twitter.com/MxqEvzw3OD🚨 UPDATE from Wellington 🚨
— BCCI (@BCCI) November 18, 2022
Both captains shake hands as the first #NZvIND T20I is called off due to persistent rain.#TeamIndia pic.twitter.com/MxqEvzw3OD
ବିଶ୍ବକପ ପରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବାକୁ ଯାଉଥିଲା ଦୁଇଦଳ । ୱେଲିଂଟନରେ ବର୍ଷା ହେବା ନେଇ ଅନୁମାନ କରିଥିଲା ପାଣିପାଗ ବିଭାଗ । ୱେଲିଂଟନର ସ୍କାଏ ଗ୍ରାଉଣ୍ଡରେ ଟସ୍ ପଡିବାକୁ ଯାଉଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ଛାଡିବାର ନାଁ ନେଇଥିଲା ବର୍ଷା । ଫଳରେ ଟସ ପଡି ପାରିନଥିଲା । ଲଗାତାର ବର୍ଷା ହେବାରୁ ୱେଲିଂଟନ ପଡ଼ିଆ ଓଦା ରହିଥିଲା ଫଳରେ ପ୍ରଥମ ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ମ୍ୟାଚ ରଦ୍ଦ ହେବା ପରେ ଆଉ ଦୁଇଟି ମ୍ୟାଚ ଖେଳାଯିବ । ଆସନ୍ତା ୨୦ ଓ ୨୨ ତାରିଖରେ ଅନ୍ୟ ଦୁଇ ମ୍ୟାଚ ଖେଳାଯିବ ।
ଏହା ବି ପଢନ୍ତୁ...ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ଜାମିନ, ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ
ଟସରେ ବିଳମ୍ବ ହୋଇଥିବାରୁ ଦୁଇ ଦଳ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା । ଆଗାମୀ ଦୁଇ ମ୍ୟାଚ ଜିତିଲେ ଭାରତ ସିରିଜ କବଜା କରିବ । ଯହି ୧-୧ରେ ରୁହେ ତେବେ ସିରିଜ ଡ୍ର ହେବ ।