ETV Bharat / sports

India-England 2nd T-20: 49 ରନରେ ବିଜୟ ହାସଲ କଲା ଭାରତ, ସିରିଜରେ 2-0ରେ ଆଗୁଆ

ଟି-20 ସିରିଜକୁ ଆଗୁଆ ଜିତିଲା ଭାରତ । ଦ୍ୱିତୀୟ ମ୍ୟାଚରେ ଭାରତ 49 ରନରେ ବିଜୟୀ ହୋଇଛି । 171 ରନ ଟାର୍ଗେଟକୁ ପିଛା କରି ଇଂଲଣ୍ଡ 121 ରନରେ ଅଲଆଉଟ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 9, 2022, 10:47 PM IST

India-England 2nd T-20: ୪୯ ରନରେ ବିଜୟ ହାସଲ କଲା ଭାରତ

ହାଇଦ୍ରାବାଦ: ଆଗୁଆ ସିରିଜ ଜିତିଲା ଭାରତ । ଭାରତୀୟ ବୋଲରଙ୍କ ବିସ୍ଫୋରକ ବୋଲିଂ ଆଗରେ କ୍ରିଜରେ ତିଷ୍ଠି ପାରିଲେନି ଇଂଲଣ୍ଡ ବ୍ୟାଟର । 49 ରନରେ ବିଜୟ ହାସଲ କରିଲା ଭାରତ । ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ଇଂଲଣ୍ଡ ୧୨୧ ରନ କରି ଅଲ ଆଉଟ ହୋଇଛି । ଏହା ସହିତ ଭାରତ ଏହି ଟି-20 ସିରିଜରେ ୨-୦ ରେ ଆଗୁଆ ରହିଛି । ଆଜି ଏଜବେଷ୍ଟନରେ ଭାରତ-ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ ଖେଳା ଯାଇଥିଲା ।

ପ୍ରଥମେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିଥିଲା । ୧୭୧ ରନର ଟାର୍ଗେଟ ନେଇ ଇଂଲଣ୍ଡ ପଡିଆକୁ ଓହ୍ଲାଇଥିଲା । ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନାହାନ୍ତି । ଜସନ ରଏ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ । ଡାୱିଡ ମଲାନ ୧୯, ଲିଆମ ଲିଭିଙ୍ଗଷ୍ଟୋନ ୧୫, ମୋଇନ ଅଲୀ ସର୍ବାଧିକ ୩୫ ଡେଭିଡ ୱିଲି ୩୩ ରନ କରି ଅପରାଜିତ ରହିଛନ୍ତି । ଏମାନଙ୍କୁ ଛାଡିଦେଲେ ଆଉ କେହି ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନାହାନ୍ତି ।

ସେପଟେ ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ ୩ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଜଶପ୍ରିତ ବୁମରା ୨, ଯୁ଼ଜବେନ୍ଦ୍ର ଚହଲ ୨ ଟି ୱିକେଟ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ପ୍ରଥମେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିଥିଲା । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସର୍ବାଧିକ ୪୬ ରନ କରି ଅପରାଜିତ ରହିଥିଲେ । ଓପନିଂ ଯୋଡିର ବ୍ୟାଟିଂ ସ୍ଥିତି ପ୍ରଥମେ ପ୍ରଥମେ ଦମଦାର ରହିଥିଲା । ପରେ ରୋହିତ ଶର୍ମା ୨୦ ବଲରୁ ୨ ଟି ଛକା ୩ଟି ଚୌକା ସହିତ ୩୧ ରନ କରି ଜୋସ ବଟଲରଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ରିଷଭ ପନ୍ତ ୧୫ ବଲରୁ ଗୋଟିଏ ଛକା ୪ଟି ଚୌକା ସହିତ ୨୬ ରନ କରି ବଟଲରଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୧୫, ହାର୍ଦ୍ଦିକ ପାଣ୍ଡ୍ୟା ୧୨, ଦିନେଶ କାର୍ତ୍ତିକ ୧୨, ହର୍ଷଲ ପଟେଲ ୧୩ ରନ କରି ଆଉଟ ହୋଇଛନ୍ତି ।

ସେପଟେ ଇଂଲଣ୍ଡ ପକ୍ଷରୁ କ୍ରି୍ସ ଜୋର୍ଡାନ ୨୭ ରନରେ ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଛନ୍ତି । ରିଚାର୍ଡ ଗ୍ଲେସନ ୩ ଟି ୱିକେଟ ହାସଲ କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.