ହାଇଦ୍ରାବାଦ: ସୂର୍ଯ୍ୟ କୁମାର ଯାଦବଙ୍କ ଶତକ ବେକାର ହୋଇଛି । 17 ରନରେ ବିଜୟ ହାସଲ କରି ନେଇଛି ଇଂଲଣ୍ଡ । ଆଜି ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଟି ୱିକେଟ ହରାଇ ୧୯୮ ରନ କରିଥିଲା । ଭାରତ ଆଗରେ ୨୧୬ ରନର ଟାର୍ଗେଟ ରଖିଥିଲା ଇଂଲଣ୍ଡ । ଯାହାକୁ ପୁରା କରିବାରେ ଅସଫଳ ହୋଇଥିଲା ରୋହିତ ବାହିନୀ। ସୂର୍ଯ୍ୟକୁମାରଙ୍କ ଶତକ ସର୍ତ୍ତ୍ବେ ଭାରତ ତୃତୀୟ ଟି-୨୦କୁ ଜିତି ପାରିନାହିଁ । ତୃତୀୟ ଟି-ଟ୍ବେଣ୍ଟିରେ ପରାସ୍ତ ପରେ ବି ସିରିଜକୁ ୨-୧ରେ ଜିତି ନେଇଛି ଟିମ ଇଣ୍ଡିଆ ।
-
3RD T20I. England Won by 17 Run(s) https://t.co/hMsXyHNzf8 #ENGvIND
— BCCI (@BCCI) July 10, 2022 " class="align-text-top noRightClick twitterSection" data="
">3RD T20I. England Won by 17 Run(s) https://t.co/hMsXyHNzf8 #ENGvIND
— BCCI (@BCCI) July 10, 20223RD T20I. England Won by 17 Run(s) https://t.co/hMsXyHNzf8 #ENGvIND
— BCCI (@BCCI) July 10, 2022
ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୧୫ ରନ କରିଥିଲା । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଧୂଆଁଧାର ବ୍ୟାଟିଂ କରିଥିଲେ ଡେୱିଡ ମଲାନ । ଦଳ ପକ୍ଷରୁ ସର୍ବାଧିକ ରନ କରିଥିବା ଡେୱିଡ ମଲାନ ୩୯ ବଲରୁ ୪ଟି ଚୌକା ୫ଟି ଛକା ମାରି ୭୭ ସଂଗ୍ରହ କରି ଆଉଟ ହୋଇଥିଲେ ।
ସେପଟେ ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ଶତକ ପାଣିରେ ପଡିଛି । ଇଂଲଣ୍ଡ ବୋଲରଙ୍କ ବ୍ୟାଟିଂ ଆଗରେ ସୂର୍ଯ୍ୟକୁମାର ଯାଦବଙ୍କ ଛଡା ଆଉ କେହି କ୍ରିଜରେ ତିଷ୍ଠି ପାରିନଥିଲେ ବେଶି ସମୟ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଟାର୍ଗେଟ ସ୍କୋରକୁ ଭେଦିବା ସହିତ ଭାରତୀୟ ଦଳୀୟ ସ୍କୋରକୁ ଆଗକୁ ବଢାଇବା ସହାୟକ ହୋଇଥିଲା । ୫୫ ବଲରୁ ୬ଟି ଛକା ସହିତ ୧୪ ଟି ଚୌକା ମାରି ୧୧୭ ରନ କରି କ୍ୟାଚ ଆଉଟ ହୋଇଛନ୍ତି ଯାଦବ । ଯାଦବଙ୍କ ଆଉଟ ପରେ ଆଉ କେହି ଦମଦାର ବ୍ୟାଟିଂ କରିନଥିଲେ । ରୋହିତ ଶର୍ମା ୧୧ ରନ, ବିରାଟ କୋହଲି ୧୧, ରିଷଭ ପନ୍ତ ୧, ଶ୍ରେୟସ ଆୟର ୨୮, ଦିନେଶ କାର୍ତ୍ତିକ ୬, ରବୀନ୍ଦ୍ର ଜାଡେଜା ୭, ହର୍ଷଲ ପଟେଲ ୫ ରନ କରି ଆଉଟ ହୋଇଥିଲେ ।
ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ୨ ଟି, ରିଚି ଟୋପଲି ୩ ଟି, ରିଚାର୍ଡ ଗ୍ଲିସନ ୧, ମୋଇନ ଅଲୀ ଗୋଟିଏ , କ୍ରି୍ସ ଜୋର୍ଡନ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଲିଆମ ଲିଭଙ୍ଗଷ୍ଟୋନ ୨୯ ବଲରୁ ୪୨ ରନ କରିଛନ୍ତି । ଜସନ ରଏ ୨୬ ବଲରୁ ଗୋଟିଏ ଚୌକା ୨ ଟି ଛକା ସହିତ ୨୭ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଜସ ବଟଲର ୯ ଟି ବଲରେ ୨ଟି ଚୌକା ଗୋଟିଏ ଛକା ମାରି ୧୮ ରନ କରି ଆଭେଷ ଖାନଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ । ଫିଲିପ ସଲ୍ଟ ୮ ରନ କରି ହର୍ଷଲ ପଟେଲ ଦ୍ବାରା ବୋଲ୍ଡ ହୋଇଛନ୍ତି । ସେହିପରି ମଇନ ଅଲ୍ଲୀ ଖାତା ଖୋଲିବା ଆଗରୁ ହର୍ଷଲ ପଟେଲ ଦ୍ବାରା କ୍ୟାଚ ଆଉଟ ହୋଇ ୦ ରେ ଆଉଟ ହୋଇଛନ୍ତି । ହ୍ୟାରୀ ବ୍ରୁକ ୯ଟି ବଲରେ ୩ ଟି ଚୌକା ମାରି ୧୯ ରନ କରିଛନ୍ତି ।
ଭାରତ ପକ୍ଷରୁ ରବି ବିଷ୍ଣୋଇ, ହର୍ଷଲ ପଟେଲ ୨ଟି ୱିକେଟ ନେଇଛନ୍ତି । ସେହିପରି ଆଭେଷ ଖାନ, ଉମରାନ ମଲ୍ଲିକ, ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।