ମୁମ୍ବାଇ: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଟିମ ଇଂଲଣ୍ଡ ଗସ୍ତ କରିଛି । ଏକ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଗୁରୁବାର ଇଂଲଣ୍ଡ ଗସ୍ତ କରିଛି ଟିମ ଇଣ୍ଡିଆ ।
ବିମାନ ଉଡାଣ ଭରିବାର ପୂର୍ବରୁ ବିସିସିଆଇ, କ୍ୟାପଟେନ ବିରାଟ କୋହଲି, ଇଶାନ୍ତ ଶର୍ମା, ମହମ୍ମଦ ସିରାଜଙ୍କ ସମେତ ସିନିୟର ମହିଳା କ୍ରିକେଟର ମିତାଲି ରାଜ ଓ ଝୁଲଣ ଗୋସ୍ବାମୀଙ୍କ ଫଟୋ ସେୟାର କରିଛି ।
-
Off we go ✈️#TeamIndia pic.twitter.com/4k7wOOVpdA
— BCCI (@BCCI) June 2, 2021 " class="align-text-top noRightClick twitterSection" data="
">Off we go ✈️#TeamIndia pic.twitter.com/4k7wOOVpdA
— BCCI (@BCCI) June 2, 2021Off we go ✈️#TeamIndia pic.twitter.com/4k7wOOVpdA
— BCCI (@BCCI) June 2, 2021
ସମସ୍ତ ଖେଳାଳି ମାସ୍କ ପିନ୍ଧିଛନ୍ତି । ପ୍ରଥମ ଥର ପାଇଁ ପୁରୁଷ ଟିମ, ମହିଳା ଟିମ ସହ ଏକାଠି ଯାତ୍ରା କରିଛି ।
ଉଭୟ ଟିମ ଲଣ୍ଡନ ପହଞ୍ଚିବା ପରେ କୋଭିଡ ଟେଷ୍ଟର ସାମ୍ନା କରିବେ ଓ ପରେ ସାଉଥାମ୍ପଟନ ଅଭିମୁଖେ ଯାତ୍ରା କରିବେ । ସାଉଥାମ୍ପଟନରେ ବାଧ୍ୟତାମୂଳକ କ୍ବାରେଣ୍ଟିନ ରହିବେ ଓ ପରେ ପୁରୁଷ ଟିମ ଜୁନ 18ରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ।
-
#TeamIndia pic.twitter.com/mhmyJFc0H8
— BCCI (@BCCI) June 2, 2021 " class="align-text-top noRightClick twitterSection" data="
">#TeamIndia pic.twitter.com/mhmyJFc0H8
— BCCI (@BCCI) June 2, 2021#TeamIndia pic.twitter.com/mhmyJFc0H8
— BCCI (@BCCI) June 2, 2021
ଅନ୍ୟପଟେ ମହିଳା ଟିମ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ଜୁନ 16ରେ ଖେଳିବାର ସୂଚୀ ରହିଛି । ପ୍ରାୟ 7 ବର୍ଷପରେ ମହିଳା ଟିମ ଇଣ୍ଡିଆର ଏହା ପ୍ରଥମ ଟେଷ୍ଟ ମ୍ୟାଚ ହେବ । ଏହାପରେ 3ଟି ଦିନିକିଆ ଓ 3ଟିକିଆ ଟି20 ସିରିଜ ମଧ୍ୟ ଖେଳାଯିବ ।
ଜୁଲାଇ 15ରେ ମହିଳା ଟିମର ଗସ୍ତସୂଚୀ ଶେଷ ହେବ ମାତ୍ର ପୁରୁଷ ଟିମ ଅଗଷ୍ଟ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ 5 ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡରେ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ