ETV Bharat / sports

India vs West Indies Test Record: ଜାଣନ୍ତୁ, କାହାର ପଲ୍ଲା ରହିଛି ଭାରି ? - ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ୨ଟି ଟେଷ୍ଟ

ଆସନ୍ତା ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ଅଭିଯାନ ଆରମ୍ଭ କରିବ ଭାରତ । ସେପଟେ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରୁ ବାଦ ପଡ଼ିବା ପରେ ଟେଷ୍ଟ ଶୃଙ୍ଖଳା ଜିତି ପୁରୁଣା ଜୋଶ ଫେରି ପାଇବା ଲକ୍ଷ୍ୟରେ ଘରୋଇ ଦଳ । ତେବେ ଜାଣନ୍ତୁ ଉଭୟ ଦଳ ମଧ୍ୟରେ କାହାର ପଲ୍ଲା ରହିଛି ଭାରି । ଅଧିକ ପଢ଼ନ୍ତୁ

India vs West Indies Test Record
India vs West Indies Test Record
author img

By

Published : Jul 9, 2023, 6:17 PM IST

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ୨ଟି ଟେଷ୍ଟ ମ୍ୟାଚ୍‌, ୩ଟି ଦିନିକିଆ ଓ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା । ଏଥିପାଇଁ ଭାରତୀୟ ଦଳ ଡୋମିନିକାରେ ପହଞ୍ଚି ଜୋର୍‌ଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆସନ୍ତା ଜୁଲାଇ ୧୨ ତାରିଖରେ ଖେଳାଯିବ । ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ପରାଜୟ ପରେ ଭାରତ ପରବର୍ତ୍ତୀ WTC ଚକ୍ର (୨୦୨୩-୨୫) ପାଇଁ ଅଭିଯାନ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆରମ୍ଭ କରିବ । ସେପଟେ ଦିନିକିଆ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌ ପଡ଼ିବା ପରେ ଟେଷ୍ଟ ମ୍ୟାଚ୍‌ ମାଧ୍ୟମରେ ପୁରୁଣା ଜୋଶ ଫେରିପାଇବାକୁ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍‌ ।

ତେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟରେ ଟେଷ୍ଟ ଇତିହାସ ବହୁତ ପୁରୁଣା । ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ୨୪ ଶୃଙ୍ଖଳାରେ ୯୮ ମ୍ୟାଚ୍‌ ଖେଳିସାରିଛନ୍ତି । ସମସ୍ତ ଶୃଙ୍ଖଳାରୁ ୱେଷ୍ଟଇଣ୍ଡିଜ୍‌ ସର୍ବାଧିକ ୧୨ଟି ଶୃଙ୍ଖଳା ଜିତିଥିବା ବେଳେ ଭାରତ ୧୦ଟିରେ ବିଜେତା ହୋଇଛି । ସେହିଭଳି ୨ଟି ଶୃଙ୍ଖଳା ଅମୀମାଂସିତ ରହିଥିଲା । କିନ୍ତୁ ଶେଷ ୧୦ ଶୃଙ୍ଖଳା ଉପରେ ନଜର ପକାଇଲେ ଭାରତ ଶେଷ ୮ ଶୃଙ୍ଖଳାକୁ ଲଗାତାର ଭାବେ ଜିତିଛି । ସେହିପରି ଶେଷ ଦୁଇଟି ଶୃଙ୍ଖଳାକୁ ଭାରତ ମୂଳପୋଛ କରିଛି । ତେଣୁ ରେକର୍ଡ ବହିକୁ ଦେଖିଲେ ଭାରତ ସଂଖ୍ୟାରେ ପଛରେ ଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ୱେଷ୍ଟଇଣ୍ଡିଜ୍‌ ଦଳ ଠାରୁ ବହୁ ଆଗରେ ରହିଛି । ଟିମ୍ ଇଣ୍ଡିଆ ଏହି କିଛି ବର୍ଷରେ ୱେଷ୍ଟ ଇଣ୍ଡିଜ୍ ଉପରେ ଭାରି ପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି

କେବଳ ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତ ଏବେ ସୁଦ୍ଧା ଘରୋଇ ଟିମ୍ ବିପକ୍ଷରେ ୫୧ଟି ଟେଷ୍ଟ ମ୍ୟାଚ୍ ଖେଳିଛି । ଯେଉଁଥିରୁ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୧୬ଟି ମ୍ୟାଚ୍ ହାରିଛି ଏବଂ ୨୬ଟି ମ୍ୟାଚ୍ ଅମୀମାଂସିତ ରହିଛି । ୧୯୭୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ । ଏହାପରେ ୱେଷ୍ଟଇଣ୍ଡିଜ୍‌ରେ ୧୨ ଟେଷ୍ଟ ସିରିଜ୍ ଖେଳିଛି ଭାରତ । ଏଥିରୁ ୫ଟି ମ୍ୟାଚ୍ ଜିତିଥିବା ବେଳେ ୭ଟି ମ୍ୟାଚ୍ ହାରିଛି । ଶେଷଥର ୱେଷ୍ଟଇଣ୍ଡିଜ୍‌ରେ ଭାରତ ୨୦୦୨ରେ ହାରିଥିଲା । ଏହାପରେ ଟିମ୍ ଇଣ୍ଡିଆ ଘରୋଇ ଟିମ୍ ବିପକ୍ଷରେ ଗୋଟିଏ ହେଲେ ବି ମ୍ୟାଚ୍ ହାରି ନାହିଁ । ୨୦୦୨ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୱେଷ୍ଟ୍‌ଇଣ୍ଡିଜ୍‌ରେ ୮ଟି ସିରିଜ୍ ଖେଳାଯାଇଛି । ଏହି ସବୁ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ଏହି ସବୁ ରେକର୍ଡକୁ ଅନୁଧ୍ୟାନ କଲେ ଭାରତ ଘରୋଇ ଦଳ ତୁଳନାରେ ବେଶ ଶକ୍ତିଶାଳୀ ମନେ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.