ETV Bharat / sports

IND vs SA 2nd ODI: ଭାରତ ଆଗରେ ୨୭୯ ରନର ବିଜୟ ଲକ୍ଷ୍ୟ - ଭାରତ ବନାମ ଦକ୍ଷିଣ ଆଫ୍ରିକା

ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୭୮ ରନ୍‌ କରିଛି । ଫଳରେ ଭାରତ ସାମ୍ନାରେ ୨୭୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

IND vs SA 2nd ODI: ଭାରତ ଆଗରେ ୨୭୯ ରନର ବିଜୟ ଲକ୍ଷ୍ଯ

author img

By

Published : Oct 9, 2022, 5:46 PM IST

Updated : Oct 9, 2022, 5:54 PM IST

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା କେଶବ ମହାରାଜ । ଏହି ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଥିବାବେଳେ ୨୭୯ ରନର ବିଜୟ ଲକ୍ଷ୍ୟ ଦେଇଛି ଦକ୍ଷିଣ ଆଫ୍ରିକା । ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ୍ୟ ହୋଇଛି ।

ଆଜି ପାଳି ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ଭଲ ଆରମ୍ଭ ମିଳିପାରିନଥିଲା । ମାତ୍ର ୭ ରନ ଦଳୀୟ ସ୍କୋରରେ ଦକ୍ଷିଣ ଆଫ୍ରିକା ପ୍ରଥମ ୱିକେଟ ହରାଇଥିଲା । ଏହାପରେ ମଲାନ କିଛି ସମୟ ପିଚରେ ବିତାଇଥିଲେ ସୁଦ୍ଧା ବଡ଼ ସ୍କୋର କରିପାରିନଥିଲେ । ସେ ୨୫ ରନ କରି ପାଭିଲିୟନ ଫେରିଥିଲେ । ତେବେ ହେଣ୍ଡ୍ରିକ୍ସ ଓ ମକ୍ରମଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ମିଶି ଦଳୀୟ ଖାତାରେ ୧୫୦ରୁ ଅଧିକ ରନ ଯୋଡ଼ିଥିଲେ ।

ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୮ ରନ କରିଛି ଦକ୍ଷିଣ ଆଫ୍ରିକା । ଆଡେନ ମକ୍ରମ ୭୯ ରନ କରିଥିବାବେଳେ ରିଜା ହେଣ୍ଡ୍ରିକ୍ସ ୭୪ ରନ କରିଛନ୍ତି । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ସ୍କୋର କରିପାରିନାହାନ୍ତି । ସେପଟେ ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି ।

ୱାସିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ୱିକେଟ ହାସଲ କରିଛନ୍ତି ଶାହାବାଜ ଅହମ୍ମଦ । ତେବେ ଭାରତ ଏହି ଏହି ପିଚରେ କିଭଳି ବ୍ୟାଟିଂ କରିବ ତାହାରି ଉପରେ ରହିବ ନଜର ।

Last Updated : Oct 9, 2022, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.