ETV Bharat / sports

Shardul Thakur engagement: ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଲ ଠାକୁର, ସରିଲା ନିର୍ବନ୍ଧ

author img

By

Published : Nov 30, 2021, 7:37 AM IST

ଭାରତୀୟ କ୍ରିକେଟ ଟିମର ପେସ୍ ବୋଲର ଶାର୍ଦ୍ଦୁଲ ଠାକୁର (Shardul Thakur engagement) ସୋମବାର ଏକ ନୂଆ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି ଶାର୍ଦ୍ଦୁଳ । ଦୁହିଁଙ୍କ ନିର୍ବନ୍ଧ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅଧିକ ପଢନ୍ତୁ

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଲ ଠାକୁର, ସରିଲା ନିର୍ବନ୍ଧ

ମୁମ୍ବାଇ: ଚାଲିଛି ବିବାହ ଋତୁ । ବଲିଉଡଠୁ ନେଇ କ୍ରିକେଟ ଜଗତରେ ଜଣେ ପରେ ଜଣେ ବିବାହ କରୁଛନ୍ତି । ଭାରତୀୟ କ୍ରିକେଟ ଟିମର (Indian cricket team) ପେସ୍ ବୋଲର ଶାର୍ଦ୍ଦୁଲ ଠାକୁର ( Shardul Thakur) ସୋମବାର ଏକ ନୂଆ ବନ୍ଧନରେ ବାନ୍ଧି (Shardul Thakur engagement) ହୋଇଛନ୍ତି । ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି ଶାର୍ଦ୍ଦୁଳ। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ନିର୍ବନ୍ଧ କାର୍ଯ୍ୟକ୍ରମ ବାନ୍ଦ୍ରା-କୁର୍ଲାସ୍ଥିତ ଏକ କମ୍ପ୍ଲେକ୍ସରେ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ କେବଳ ନିକଟ ସମ୍ପର୍କୀୟ ସାମିଲ୍ ହୋଇଥିଲେ। ୩୦ ବର୍ଷୀୟ ଶାର୍ଦ୍ଦୁଲ ମୁମ୍ବାଇ ନିବାସୀ । ବହୁତ ଦିନରୁ ସେ ତାଙ୍କ ଗର୍ଲଫ୍ରେଣ୍ଡ ସହ ସମ୍ପର୍କରେ ଥିଲେ । ଉଭୟ ନିର୍ବନ୍ଧ କରି ନେଇଛନ୍ତି । ସେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପରେ ବିବାହ କରିବେ ବୋଲି ଜଣାପଡ଼ିଛି। ନିର୍ବନ୍ଧ ପରେ ଷ୍ଟେଜରେ ଶାର୍ଦ୍ଦୁଲ ମାଇକ ଧରି ତାଙ୍କ ଭାବି ପତ୍ନୀଙ୍କ ପାଇଁ ଗୀତ ଗାଇଛନ୍ତି । ତୁମେ ଯେଉଁଠିକୁ ଯିବ ମୋତେ ପାଇବ ବୋଲି କହିଛନ୍ତି ଶାର୍ଦ୍ଦୁଳ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ବୋର୍ଡ ବର୍ତ୍ତମାନ ଶାର୍ଦ୍ଦୁଲଙ୍କୁ ବିଶ୍ରାମ ଦେଇଛି। ଭାରତ ପକ୍ଷରୁ ୪ ଟେଷ୍ଟ, ୧୫ ଦିନିକିଆ ଓ ୨୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୬୭ ୱିକେଟ୍ ହାସଲ କରିଛନ୍ତି ଶାର୍ଦ୍ଦୁଲ। ତାଙ୍କର ବ୍ୟାଟିଂ ପ୍ରଦର୍ଶନ ଦ୍ବାରା ଭାରତକୁ ଅନେକ ସମୟରେ ବିଜୟୀ କରାଇଛନ୍ତି। ସେ ଟେଷ୍ଟରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ଆଇପିଏଲର ଚେନ୍ନାଇ ସୁପରକିଙ୍ଗସ ଦଳରେ ସାମିଲ ଅଛନ୍ତି ଶାର୍ଦ୍ଦୁଲ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.