ହାଇଦ୍ରାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଉଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚରେ ଟସ ଜିତିଛି ଟିମ ଇଣ୍ଡିଆ । ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଟି-20 ଓ ଦିନିକିଆ ସିରିଜ କବଜା କରିବା ପରେ ଦୃଢ ମନୋବଳରେ ରହିଛି ରୋହିତ ବାହିନୀ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ ।
-
Captain @ImRo45 wins the toss and elects to bat first in the 1st ODI at Hyderabad.
— BCCI (@BCCI) January 18, 2023 " class="align-text-top noRightClick twitterSection" data="
A look at our Playing XI for the game.
Live - https://t.co/A8LXxHogCU #INDvNZ pic.twitter.com/H8ruY6Efr6
">Captain @ImRo45 wins the toss and elects to bat first in the 1st ODI at Hyderabad.
— BCCI (@BCCI) January 18, 2023
A look at our Playing XI for the game.
Live - https://t.co/A8LXxHogCU #INDvNZ pic.twitter.com/H8ruY6Efr6Captain @ImRo45 wins the toss and elects to bat first in the 1st ODI at Hyderabad.
— BCCI (@BCCI) January 18, 2023
A look at our Playing XI for the game.
Live - https://t.co/A8LXxHogCU #INDvNZ pic.twitter.com/H8ruY6Efr6
ଆଉ କିଛି ସମୟ ପରେ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ ଇଣ୍ଡିଆ । ରୋହିତ ଶର୍ମା ଓ ଶୁଭମନ ଗଲି ଓପନିଂ କରିବେ । ଶ୍ରୀଲଙ୍କା ବିପକ୍ଷରେ ଶୁଭମନ ଗିଲ ଓ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ ତୃତୀୟ ଦିନିକିଆରେ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦୁଇଟି ଯାକ ମ୍ୟାଚରେ ଶତକ ହାସଲ କରିଥିଲେ କିଙ୍ଗ କୋହଲି ।
ଭାରତର ବ୍ୟାଟିଂ ବିଭାଗ ଭଲ ଥିଲେ ବି କିଛି ଛୋଟ ମୋଟ ତ୍ରୁଟିକୁ ସୁଧାରିବାକୁ ହେବ । ସେପଟେ ଶ୍ରେୟାସ ଆୟର ଆହତଜନିତ ସମସ୍ୟା ପାଇଁ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ରଜତ ପଟିଦାର ଦଳରେ ସ୍ଥାନ ପାଇଛନ୍ତି । ମାତ୍ର ଆଜିର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି । ଘରୋଇ ଗ୍ରାଉଣ୍ଡରେ ଦଳ ଆଧିପତ୍ୟ ବଜାୟ ଲକ୍ଷ୍ୟରେ ରହିଛି ।
ଭାରତର ବୋଲିଂ ବିଭାଗ ସନ୍ତୁଳିତ ଅଛି । ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଉମ୍ରାନ ମଲିକ ପେସ ବିଭାଗ ସମ୍ଭାଳିବାକୁ ଥିବାବେଳେ ସ୍ପିନ ବିଭାଗ ପାଇଁ କୁଳଦୀପ ଯାଦବଙ୍କୁ ଏକଦାଶରେ ସ୍ଥାନ ମିଳିଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିଛି ।
ଏହା ବି ପଢନ୍ତୁ...ମହିଳା ହକି ଟେଷ୍ଟ ସିରିଜ, ଦକ୍ଷିଣ ଆଫ୍ରିକାକୁ 7-0 ଗୋଲରେ ହରାଇଲା ଭାରତ
ସେପଟେ ନ୍ୟୁଜିଲାଣ୍ଡ ଘରୋଇ ଦଳକୁ କଡ୍ଡା ଟକ୍କର ଦେବାକୁ ସମସ୍ତ ରଣନୀତି ପ୍ରସ୍ତୁତ କରିଛି । ଅଭିଜ୍ଞ କେନ ୱିଲିୟମସନ ଓ ଟିମ ସାଉଦିଙ୍କ ଅନୁପସ୍ଥିତି ସତ୍ତ୍ବେ ନ୍ୟୁଜିଲାଣ୍ଡ ଭାରତକୁ କଡ୍ଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ଟିମ ଲଥାମଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ପ୍ରଥମେ ବୋଲିଂ କରିବ ଦଳ । ଯାହା ଆଶା କରାଯାଉଥିବା ସେଇଆ ହିଁ ହୋଇଛି । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ),ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶଂଟନ ସୁନ୍ଦର, ସାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି ।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ଏଫ ଏଲେନ, ଡି କନୱେ, ଏଚ ନିକୋଲାସ, ଡି ମେଚଲ, ଟି ଲାଥାମ (ଅଧିନାୟକ), ଜି ଫିଲିପ୍ସ, ଏମ ବ୍ରାସୱେଲ, ଏମ ସାଣ୍ଟନର, ଏଚ ସିପ୍ଲି, ବି ଟିକନେର, ଏଲ ଫର୍ଗ୍ୟୁସନ ।