ETV Bharat / sports

କୋହଲିଙ୍କ ୧୦୦ତମ ଟେଷ୍ଟ: ପ୍ରଥମ ଦିନରେ ପନ୍ତଙ୍କ ବିସ୍ଫୋରକ ୯୬, ଭାରତ ୩୫୭/୬

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରି ଦୃଢ ସ୍ଥିତିରେ ରହିଛି । ଅଧିକ ପଢନ୍ତୁ

author img

By

Published : Mar 4, 2022, 7:08 PM IST

1st Test: Pant's rollicking 96 powers India to 357/6 against Sri Lanka
କୋହଲିଙ୍କ ୧୦୦ତମ ଟେଷ୍ଟ: ପ୍ରଥମ ଦିନରେ ପନ୍ତଙ୍କ ବିସ୍ଫୋରକ ୯୬, ଭାରତ ୩୫୭/୬

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଶେଷ ହୋଇଛି । ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରି ଦୃଢ ସ୍ଥିତିରେ ରହିଛି । ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ହୋଇଥିବାରୁ ଏହି ମ୍ୟାଚ୍‌ ଭାରତୀୟ ଟିମ ପାଇଁ ସ୍ମରଣୀୟ ହେବାକୁ ଯାଉଛି । ତେବେ ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କ ଠାରୁ ଶତକ ଆଶା ରଖିଥିବା ଫ୍ୟାନ୍ସ ପୁଣି ନିରାଶ ହୋଇଛନ୍ତି ।

କୋହଲି ୭୬ ବଲ୍‌ରୁ ୫ଟି ଚୌକା ସହାୟତାରେ ୪୫ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଛନ୍ତି । ମାତ୍ର ଯୁବ ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତ ମୋହାଲି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ । ପ୍ରଥମ ଦିନ ଖେଳରେ ଭାରତୀୟ ଇଂନିସର ବ୍ୟାଟିଂ ହିରୋ ରହିବା ସହ ପନ୍ତ ୯୭ ବଲ୍‌ରୁ ୯୬ ରନ୍‌ର ଇଂନିସ ଖେଳି ଆଉଟ ହୋଇଥିଲେ । ୯ଟି ଚୌକା ଓ ୪ଟି ଛକା ସହାୟତାରେ ବିସ୍ଫୋରକ ବ୍ୟାଟିଂ କରୁଥିବା ପନ୍ତ ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: IND VS SL: ଟେଷ୍ଟ କ୍ରିକେଟରେ କୋହଲିଙ୍କ ୮୦୦୦ ରନ୍‌ ପୂରଣ

କ୍ୟାପେଟନ ରୋହିତ ଶର୍ମା ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ଦୁଇ ଭାରତୀୟ ଓପନର ଭଲ ଆରମ୍ଭ କରିଥିଲେ । ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ପ୍ରଥମ ୱିକେଟ ଯୋଡିରେ ୫୨ ରନ୍‌ର ଭାଗିଦାରୀ କରିଥିଲେ ରୋହିତ । ତେବେ ଭାରତୀୟ ଇଂନିସର ଦଶମ ଓଭରରେ ରୋହିତଙ୍କ ରୂପରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଥିଲା । ୬ଟି ଚୌକା ସହାୟତାରେ ୨୮ ବଲ୍‌ରୁ ୨୯ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ ଟେଷ୍ଟ ନେତୃତ୍ବ ଯାତ୍ରା ଆରମ୍ଭ କରିଥିବା ରୋହିତ । ପରେ ଅଗ୍ରୱାଲ ମଧ୍ୟ ୩୩ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ନିଜର ୱିକେଟ ହରାଇଥିଲେ । ତେବେ ଭେଟେରାନ ଚେତେଶ୍ବର ପୂଜାରାଙ୍କ ଅନୁପସ୍ଥିତିରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ ଆସିଥିବା ହନୁମା ବିହାରୀ ସୁଯୋଗର ଭରପୁର ଫାଇଦା ଉଠାଇ ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲିଙ୍କ ସହ ମିଶି ଦମଦାର ଭାଗିଦାରୀ କରିଥିଲେ ।

ପ୍ରଥମ ଦିନ ଷ୍ଟମ୍ପ ସୁଦ୍ଧା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୪୫ ଓ ରବିଚନ୍ଦ୍ରନ ଅଶ୍ବିନ ୧୦ ରନ୍‌ରେ ଅପରାଜିତ ଅଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଲସିଥ ଏମ୍ବୁଲଦେନିଆ ସର୍ବାଧିକ ଦୁଇଟି ୱିକେଟ ହାସଲ କରିଥିଲେ । ସୁରଙ୍ଗା ଲକମଲ, ବିଶ୍ବ ଫର୍ନାଣ୍ଡୋ, ଲାହିରୁ କୁମାରା ଓ ଧନଞ୍ଜୟ ଡି ସିଲଭାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.