ହାଇଦ୍ରାବାଦ: ଆଜି ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛି । ବିପକ୍ଷ ଦଳ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଭାରତ ।
-
1ST ODI. India won the toss and elected to field. https://t.co/rjByVBoy6u #ENGvIND
— BCCI (@BCCI) July 12, 2022 " class="align-text-top noRightClick twitterSection" data="
">1ST ODI. India won the toss and elected to field. https://t.co/rjByVBoy6u #ENGvIND
— BCCI (@BCCI) July 12, 20221ST ODI. India won the toss and elected to field. https://t.co/rjByVBoy6u #ENGvIND
— BCCI (@BCCI) July 12, 2022
ଆଜି ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ସ୍ଥାନ ମିଳିଛି । ଏହା ସହିତ ଆଜିର ମ୍ୟାଚରେ 5 ଜଣ ବ୍ୟାଟରଙ୍କ ସହିତ ଦୁଇ ଜଣ ଅଲରାଉଣ୍ଡରଙ୍କୁ ସ୍ଥାନ ମିଳିଛି ।
ସେହିପରି ଇଂଲଣ୍ଡ ବ୍ୟାଟିଂ ଉପରେ ଅଧିକ ଫୋକସ ରଖିବ ବୋଲି ଆଶା କରାଯାଉଛି । ଜୋ ରୁଟ, ଜନୀ ବେୟାରଷ୍ଟୋ, ବେନ ଷ୍ଟୋକ୍ସ ଏବେ ଦମଦାର ଫର୍ମରେ ରହିଛନ୍ତି ।
ଚୂଡାନ୍ତ ଏକାଦଶ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡୋଜା, ମହମ୍ମଦ ସାମି, ୟୁଜବେନ୍ଦ୍ର ଚାହଲ, ଜଶପ୍ରିତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା
ଚୂଡାନ୍ତ ଏକାଦଶ ଇଂଲଣ୍ଡ: ଜାସନ ରଏ, ଜନୀ ବେୟାରଷ୍ଟୋ, ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ), ମୋଇନ ଅଲୀ, ଡାଭିଡ ୱିଲି, କ୍ରାଇଗ ଓଭଲଟନ,ବ୍ରାୟଡନ କ୍ରାସ, ରିସି ଟୋପଲି