ଦୁବାଇ: ନଟିଂହାମ ଟେଷ୍ଟ ମ୍ୟାଚରେ ଧିମା ଓଭର ବୋଲିଂ ଯୋଗୁଁ ଭାରତ ଓ ଇଲଂଣ୍ଡ ଦଳର ICC ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ୨୦୨୧-୨୩ ପାଇଁ ଦୁଇ ପଏଣ୍ଟ ଲେଖାଏଁ କାଟିଛି ଆଇସିସି । ପ୍ରଥମ ଟେଷ୍ଟର ପଞ୍ଚମ ଦିନରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚକୁ ଡ୍ର' ଘୋଷଣା କରାଯାଇଥିଲା । ଏହାକୁ ନେଇ ଉଭୟ ଦଳର ଅଧିନାୟକ ନିରାଶ ରହିଥିବା ଦେଖାଯାଇଥିଲା ।
ପ୍ରଥମ ଟେଷ୍ଟରେ ଧିମା ଓଭର ବୋଲିଂ ଯୋଗୁଁ ଉଭୟ ଭାରତ ଓ ଇଂଲଣ୍ଡ ଦଳର ୪୦ ପ୍ରତିଶତ ମ୍ୟାଚ ଫିସ୍ ମଧ୍ୟ କାଟି ଦିଆଯାଇଛି । ନଟିଂହାମ ଟେଷ୍ଟରେ ଭାରତକୁ ୨୦୯ ରନ ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ ଦଳ । ତେବେ ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୫୨ ରନ୍ କରିବାକୁ ସକ୍ଷମ ହୋଇ ପାରିଥିଲା । ଗୋଟିଏ ସମୟରେ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ନେଇ ଆକଳନ କରାଯାଉଥିଲା ।
ତେବେ ପଞ୍ଚମ ଦିନରେ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡ଼ି ପାରିନଥିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୧୨ ତାରିଖରୁ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ । ଐତିହାସିକ କ୍ରିକେଟ ଲର୍ଡସ୍ କ୍ରିକେଟ ପଡ଼ିଆରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଶିରିଜରେ ଲିଡ୍ ନେବା ଆଶାରେ ରହିଛି ଭାରତ । ଦୁଇ ଦଳ ମଧ୍ୟରେ ମୋଟ ୫ଟିକିଆ ଟେଷ୍ଟ ମ୍ୟାଚ ସିରିଜ୍ ଆରମ୍ଭ ହୋଇଛି । ସେଥିମଧ୍ୟରୁ ଗୋଟିଏ ଶେଷ ହୋଇଥିବା ବେଳେ ଆହୁରି ୪ଟି ଟେଷ୍ଟ ଖେଳାଯିବାକୁ ବାକି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ