ETV Bharat / sports

ICC Women's World Cup: ଟସ ଜିତି ଭାରତର ବ୍ୟାଟିଂ ଜାରି, ଖେଳୁନାହାନ୍ତି ଝୁଲଣ

author img

By

Published : Mar 27, 2022, 7:54 AM IST

ଚଳିତ ମହିଳା ଦିନିକିଆ ବିଶ୍ବକପରେ ଆଜି ଶେଷ ୨ଟି ଲିଗ ମ୍ୟାଚ ଖେଳାଯିବ । ଗୋଟିଏ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା । ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଟସ ଜିତି ଭାରତର ବ୍ୟାଟିଂ ଜାରି
ଟସ ଜିତି ଭାରତର ବ୍ୟାଟିଂ ଜାରି

ଖ୍ରୀଷ୍ଟଚର୍ଚ୍ଚ: ଚଳିତ ମହିଳା ଦିନିକିଆ ବିଶ୍ବକପରେ ଆଜି ଶେଷ ୨ଟି ଲିଗ ମ୍ୟାଚ ଖେଳାଯିବ । ଗୋଟିଏ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା । ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି ଟିମ ଇଣ୍ଡିଆ । ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଝୁଲଣ ଗୋସ୍ବାମୀ ଓ ପୁନମ ଯାଦବ ମ୍ୟାଚରେ ଖେଳୁନାହାନ୍ତି । ତାଙ୍କ ବଦଳରେ ମେଘନା ସିଂହ ଓ ଦିପ୍ତୀ ଶର୍ମାଙ୍କୁ ସାମିଲ କରାଯାଇଛି । ୧୬ ଓଭର ଖେଳ ସୁଦ୍ଧା ୯୬ ରନରେ ୨ ୱିକେଟ ହରାଇଛି ଭାରତ । ୟସ୍ତିକା ଭାଟିଆ ୨ ଓ ଶେଫାଳି ବର୍ମା ୫୩ ରନ କରି ଆଉଟ ହୋଇଛନ୍ତି ।

ଆଜିର ଏହି ମ୍ୟାଚ ଜରିଆରେ ସେମି ଫାଇନାଲ ଲାଇନ ଚୂଡାନ୍ତ ହେବ । ଭାରତ ପାଇଁ ଏହି ମ୍ୟାଚ 'କର ବା ମର' ସଦୃଶ ରହିଛି । ସେମିରେ ପ୍ରବେଶ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେବ । ପରାସ୍ତ ହେଲେ ବିଶ୍ବକପରୁ ବିଦାୟ ନେବା ଏକପ୍ରକାର ନିଶ୍ଚିନ୍ତ । ତେଣୁ ଏହି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିବାକୁ ପଡିବ । ବର୍ଷା ପାଇଁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମ୍ୟାଚ ବାତିଲ ହେବାରୁ ଭାରତ ପାଇଁ ଅଡୁଆ ବଢିଥିଲା । ପ୍ରଥମ ଥର ପାଇଁ ଝୁଲଣ ଗୋସ୍ବାମୀ ବିଶ୍ବକପର ଆଜିର ମ୍ୟାଚରେ ଖେଳୁନାହାନ୍ତି । ଆହତ ପାଇଁ ମ୍ୟାଚରୁ ବାଦ ପଡିଛନ୍ତି ଝୁଲଣ ।

୨୦୧୭ ସଂସ୍କରଣରେ ରନର୍ସ ଅପ ଭାରତ ପାଇଁ ଦକ୍ଷିଣ ଆଫ୍ରିକାକୁ ହରାଇବା ସହଜ ହେବନାହିଁ । ମ୍ୟାଚ ଜିତିବାକୁ ହେଲେ ସବୁ ବିଭାଗରେ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଖାସ କରି ବ୍ୟାଟିଂ ବିଭାଗରେ ପ୍ରତ୍ୟେକ ବ୍ୟାଟରଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡିବ । ସ୍ମୃତି ମନ୍ଧାନା ଏବଂ ମିଥାଲି ରାଜଙ୍କ ବ୍ୟାଟରୁ ଦଳ ବଡ ଇନିଂସ ଆଶା କରୁଛି । ଫର୍ମରେ ଥିବା ଅଲରାଉଣ୍ଡର ପୂଜା ବସ୍ତ୍ରାକାର ଓ ସ୍ନେହ ରଣାଙ୍କ ଉପରେ ନଜର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.