ETV Bharat / sports

ICC T20 RANKINGS: ଇଂଲଣ୍ଡଠୁ ୭ ପଏଣ୍ଟ ଆଗୁଆ ସହିତ ଶୀର୍ଷ ସ୍ଥାନରେ ସ୍ଥିର ଭାରତ - ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ୨-୧ରେ ସିରିଜ କବଜା କରି ପୁଣି ଥରେ ଆଇସିସି ଟି୨୦ ମାନ୍ୟତାରେ ନିଜ ସ୍ଥାନକୁ ଶୀର୍ଷରେ ସ୍ଥିର କରି ପାରିଛି । ଅଧିକ ପଢନ୍ତୁ

ICC T20 RANKINGS : ଇଂଲଣ୍ଡଠୁ ୭ ପଏଣ୍ଟ ଆଗୁଆ ସହିତ ଶୀର୍ଷ ସ୍ଥାନରେ ସ୍ଥିର ଭାରତ

author img

By

Published : Sep 26, 2022, 10:54 PM IST

ହାଇଦ୍ରାବାଦ: ଆଇସିସି ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ୨-୧ରେ ସିରିଜ କବଜା କରି ପୁଣି ଥରେ ଆଇସିସି ଟି୨୦ ମାନ୍ୟତାରେ ନିଜ ସ୍ଥାନକୁ ଶୀର୍ଷରେ ସ୍ଥିର କରି ପାରିଛି । ଏହା ସହିତ ଇଂଲଣ୍ଡକୁ ପଛରେ ପକାଇ ଭାରତ ରେଟିଂ ପଏଣ୍ଟରେ ୭ ପଏଣ୍ଟ ଆଗରେ ରହିଛି । ଆଇସିସି ଟି୨୦ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନରରେ ରହିଥିବା ବେଲେ ରେଟିଂ ପଏଣ୍ଟ ୨୬୮ ରହିଛି । ସେହିପରି ଇଂଲଣ୍ଡ ଆଇସିସି ଟି୨୦ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ରେଟିଂ ପଏଣ୍ଟ ରହିଛି ୨୬୧ ।

ଏହା ବି ପଢନ୍ତୁ...Duleep Trophy: ପଶ୍ଚିମାଞ୍ଚଳ ଦୁଲୀପ ଟ୍ରଫି ଚମ୍ପିଆନ

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨-୧ ରେ ସିରିଜ କବଜା କରିନେଇଛି । ମୋହଲି ଖେଳାଯାଇଥିବା ପ୍ରଥମ ମ୍ୟାଚ ହାରିବା ପରେ ଭାରତ ଜବରଦସ୍ତ ପ୍ରଦର୍ଶନ ଜାରି ରଖି କ୍ରମାଗତ ଦୁଇଟି ମ୍ୟାଚ ଜିତି ନେଇଥିଲା । ପୂର୍ବରୁ ଭାରତ ଆଇସିସି ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଥିଲା । ସିରିଜ ଜିତିବା ପରେ ଭାରତକୁ ଆଇସିସି ଟି୨୦ ମାନ୍ୟତାରେ ନିଜର ସ୍ଥାନ ସ୍ଥିର କରିବାକୁ ସହଜ ହୋଇଥିଲା । ଏହା ସହିତ ସିରିଜ ଜିତିବା କାରଣରୁ ଭାରତ ଇଂଲଣ୍ଡକୁ ପଛରେ ପକାଇ ରେଟିଂ ପଏଣ୍ଟରେ ୭ ପଏଣ୍ଟ ଆଗୁଆ ହାସଲ କରିବାରେ ସଫଳ ହୋଇଛି ।

ଭାରତ ସେପ୍ଟେମ୍ବର ୨୮ ତାରିଖରୁ ସାଉଥ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ ଖେଳିବାକୁ ଯାଉଛି । ତେଣୁ ଭାରତକୁ ଆଇସିସି ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ନିଜର ସ୍ଥାନ ସ୍ଥିର ରଖିବାକୁ ସୁଯୋଗ ମିଳିବ । ସାଉଥ ଆଫ୍ରିକା ଆଇସିସି ଟି୨୦ ମାନ୍ୟତାରେ ୨୫୮ ରେଟିଂ ସହିତ ତୃତୀୟ ସ୍ଥାନରେ ରହିଛି । ତେବେ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ଉଭୟ ଦଳଙ୍କ ପାଖରେ ନିଜର ରେଟିଂ ପଏଣ୍ଟ ବଢାଇବାର ସୁଯୋଗ ରହିଛି । ସେହିପରି ପାକିସ୍ତାନ ଏବେ ଇଂଲଣ୍ଡ ବିପକ୍ଷରେ ୭ ଟି ଟି୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳୁଛି । ଏହି ସିରିଜର ଚାରୋଟି ମ୍ୟାଚ ଖେଳାଯାଇଥିବା ବେଳେ ଉଭୟ ଦଳ ୨-୨ ରେ ସିରିଜ ବରାବର କରିଛନ୍ତି । ପାକିସ୍ତାନ ଆଇସିସି ଟି୨୦ ମନ୍ୟତାରେ ଚତୁର୍ଥ ସ୍ଥାନରେ ଥିବା ବେଳେ ୨୫୮ ରେଟିଂ ପଏଣ୍ଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.